Fuel Crisis Photograph: (OTV)
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଭିତରେ ପାକିସ୍ତାନରେ ଘୋର ତୈଳ ସଙ୍କଟ। ହାହାକାର ସ୍ଥିତି ଦେଖାଦେଲାଣି। ଇନ୍ଧନ ସଞ୍ଚୟ କରିବାକୁ ସାରା ଦେଶରେ ସବୁ ସ୍କୁଲ ଆସନ୍ତା ୨ ସପ୍ତାହ ପାଇଁ ବନ୍ଦ ରହିବ। ଅନଲାଇନରେ ହେବ ପାଠପଢ଼ା। ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ।
ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ତୁରନ୍ତ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥାକୁ ଫେରିବେ। ସେହିପରି ସରକାରୀ କାର୍ଯ୍ୟାଳୟ ପାଇଁ ନୂଆ ନିୟମ ଘୋଷଣା କରିଛନ୍ତି ପାକିସ୍ତାନ ପିଏମ୍। ସରକାରୀ ଅଫିସଗୁଡ଼ିକ ସପ୍ତାହକୁ ମାତ୍ର ୪ ଦିନ ଚାଲିବ। ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଫେରିବ।
ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୫୦% ଘରେ ରହି କାମ କରିବେ। ସେହିପରି ତେଲ ଖର୍ଚ୍ଚ କାଟ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ସରକାରୀ ବିଭାଗଗୁଡ଼ିକର ତୈଳ ଭତ୍ତାକୁ ଆସନ୍ତା ୨ ମାସ ପାଇଁ ୫୦ ପ୍ରତିଶତ କମାଇ ଦିଆଯାଇଛି। ଦରମା କାଟ ଭଳି ନିଷ୍ପତ୍ତି ବି ନେଇଛନ୍ତି ପାକିସ୍ତାନ ସରକାର।
ମାସିକ ଦରମା ୩ ଲକ୍ଷ ଟଙ୍କାରୁ ଅଧିକ ଦରମା ନେଉଥିବା ଗ୍ରେଡ୍-୨୦ରୁ ଅଧିକ ଉଚ୍ଚପଦସ୍ଥ ଅଧିକାରୀଙ୍କ ୨ ଦିନର ଦରମା କଟାଯିବ। ତେବେ ଏହି ସଙ୍କଟ ସମୟରେ ପାକିସ୍ତାନ ସାଂସଦମାନଙ୍କ ଦରମା ୨୫ ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଯାହାର ପ୍ରଭାବ ପାକିସ୍ତାନର ଅର୍ଥନୀତି ଉପରେ ଗମ୍ଭୀର ଭାବେ ପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/10/oil-crisis-2026-03-10-09-35-56.jpg)