Advertisment

Pakistan: ପାକିସ୍ତାନରେ ପସିଲେ ତାଲିବାନୀ, ପ୍ୟାଣ୍ଟ୍ ଛାଡ଼ି ଦୌଡ଼ିଲେ ପାକିସ୍ତାନୀ

ପାକିସ୍ତାନରେ ପସିଲେ ତାଲିବାନୀ ସେନା। ପ୍ୟାଣ୍ଟ୍ ଛାଡ଼ି ଦୌଡ଼ିଲେ ପାକିସ୍ତାନୀ ସୈନିକ। ଆଫିଗାନିସ୍ତାନର ଜବାବୀ କାର୍ଯ୍ୟାନୁଷ୍ଠାନରେ ତ୍ରାହି ତ୍ରାହି ଡାକିଲେଣି ମୁନୀର।

Afghan-Pakistan-War

Afghan-Pakistan-War Photograph: (OTV)

Advertisment

ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରି ପାକିସ୍ତାନ ନିଜକୁ ତିସମାର ଖାଁ ଭାବୁଥିଲା। ହେଲେ ଏହି ସମୟରେ, ପଶ୍ଚିମ ଦିଗରୁ ତାଲିବାନ ପାକ୍ ସେନା ଉପରେ ପ୍ରତିଆକ୍ରମଣ କରିଥିଲେ। ଆଉ ଏପରି ଆଘାତ ଦେଇଥିଲେ ଯେ ବିଚରା ଅସୀମ ମୁନିରଙ୍କ ମୁଣ୍ଡ ଘୂରେଇ ଯାଇଥିଲା। 
ତାଲିବାନ ଆକ୍ରମଣରେ, ୫୮ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣଙ୍କୁ ବନ୍ଦୀ କରାଯାଇଥିଲା ଏବଂ ଏକ ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଳା। ଏହାସହ ସାତ ଜଣ ସୈନିକଙ୍କୁ ଅପହରଣ କରାଯାଇଥିବା ଦାବି କରିଥିଲା ତାଲିବାନ। ମାତ୍ର ଦୁଇ ଘଣ୍ଟାର ଯୁଦ୍ଧ ମଧ୍ୟରେ, ଆଫଗାନିସ୍ତାନ ପାକିସ୍ତାନକୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା, ପାକିସ୍ତାନୀ ସୈନିକମାନେ ନିଜ ଜୀବନ ପାଇଁ ସେମାନଙ୍କର ପୋଷ୍ଟ ଛାଡ଼ି ପଳାଇଥିଲେ।
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଡୁରାଣ୍ଡ ଲାଇନର ୨୭ ଟି ଚେକପୋଷ୍ଟରେ ପ୍ରବଳ ଗୁଳିଚାଳନା ହୋଇଥିଲା ଦୁଇ ଘଣ୍ଟା ମଧ୍ୟରେ, ପାକିସ୍ତାନୀ ସୈନ୍ୟ ୨୦ ଟି ଚେକପୋଷ୍ଟରୁ ପଳାଇ ଯାଇଥିଲେ। ଅନେକ ଚେକ୍ ପଏଣ୍ଟରେ, ପାକିସ୍ତାନୀ ସେନା ସେମାନଙ୍କର ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ପ୍ୟାଣ୍ଟ ପର୍ଯ୍ୟନ୍ତ ସବୁକିଛି ଛାଡି ପଳାଇଥିଲେ। ଏହାକୁ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ଉପହାସ କରାଯାଉଛି। ଏହାକୁ ପାକିସ୍ତାନୀ ସୈନିକଙ୍କ ପୁରୁଣା ଅଭ୍ୟାସ ବୋଲି କୁହାଯାଉଛି। ଯେତେବେଳେ ସେମାନେ ଚାପରେ ପଡ଼ିଥାନ୍ତି, ସେମାନେ ସେମାନଙ୍କର ଚେକ୍ ପଏଣ୍ଟ ଛାଡି, ସେମାନଙ୍କର ପ୍ୟାଣ୍ଟ ଖୋଲି ଫୋପାଡ଼ି ଦିଅନ୍ତି ଏବଂ ସେହିପରି ପଳାୟନ କରନ୍ତି। 
ତାଲିବାନକୁ ହାଲୁକା ଭାବରେ ନେଇ ପାକିସ୍ତାନ ପ୍ରଥମେ ଆକ୍ରମଣ କରିଥିଲା। ହେଲେ ଆଫିଗାନିସ୍ତାନର ଜବାବୀ କାର୍ଯ୍ୟାନୁଷ୍ଠାନରେ ତ୍ରାହି ତ୍ରାହି ଡାକିଲେଣି ମୁନୀର। ଆଉ ପାକିସ୍ତାନ ଯୁଦ୍ଧବିରତି ପାଇଁ ଏବେ କାତାର ଏବଂ ସାଉଦି ଆରବର ସାହାଯ୍ୟ ମାଗିଥିବା ଜଣା ପଡ଼ିଛି।

Advertisment

ଅଧିକ ଦେଖନ୍ତୁ:

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ