Advertisment

Pakistan Faces Massive Brain Drain: ପାକିସ୍ତାନରେ ବ୍ରେନ୍ ଡ୍ରେନ୍ ସଙ୍କଟ; ଦେଶ ଛାଡୁଛନ୍ତି ଡାକ୍ତର, ଇଞ୍ଜିନିୟର

ବହୁ ସଂଖ୍ୟକ ପାକିସ୍ତାନୀ ଦେଶ ଛାଡି ଅନ୍ୟତ୍ର ଯାଉଛନ୍ତି। ବିଶେଷକରି ପାକିସ୍ତାନରେ ଏବେ କୁଶଳୀ ପେସାଦାର ମାନେ ଦେଶ ଛାଡି ପଳାୟନ କରୁଛନ୍ତି।

Pakistan

Pakistan Photograph: (OTV)

Advertisment

ବହୁ ସଂଖ୍ୟକ ପାକିସ୍ତାନୀ ଦେଶ ଛାଡି ଅନ୍ୟତ୍ର ଯାଉଛନ୍ତି। ବିଶେଷକରି ପାକିସ୍ତାନରେ ଏବେ କୁଶଳୀ ପେସାଦାର ମାନେ ଦେଶ ଛାଡି ପଳାୟନ କରୁଛନ୍ତି। ହଜାର ହଜାର ସଂଖ୍ୟାରେ ଡାକ୍ତର, ଇଞ୍ଜିନିୟର ଓ ଆକାଉଣ୍ଟାଣ୍ଟଙ୍କ ଭଳି ପେସାଦାର ଦେଶ ଛାଡି ପଳାଉଛନ୍ତି। ଯାହା ବର୍ତ୍ତମାନ ‘ବ୍ରେନ୍ ଡ୍ରେନ୍’ (ପ୍ରତିଭା ପଳାୟନ) ସଙ୍କଟ ଉତ୍କଟ ରୂପ ଧାରଣ କରୁଥିବା ଜଣାପଡିଛି। ଗୁରୁତର ଆର୍ଥିକ ସଙ୍କଟ, ମୁଦ୍ରାସ୍ଫୀତି, ରାଜନୈତିକ ଅସ୍ଥିରତା ଏବଂ ସୀମିତ ସୁଯୋଗ ସାଧାରଣ ନାଗରିକଙ୍କ ରୋଜଗାର ଉପରେ ପଡୁଛି। ଉଚ୍ଚଶିକ୍ଷିତ ଯୁବପିଢି ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞବେକାରୀ ହୋଇଯିବା ଆଶଙ୍କା କରୁଛନ୍ତି। ତେଣୁ ଭବିଷ୍ୟତର ସୁରକ୍ଷା ନିମନ୍ତେ ସେମାନେ ଦେଶ ଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି। 

Advertisment

ପାକ୍‌ର ସରକାରୀ ଅପ୍ରବାସନ ତଥ୍ୟ ଅନୁଯାୟୀ, ଦୁଇ ବର୍ଷ (୨୦୨୪-୨୦୨୫) ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଭଲ ସମ୍ଭାବନା ପାଇଁ ବିଦେଶ ପଳାୟନ କରୁଛନ୍ତି। ବିଶେଷକରି ଡାକ୍ତର, ଇଞ୍ଜିନିୟର ଏବଂ ଆଇଟି ବିଶେଷଜ୍ଞଙ୍କ ଭଳି ଦକ୍ଷ ବୃତ୍ତିଗତମାନେ ଉପସାଗରୀୟ ଦେଶ ଏବଂ ୱେଷ୍ଟର୍ଣ୍ଣ ଦେଶକୁ ପଳାଉଛନ୍ତି। ଯାହା ଏକ ଯଥେଷ୍ଟ " ବ୍ରେନ୍ ଡ୍ରେନ୍" ସୃଷ୍ଟି କରିଛି। ଏହି ଗଣ ପଳାୟନରେ ଶ୍ରମିକ ଏବଂ ମହିଳାମାନେ ସାମିଲ ଅଛନ୍ତି, ଯାହା ଏକ ବ୍ୟାପକ ସଙ୍କଟକୁ ଇଙ୍ଗିତ କରୁଛି। 

ଏ ସମୟରେ ପାକିସ୍ତାନର ପୂବେତନ ସିନେଟର୍ ମୁସ୍ତଫା ନୱାଜ ଖୋକାର ଦେଶର ସ୍ଥଳସେନା ମୁଖ୍ୟ ଅସିମ୍ ମୁନୀର୍‌ଙ୍କୁ କଡା ସମାଲୋଚନା କରିଥିବା ବେଳେ ମୁନୀର୍ ଏହାକୁ ‘ବ୍ରେନ୍ ଗେନ୍’ ବୋଲି କହିଛନ୍ତି। ମୁନୀର୍ ସଫେଇ ଦେଇଛନ୍ତି ଯେ, ସହସ୍ରାଧିକ ଡାକ୍ତର, ଇଞ୍ଜିନିୟର ବିଦେଶ ଚାଲିଥିବା ଅର୍ଥ ବ୍ରେନ୍ ଡ୍ରେନ୍ ନୁହେଁ, ବରଂ ବ୍ରେନ୍ ଗେନ୍‌। ବିଦେଶରୁ ଉପଯୁକ୍ତ ତାଲିମ୍ ପାଇବା ପରେ ଏହି ଡାକ୍ତର, ଇଞ୍ଜିନିୟର୍‌ମାନେ ପୁଣି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ଦେଶବାସୀଙ୍କ ସେବାରେ ନିୟୋଜିତ ହେବେ ବୋଲି ସଫେଇ ଦେଇଛନ୍ତି। 

Advertisment

ପାକିସ୍ତାନର ଏକାଧିକ ସହରରେ ଇଣ୍ଟରନେଟ୍‌କୁ ସଟ୍ ଡାଉନ୍ କରାଯାଇଥିବାରୁ ୧.୬୨ ବିଲିୟନ୍‌ ଡଲାର୍ କ୍ଷତି ସହିବାକୁ ପଡୁଛି। ଇଣ୍ଟରନେଟ୍ ବନ୍ଦ ହେବା ଦ୍ୱାରା ଫ୍ରିଲାନ୍ସ କ୍ଷେତ୍ର ପ୍ରଭାବିତ ହେଉଛି। ଫ୍ରିଲାନ୍ସରଙ୍କ ପାଇଁ ଦେଶରେ ରୋଜଗାର ସୁଯୋଗ ୭୦ ପ୍ରତିଶତ ହ୍ରାସ ପାଇଥିବା କୁହାଯାଉଛି। 

ଦେଶ ଛାଡିବାର ପ୍ରମୁଖ କାରଣଗୁଡ଼ିକ:

ଆର୍ଥିକ ସଙ୍କଟ: ତୀବ୍ର ମୁଦ୍ରାସ୍ଫୀତି, ଚାକିରି ଅଭାବ ଏବଂ ଆର୍ଥିକ ଅସ୍ଥିରତା ପ୍ରମୁଖ କାରଣ।

Advertisment

ରାଜନୈତିକ ଅସ୍ଥିରତା: ଜାରି ରହିଥିବା ରାଜନୈତିକ ଅସ୍ଥିରତା ନାଗରିକମାନଙ୍କୁ ଅନ୍ୟତ୍ର ସ୍ଥିରତା ଖୋଜିବାକୁ ବାଧ୍ୟ କରୁଛି।

ବିଦେଶରେ ଉନ୍ନତ ସୁଯୋଗ: ସାଉଦି ଆରବ, ୟୁଏଇ, ୟୁକେ ଏବଂ ଆମେରିକା ଭଳି ଦେଶରେ ପ୍ରତିଯୋଗିତାମୂଳକ ଦରମା ଏବଂ ଉନ୍ନତ ଜୀବନଧାରଣ ମାନ ଦକ୍ଷ ବୃତ୍ତିଗତଙ୍କୁ ଆକର୍ଷିତ କରୁଛି।

ଡିଜିଟାଲ୍ ଭିତ୍ତିଭୂମି ସମସ୍ୟା: ଇଣ୍ଟରନେଟ୍ ବନ୍ଦ ହେବା ପାକିସ୍ତାନର ବର୍ଦ୍ଧିତ ଫ୍ରିଲାନ୍ସ ଶିଳ୍ପକୁ ଗୁରୁତର ଭାବରେ ପ୍ରଭାବିତ କରିଛି, ଯାହା ଅର୍ଥନୈତିକ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। 

କିଏ ଛାଡ଼ୁଛନ୍ତି?

ଦକ୍ଷ ବୃତ୍ତିଗତ: ଡାକ୍ତର, ଇଞ୍ଜିନିୟର, ଆକାଉଣ୍ଟାଣ୍ଟ, ଆଇଟି ବିଶେଷଜ୍ଞ ଏବଂ ନର୍ସମାନେ ବହୁ ସଂଖ୍ୟାରେ ସ୍ଥାନାନ୍ତରିତ ହେଉଛନ୍ତି। ସାଧାରଣ ଶ୍ରମିକ ଓ ମହିଳା ମାନେ ମଧ୍ୟ ଦେଶ ଛାଡୁଛନ୍ତି। 

୨୦୨୪ ରୁ ନଭେମ୍ବର ୨୦୨୫ ମଧ୍ୟରେ ୧୫ ଲକ୍ଷରୁ ଅଧିକ ପାକିସ୍ତାନୀ ଆନୁଷ୍ଠାନିକ ଭାବରେ ଦେଶ ଛାଡିଛନ୍ତି।

୨୦୨୫ ମସିହାର ପ୍ରଥମ ତିନି ମାସରେ, ୧୭୨,୦୦୦ରୁ ଅଧିକ ଲୋକ ଚାକିରି ପାଇଁ ଚାଲିଯାଇଥିଲେ, ମୁଖ୍ୟତଃ ସାଉଦି ଆରବ, ଓମାନ, ୟୁଏଇ ଏବଂ କାତାରକୁ।

୨୦୨୨ ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ପ୍ରାୟ ୨.୯ ନିୟୁତ ଲୋକ ଛାଡିଛନ୍ତି। 

ପ୍ରଭାବ:

ବ୍ରେନ୍ ଡ୍ରେନ୍: ଦେଶରେ ଶିକ୍ଷିତ ଏବଂ କୁଶଳୀ ବ୍ୟକ୍ତିଙ୍କର ଅଭାବ ଦେଖାଦେବ। ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ବାସ୍ଥ୍ୟ ସଙ୍କଟ ଉପୁଜିବ। ଇଞ୍ଜିନିୟରଙ୍କ ପଳାୟନ ଯୋଗୁଁ ଭିତ୍ତିଭୂମି କ୍ଷେତ୍ର ଦୁବେଳ ହୋଇ ପଡିବ। ପ୍ରଯୁକ୍ତ କ୍ଷେତ୍ରରେ ବିକାଶ କମିବ। ନୂତନ ପିଢିଙ୍କ ପାଇଁ ଦେଶରେ କୌଣସି ସୁଯୋଗ ସୃଷ୍ଟି ହେବ ନାହିଁ। 

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ