Pakistan-Constructs-New-Buildings Photograph: (OTV)
ଅପରେସନ୍ ସିନ୍ଦୂର ସମୟରେ ଭାରତ କରିଥିବା ବିଧ୍ୱଂସ ଉପରେ ମାଟି ପକାଉଛି ପାକିସ୍ତାନ। ଆଉ ମିସାଇଲ୍ ମାଡ଼ରେ କ୍ଷତିଗ୍ରସ୍ତ ଏୟାରବେସ୍ ଗୁଡ଼ିକର ମରାମତି ଆରମ୍ଭ କରିଛି। ଯାହାର ସାଟେଲାଇଟ୍ ଚିତ୍ର ଏବେ ସାମ୍ନାକୁ ଆସିଛି। ପାକିସ୍ତାନ ନିଜର ସୁକ୍କୁର ଏୟାରବେସର ଧ୍ୱଂସ ହୋଇଥିବା UAV ହ୍ୟାଙ୍ଗରରୁ ସମସ୍ତ ଭଗ୍ନାବଶେଷ ହଟାଇ ଦେଇଛି। ଯାହାକୁ ଗତ ମେ ମାସ ୧୦ ତାରିଖରେ ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୂର ସମୟରେ ଟାର୍ଗେଟ କରିଥିଲା।
ଏହିଠାରେ ହିଁ ପାକିସ୍ତାନ ତାର ଡ୍ରୋନ୍ ଏବଂ ଅନ୍ୟାନ୍ୟ ମାନବହୀନ ସିଷ୍ଟମ ନିୟୋଜିତ କରିଥିଲା। ଯାହାକୁ ମାଟିରେ ମିଶାଇ ଦେଇଥିଲା IAF। ଆକ୍ରମଣ ପରେ ତୁରନ୍ତ ପ୍ରକାଶିତ ଏକ ସାଟେଲାଇଟ୍ ଫଟୋରେ ହ୍ୟାଙ୍ଗରଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଥିବାର ଦେଖାଦେଇଥିଲା। ନିକଟରେ ଏକ ଜଙ୍ଗଲରେ ନିଆଁ ଲାଗିଥିବାର ମଧ୍ୟ ଚିହ୍ନ ଥିଲା। ହେଲେ ବର୍ତ୍ତମାନରେ ଫଟୋରେ ପାକିସ୍ତାନ ଏ ସ୍ଥାନଟିକୁ ସମ୍ପୁର୍ଣ୍ଣ ଭାଙ୍ଗି ସମତଳ କରିଥିବାର ଦେଖାଯାଉଛି। ଏହି ଭଗ୍ନାବଶେଷ ଅପସାରଣ ପ୍ରକ୍ରିୟା ପ୍ରାୟ ଅକ୍ଟୋବର ୨୦୨୫ ଆରମ୍ଭ ହୋଇଥିଲା।
ସେହିପରି ଦ୍ୱିତୀୟ ସାଟେଲାଇଟ୍ ଚିତ୍ର ପାକିସ୍ତାନର ନୁର ଖାନ ଏୟାରବେସର ସାମ୍ନାକୁ ଆସିଛି। ଯାହାକୁ ସମାନ ୧୦ ତାରିଖ ଦିନ ରାତିରେ ଟାର୍ଗେଟ କରିଥିଲା IAF। ବ୍ରହ୍ମୋସ ମାଡରେ ଏଠାରେ ଥିବା ଦୁଇଟି ବଡ଼ ସ୍ପେଶାଲ୍ ପର୍ପସ୍ ଭେଇକିଲ୍ ବା SPV ଧ୍ୱଂସ ହୋଇଯାଇଥିଲା। ତେବେ ବର୍ତ୍ତମାନର ନୂତନ ଚିତ୍ରରେ, ଧ୍ୱଂସ ହୋଇଥିବା ସ୍ଥାନରେ ନୂତନ ବିଲ୍ଡିଂ ନିର୍ମାଣ କରାଯାଇଛି। ଯାହା ପୁରୁଣା ଡିଜାଇନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି।
ମେ ୮-୯ ରାତିରେ ଭାରତର ୩୬ ରୁ ଅଧିକ ସ୍ଥାନରେ ଏକ ବିଶାଳ ଡ୍ରୋନ୍ ଅପରେସନ୍ ଆରମ୍ଭ କରିଥିଲା ପାକିସ୍ତାନ। ଯାହାର ଜବାବରେ ଭାରତ ସୁକୁର, ନୁର ଖାନ, ରହିମ ୟାର ଖାନ, ଜାକୋବାବାଦ, ସରଗୋଧା, ଭଳି ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ବେସ ଉପରେ ଭୟଙ୍କର ଆକ୍ରମଣ କରିଥିଲା। ପାକିସ୍ତାନ ମାଟିରେ ତାଣ୍ଡବ ମଚାଇଥିଲେ ରାଫେଲର SCALP, ସୁଖୋଇ ଏବଂ ମିଗର ରାମ୍ପେଜ୍ କ୍ଷେପଣାସ୍ତ୍ର ଏବଂ ବ୍ରହ୍ମୋସ ପରି ଆକାଶରୁ ଭୂପୃଷ୍ଠକୁ ନିକ୍ଷେପକାରୀ ଅସ୍ତ୍ର। ପରେ ପାକିସ୍ତାନ ଭାରତକୁ ଯୁଦ୍ଧବିରତିର ଭିକ ମାଗିଥିଲା। ଆଉ ଧିରେ ଧିରେ ଭାରତ ମାଡ଼ରେ ପଡ଼ିଥିବା ଦାଗକୁ ଲିଭାଉଛି ପାକିସ୍ତାନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/03/pakistan-constructs-new-buildings-2025-12-03-10-18-04.jpg)