Advertisment

Middle East: ଗାଜାକୁ ଫେରିବ ଶାନ୍ତି! ୨ ବର୍ଷର ଘମାଘୋଟ ଯୁଦ୍ଧରେ ଲାଗିବ ବିରାମ

ମଧ୍ୟ ପ୍ରାଚ୍ୟରେ ଫେରିବାକୁ ଯାଉଛି ଶାନ୍ତି। ଇଜିପ୍ଟରେ ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ଦସ୍ତଖତ ହେବ। ଅସ୍ତ୍ରବିରତି ପାଇଁ ନେତାନ୍ୟାହୁଙ୍କ କ୍ୟାବିନେଟ ମୋହର ମାରିଛି।

Middle East

Middle East Photograph: (OTV)

Advertisment

୨ ବର୍ଷ ଘମାଘୋଟ ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟରେ ଫେରିବାକୁ ଯାଉଛି ଶାନ୍ତି (Middle East Peace Plan)। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଚୁକ୍ତି ପ୍ରସ୍ତାବ ପରେ ଗାଜାରେ ଶେଷ ହେବାକୁ ଯାଉଛି ରକ୍ତପାତ। ଇସ୍ରାଏଲ ଓ ହମାସ ମଧ୍ୟରେ ହେବାକୁ ଯାଉଛି ଗାଜା ଚୁକ୍ତି। ଯାହାକୁ ଇସ୍ରାଏଲର ୱାର କ୍ୟାବିନେଟ୍ ମଂଜୁରୀ ଦେଇଛି। ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମୋହର ମାରିଛନ୍ତି।
ଅସ୍ତ୍ରବିରତି ଚୁକ୍ତି ପୂର୍ବରୁ ସେପଟେ ଇସ୍ରାଏଲ ପକ୍ଷରୁ ଆକ୍ରମଣର ଭୟ ଦୂର ହୋଇଥିବାରୁ ଟିକେ ଶାନ୍ତିରେ ନିଶ୍ବାସ ମାରିବାକୁ ଯାଉଛନ୍ତି ଗାଜାବାସୀ। ଏମିତିକି ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ଲାଗି ସେମାନେ ଆଜି ସୁରକ୍ଷିତ ମନେ କରୁଥିବା କହିଛନ୍ତି ଅନେକ ଗାଜା ବାସିନ୍ଦା। ଏହି ଚୁକ୍ତି ଅନୁସାରେ ଇସ୍ରାଏଲ ଜେଲରେ ଆଜୀବନ ବନ୍ଦୀ ଜୀବନ କାଟୁଥିବା ୨୫୦ ପାଲେଷ୍ଟେନୀୟ ବନ୍ଦୀଙ୍କୁ ମୁକ୍ତ କରିବ। 
ସେହିଭଳି ଅଟକ ଥିବା ଗାଜାର ୧୭୦୦ ଲୋକଙ୍କୁ ଛାଡ଼ିଦେବ ଇସ୍ରାଏଲ। ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ୨୦ ସୂତ୍ରୀ ଚୁକ୍ତି ମଧ୍ୟରେ ଏହା ପ୍ରଥମ ପଦକ୍ଷପ। ପରବର୍ତ୍ତୀ ବିନ୍ଦୁ ନେଇ ପରେ ଆଲୋଚନା କରାଯିବ ଏବଂ ଏହାଦ୍ବାରା ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ଘଟିବା ଅନୁମାନ କରାଯାଉଛି।
ସେପଟେ ଗାଜା ଶାନ୍ତି ପ୍ରସ୍ତାବକୁ ନେଇ ଜାତିସଂଘ ସ୍ବାଗତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏ ନେଇ ଟ୍ରମ୍ପଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଗାଜା ଶାନ୍ତି ଚୁକ୍ତି ଇଜିପଟରେ ସ୍ବାକ୍ଷର କରାଯିବ ଏବଂ ଆସନ୍ତା ସପ୍ତାହରେ ହମାସ ପଣବନ୍ଦୀଙ୍କୁ ଛଡ଼ାଯିବ ବୋଲି ସୂଚନା ମିଳିଛି।

Advertisment

ଅଧିକ ଦେଖନ୍ତୁ:

Middle East Peace Plan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ