Advertisment

Pakistan Supreme Court: ପାକିସ୍ତାନ ସୁପ୍ରିମକୋର୍ଟରେ ବ୍ଲାଷ୍ଟ, ଚାଲିଥିଲା ଶୁଣାଣି

ସୁପ୍ରିମକୋର୍ଟ ବେସମେଣ୍ଟରେ ଏସି ମରାମତି କାର୍ଯ୍ୟ ଚାଲୁଥିବା ବେଳେ ସିଲିଣ୍ଡର ଗ୍ୟାସ୍ ବ୍ଲାଷ୍ଟ ହୋଇଥିଲା। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଏସି ଟେକ୍ନିସିଆନ୍ ଗୁରୁତର ଅଛନ୍ତି।

Pakistan Supreme Court

Pakistan Supreme Court Photograph: (OTV)

Advertisment

ପାକିସ୍ତାନରେ ଜୋରଦାର ବ୍ଲାଷ୍ଟ। ଇସଲାମାବାଦରେ ଥିବା ପାକିସ୍ତାନର ସୁପ୍ରିମକୋର୍ଟ ପରିସରରେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡ଼ିଛି। ପ୍ରାରମ୍ଭିକ ତଥ୍ୟ ଅନୁସାରେ, କୋର୍ଟ ଭିତରେ ଏସି ମରାମତି ସମୟରେ ଏହି ବିସ୍ଫୋରଣ ଘଟିଥିଲା।

Advertisment

ଯାହା ପରେ ଅଦାଲତ ଭିତରେ ଆତଙ୍କ ଖେଳି ଯାଇଥିଲା ଏବଂ ସମସ୍ତ ଓକିଲ, ଜଜଙ୍କ ଷ୍ଟାଫ୍ ଏବଂ କର୍ମଚାରୀମାନେ ଭବନରୁ ବାହାରି ଆସିଥିଲେ। ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଇଯାଇଥିଲେ। ଏସି ସଜାଡୁଥିବା ଏସି ଟେକ୍ନିସିଆନମାନେ ସବୁଠାରୁ ଗୁରୁତର ଆଘାତ ପାଇଛନ୍ତି, ଜଣେ ଟେକ୍ନିସିଆନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି।

ସୁପ୍ରିମ୍ କୋର୍ଟ ବେସମେଣ୍ଟ କାଫେଟେରିଆରେ ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନଙ୍କ ଅନୁଯାୟୀ, ଏସିର ମରାମତି କାମ ଚାଲୁଥିଲା। ମରାମତି ସମୟରେ କୋର୍ଟ ପରିସରରେ ଥିବା କ୍ୟାଣ୍ଟିନରେ ସିଲିଣ୍ଡର ଗ୍ୟାସ୍ ଲିକ୍ ହେଉଥିଲା। ଯାହା ପରେ ସିଲିଣ୍ଡରରେ ହଠାତ୍ ନିଆଁ ଧରିଯାଇ ଜୋରଦାର ବିସ୍ଫୋରଣ ହୋଇଥିଲା।

Advertisment

ଏହି ବ୍ଲାଷ୍ଟ ଏତେ ତୀବ୍ର ଥିଲା ଯେ କୋର୍ଟର ତଳ ମହଲା ଗୁଡ଼ିକ ହଲି ଯାଇଥିଲା। ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ଦୌଡ଼ି ବାହାରକୁ ଯିବାକୁ ଲାଗିଥିଲେ। ଏହି ଦୁର୍ଘଟଣାରେ କୋର୍ଟ ନମ୍ବର ୬ରେ ସର୍ବାଧିକ କ୍ଷତି ହୋଇଛି। ଦୁର୍ଘଟଣା ସମୟରେ ଜଷ୍ଟିସ୍ ଆଲି ବାକର୍ ନଜଫି ଏବଂ ଜଷ୍ଟିସ୍ ଶାହଜାଦ୍ ମଲିକ୍ କୋର୍ଟ ନମ୍ବର ୬ରେ ଶୁଣାଣି କରୁଥିଲେ।

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ