Advertisment

New Ram Mandir: ତିଆରି ହେବ ଆଉ ଗୋଟେ ଅଯୋଧ୍ୟା ନଗରୀ... ହେବ ବିଶାଳ ରାମ ମନ୍ଦିର

ତିଆରି ହେବ ଆଉ ଗୋଟେ ଅଯୋଧ୍ୟା ନଗରୀ। ଗଢା ହେବ ବିଶାଳ ରାମ ମନ୍ଦିର। ମନ୍ତ୍ରୀସ୍ତରୀୟ ଆଲୋଚନା ସରିଛି। ପ୍ରସ୍ତାବ ହୋଇଯାଇଛି ପାସ୍।

New-Ram-Mandir

New-Ram-Mandir Photograph: (OTV)

Advertisment

ଦିଲ୍ଲୀରୁ ୧୪,୦୦୦ କିଲୋମିଟର ଦୂର, ଏକ ଛୋଟ ଦେଶ, ଜନସଂଖ୍ୟା ୧୪ ଲକ୍ଷ। ଏଠାରେ ୬୫ ପ୍ରତିଶତ ଖ୍ରୀଷ୍ଟିଆନ। ଏହି ଦେଶ ଏଠାରେ ଏକ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି। ଏହି ଦେଶକୁ ତ୍ରିନିଦାଦ ଆଣ୍ଡ ଟୋବାଗୋ କୁହାଯାଏ। ଏଠାରେ ହିନ୍ଦୁ ଜନସଂଖ୍ୟା ପ୍ରାୟ ୩ ଲକ୍ଷ ୫୦ହଜାର।
ଏହି କାରିବିଆନ୍ ଦେଶ ନିଜକୁ ହିନ୍ଦୁ ଧର୍ମର ଏକ ପ୍ରମୁଖ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବାକୁ ଚାହୁଁଛି। ଏକ ରିପୋର୍ଟ ଅନୁସାରେ, ଏଠାର ସାର୍ବଜନୀନ ଉପଯୋଗୀତା ମନ୍ତ୍ରୀ ବେରୀ ପଦାରଥ ଘୋଷଣା କରିଛନ୍ତି, ରାମ ମନ୍ଦିରକୁ ନେଇ ଧାର୍ମିକ ନେତାମାନଙ୍କ ସହିତ ଆଲୋଚନା ହୋଇଛି ଏବଂ ସରକାର ଏହାର ସପକ୍ଷରେ ଅଛି।
ଚଳିତ ବର୍ଷ ଅଯୋଧ୍ୟାରୁ ରାମ ଲଲ୍ଲା ମୂର୍ତ୍ତିର ଏକ ପ୍ରତିକୃତି ଆଣିବାରେ ସାହାଯ୍ୟ କରୁଥିବା ଲୋକଙ୍କ ସହିତ ମଧ୍ୟ ସରକାର ଆଲୋଚନା କରିଛନ୍ତି ବୋଲି ସେ କହିଛନ୍ତି। ତ୍ରିନିଦାଦ ଆଣ୍ଡ୍ ଟୋବାଗୋକୁ ପ୍ରାୟତଃ ରାମାୟଣ ଦେଶ ଭାବରେ ଜଣାଯାଏ। ଏହି ଦେଶ ଭାରତ ବାହାରେ ହିନ୍ଦୁ ପରମ୍ପରାକୁ ସଂରକ୍ଷଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଜାରି ରଖିଛି।
ମନ୍ତ୍ରୀ ପୁଣି କହିଛନ୍ତି, ସରକାରୀ ଅଧିକାରୀମାନେ ମନ୍ଦିର ପ୍ରୋଜେକ୍ଟକୁ ଆଗକୁ ବଢ଼ାଇବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ନ୍ୟୁୟର୍କର ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ରାମ ମନ୍ଦିରର ପ୍ରତିଷ୍ଠାତା ପ୍ରେମ ଭଣ୍ଡାରୀ ଏଠାରେ ଅଯୋଧ୍ୟା ନଗରୀ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଏହା ଉତ୍ତର ଆମେରିକାର ହିନ୍ଦୁ ଭକ୍ତମାନଙ୍କ ପାଇଁ ଏକ ପ୍ରମୁଖ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ର ହେବ, ବିଶେଷକରି ସେହିମାନଙ୍କ ଯେଉଁମାନେ ଭଗବାନ ରାମଙ୍କୁ ଦର୍ଶନ କରିବାକୁ ଅଯୋଧ୍ୟା ଯାଇପାରିବେ ନାହିଁ। ଭାରତୀୟ ବଂଶୋଦ୍ଭବ ନେତା ତଥା ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିସେସରଙ୍କ ନିକଟରେ ପ୍ରେମ ଭଣ୍ଡାରୀ ଏହି ପ୍ରସ୍ତାବ ଉଠାଇଥିଲେ।

Advertisment

ଅଧିକ ଦେଖନ୍ତୁ:

Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ