Advertisment

Salman Khan: ବଲିଉଡ ସୁପର୍‌ଷ୍ଟାର୍ ସଲମାନ ଖାନ ଆତଙ୍କବାଦୀ! ସରକାରୀ ଘୋଷଣାରେ ରହିଛି ନାଁ

ବଲିଉଡ ସୁପର୍‌ଷ୍ଟାର୍ ସଲମାନ ଖାନଙ୍କୁ ଜଣେ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ସରକାରୀ ଘୋଷଣାରେ ତାଙ୍କୁ ଆତଙ୍କବାଦୀ କୁହାଯାଇଛି। ଭାରତ ତରଫରୁ ଦୃଢ଼ ନିନ୍ଦା କରାଯାଇଛି।

Salman Khan

Salman Khan Photograph: (OTV)

Advertisment

ବଲିଉଡ ସୁପର୍‌ଷ୍ଟାର୍ ସଲମାନ ଖାନ ଜଣେ ଆତଙ୍କବାଦୀ। ସରକାରୀ ଘୋଷଣାରେ ଆତଙ୍କବାଦୀ କୁହାଯାଇଛି। ଆଉ ତାଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛି ପାକିସ୍ତାନ ସରକାର। ସିନେ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ବୋଲି ଘୋଷଣା କରିବା ପରେ ଭାରତ ତରଫରୁ ଦୃଢ଼ ନିନ୍ଦା କରାଯାଇଛି। 
ସଲମାନଙ୍କ ଏକ କଥା ପାକିସ୍ତାନକୁ ଏତେ ବାଧିଛି ଯେ ସେ ରାଗରେ ଜଳୁଛି ଆଉ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ପାକିସ୍ତାନ ଆତଙ୍କବାଦ ବିରୋଧୀ ଆଇନର ଚତୁର୍ଥ ସୂଚୀରେ ତାଙ୍କ ନାଁକୁ ସାମିଲ କରିଛି। ଏହି ତାଲିକାରେ ସାଧାରଣତଃ ଉଗ୍ରବାଦୀ ସଂଗଠନ କିମ୍ବା କାର୍ଯ୍ୟକଳାପ ସହିତ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ସାମିଲ କରାଯାଏ ଆଉ ସେମାନଙ୍କ ଉପରେ କଡା ନଜର ରଖାଯାଏ।
ତେବେ ରିୟାଦରେ "ଜୟ ଫୋରମ୍ ୨୦୨୫"ରେ ସଲମାନ ଖାନ ବେଲୁଚିସ୍ତାନକୁ ଏକ ପୃଥକ ଦେଶ କହିଥିଲେ। ଯାହାକୁ ପାକିସ୍ତାନ ସହଜରେ ହଜମ କରିପାରୁନି। ଏନେଇ ପାକିସ୍ତାନ ସୁପରଷ୍ଟାରଙ୍କୁ ଆତଙ୍କବାଦୀ ୱାଚଲିଷ୍ଟରେ ପକାଇଛି।
ଜୟ ଫୋରମରେ ସଲମାନ କହିଥିଲେ, "ବର୍ତ୍ତମାନ, ଯଦି ଆପଣ ଏକ ହିନ୍ଦୀ ଫିଲ୍ମ ତିଆରି କରନ୍ତି ଏବଂ ଏହାକୁ ସାଉଦି ଆରବରେ ରିଲିଜ୍ କରନ୍ତି, ତେବେ ଏହା ସୁପରହିଟ୍ ହେବ। ଯଦି ଆପଣ ଏକ ତାମିଲ, ତେଲୁଗୁ କିମ୍ବା ମାଲାୟଲମ ଫିଲ୍ମ କରନ୍ତି, ତେବେ ଏହା ଶହ ଶହ କୋଟି ଟଙ୍କାର ବ୍ୟବସାୟ କରିବ। କାରଣ ଏଠାକୁ ଅନେକ ଦେଶର ଲୋକ ଆସିଛନ୍ତି। ବେଲୁଚିସ୍ତାନର ଲୋକ ଅଛନ୍ତି, ଆଫଗାନିସ୍ତାନର ଲୋକ ଅଛନ୍ତି, ପାକିସ୍ତାନର ଲୋକ ଅଛନ୍ତି... ସମସ୍ତେ ଏଠାରେ କାମ କରୁଛନ୍ତି।"
ସଲମାନଙ୍କ ଏହି ମତ ସମଗ୍ର ପାକିସ୍ତାନରେ ହଇଚଇ ଖେଳାଇଦେଇଛି। ଏହା ପରେ ପାକିସ୍ତାନର ଶହବାଜ ସରିଫ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରି ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି।

Advertisment

ଅଧିକ ଦେଖନ୍ତୁ:

Bollywood Superstar Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ