Advertisment

Middle East War: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବଳିପଡିବ ପାକିସ୍ତାନ, ଇରାନର ମିସାଇଲ୍ ମାଡରେ ଦୁବାଇ ଭଳି ଦଶା ଭୋଗିବ !

ଇସ୍ରାଏଲ-ଦୁବାଇ ଭଳି ଦଶା ଭୋଗିବ ପାକିସ୍ତାନ । ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଅତି ଭୟଙ୍କର ହେଉଥିବା ଯୁଦ୍ଧ, ଏବେ ପାକିସ୍ତାନର ନିଦ ହଜାଇଛି । ଖୁବଶୀଘ୍ର ଏହି ଯୁଦ୍ଧରେ ଏଣ୍ଟ୍ରି ମାରିପାରେ ପାକିସ୍ତାନ ଓ ଇରାନ୍ ଉପରେ ଆଟାକ୍ କରିପାରେ ।

Pak-To-Enter-Iran-Israel-War

Pak Photograph: (OTV)

Advertisment

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବଳିପଡିବ ପାକିସ୍ତାନ ! ଇସ୍ରାଏଲ-ଦୁବାଇ ଭଳି ଦଶା ଭୋଗିପାରେ । ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଥିବା ଯୁଦ୍ଧ ଏବେ ପାକିସ୍ତାନର ନିଦ ହଜାଇଛି । କେତେବେଳେ ବି ପାକିସ୍ତାନ ଆଡକୁ ମୁହାଁଇପାରେ ଇରାନ୍ ମିସାଇଲ୍ । କାରଣ ଖୁବଶୀଘ୍ର ପାକିସ୍ତାନ ମଧ୍ୟପ୍ରାଚ୍ୟ ସଂଘର୍ଷରେ ଏଣ୍ଟ୍ରି ମାରିପାରେ । ଇରାନ୍‌ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ସାମିଲ୍‌ ହୋଇ ଇରାନ୍‌କୁ ଆଟାକ୍‌ କରିପାରେ । ଆପଣ ନିଶ୍ଚୟ ଭାବୁଥିବେ ପାକିସ୍ତାନ କାହିଁକି ବା ଯୁଦ୍ଧରେ ସାମିଲ୍ ହେବ ? ଶତ୍ରୁତା ନଥାଇ ବି କାହିଁକି ଇରାନ୍‌ର ଶତ୍ରୁ ପାଲଟିବ ?

Advertisment

ଏହାର କାରଣ ହେଉଛି ୨୦୨୫ ସେପ୍ଟେମ୍ବରରେ ସାଉଦି ଆରବ ସହ ପାକିସ୍ତାନର ଷ୍ଟ୍ରାଟେଜିକ୍ ମ୍ୟୁଚୁଆଲ ଡିଫେନ୍ସ ଏଗ୍ରିମେଣ୍ଟ ବା  SMDA ଚୁକ୍ତି । ଏହି ଚୁକ୍ତି ଅନୁସାରେ ଦୁଇଟି ଦେଶର ମଧ୍ୟରୁ ଜଣକ ଉପରେ ଆକ୍ରମଣ ହେଲେ ତାହା ଅନ୍ୟଟି ଉପରେ ଆକ୍ରମଣ ଭାବରେ ଗଣାଯିବ । ବର୍ତ୍ତମାନ ଇରାନ୍‌ ସାଉଦି ସହର ଦୁବାଇ ଉପରେ ଘନ ଘନ ଆଟାକ୍ କରୁଛି । ଡ୍ରୋନ୍, ମିସାଇଲ୍‌ରେ କେତେବେଳେ ଏୟାରପୋର୍ଟ ତ ପୁଣି ବଡ ବଡ ଇନଫ୍ରାଷ୍ଟକଚର ଉଡାଇ ଦେଉଛି । ତେଣୁକରି ଚୁକ୍ତି ଅନୁଯାୟୀ ଯଦି ଇରାନର ଆକ୍ରମଣ ଜାରି ରହେ, ତାହାଲେ ପାକିସ୍ତାନକୁ ସାଉଦି ବା ଦୁବାଇ ପାଇଁ ଯୁଦ୍ଧ ଲଢିବାକୁ ପଡିବ । ଫଳରେ ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ପ୍ରଥମେ ଆମେରିକା ଓ ଗଲ୍ପ ଦେଶ ପରେ ଏବେ ପାକିସ୍ତାନ ବି ବଳି ପଡିବାକୁ ଯାଉଛି ବୋଲି ଅନୁମାନ କରାଗଲାଣି ।

ନିକଟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଦାର୍‌ ଇରାନ୍‌କୁ ସାଉଦି ଆରବ ଉପରେ ଆଟାକ୍ ନକରିବାକୁ କହିଥିଲେ ଓ ପାକିସ୍ତାନର ଚୁକ୍ତି ବିଷୟରେ ଜଣାଇଥିଲେ । ହେଲେ ଇରାନ୍‌ ତାଙ୍କୁ ଖାତିର୍ ନକରି ଆଟାକ୍ ଜାରି ରଖିଛି । ତେଣୁ ନିଜର ସ୍ବାର୍ଥ୍ୟ ନଥାଇ ବି ଆଗକୁ ପାକିସ୍ତାନ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସାମିଲ୍ ହୋଇପାରେ ଓ ଇରାନ୍ ଉପରେ ଆକ୍ରମଣ କରିପାରେ । ଯଦି ଏପରି ହୁଏ ତାହେଲେ ଇସ୍ରାଏଲ ଓ ଦୁବାଇ ଉପରେ ଡ୍ରୋନ, ମିସାଇଲ୍ ବର୍ଷାଉଥିବା ଇରାନ୍‌ ପାକିସ୍ତାନର କି ଅବସ୍ଥା କରିବ ତାହା ଅନୁମାନ କରାଯାଇପାରେ ।

Advertisment

 ତେଣୁ ସାଉଦି ସହ SMDA ଚୁକ୍ତି ପରେ ଖୁସିରେ ଉଛୁଳୁଥିବା ପାକିସ୍ତାନ ଏବେ ଏହି ଚୁକ୍ତି ପାଇଁ ବଳି ପଡିବାକୁ ଯାଉଛି । ଧନୀ ସଉଦି ସହିତ ମିଶି ନିଜକୁ ଭୂ-ରାଜନୈତିକ ସଙ୍କଟରେ ପକାଇଛି । ହେଲେ ଏବେ ବଡ ପ୍ରଶ୍ନ ହେଉଛି, ପରମାଣୁ ଶକ୍ତିସଂପନ୍ନ ପାକିସ୍ତାନ କ'ଣ ସାଉଦି ପାଇଁ ନିଜର ପରମାଣୁ ଅସ୍ତ୍ର ଦେବ ?  ଏନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ମଧ୍ୟପ୍ରାଚ୍ୟରେ ଏ ଯୁଦ୍ଧ ବିଭୀଷିକା ଆଗକୁ କି ରୂପ ନେବ ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଓଟିଭି

Pakistan Iran Airstrike Middle East War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ