Advertisment

Pakistan Air-Strike: ପାକିସ୍ତାନର ଏୟାର ଷ୍ଟ୍ରାଇକ୍; ୩ ଆଫଗାନ୍ କ୍ରିକେଟରଙ୍କ ମୃତ୍ୟୁ

ଏସିବି କହିଛି ଯେ ପାକଟିକାରେ ପାକିସ୍ତାନର ଏଆର ଷ୍ଟ୍ରାଇକରେ ତିନି ଜଣ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଏହା ପରେ ଏସିବି ତ୍ରିରାଷ୍ଟ୍ରୀୟ T20 ସିରିଜ୍‌ ଖେଳିବନି ବୋଲି ଘୋଷଣା କରିଛି।

Pakistan Air-Strike

Pakistan Air-Strike Photograph: (OTV)

Advertisment

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ପାକିସ୍ତାନ ଏକ ବଡ ଏୟାର ଷ୍ଟ୍ରାଇକ୍ କରିଛି। ଏହି ବିମାନ ଆକ୍ରମଣରେ ତିନି ଜଣ ଆଫଗାନ୍ କ୍ରିକେଟରଙ୍କ ସହ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ACB) ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ସହିତ ଆଗକୁ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ T20 ସିରିଜରୁ ଓହରି ଯିବାର ନିଷ୍ପତ୍ତି ଘୋଷଣା କରିଛି।
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ, ACB ଏହି ଘଟଣାକୁ ନିନ୍ଦା କରିଛି ଏବଂ ଏହାକୁ "ପାକିସ୍ତାନ ଦ୍ୱାରା କରାଯାଇଥିବା ଏହା ଏକ କାପୁରୁଷ ଆକ୍ରମଣ" ବୋଲି କହିଛି।
ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ACB) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ପାକିସ୍ତାନ ଦ୍ୱାରା ଏକ ଆକ୍ରମଣରେ ଟାର୍ଗେଟ ହୋଇଥିବା ଉର୍ଗୁନ୍ ଜିଲ୍ଲାର କ୍ରିକେଟର୍ କବିର, ସିବଘାତୁଲ୍ଲା ଏବଂ ହାରୁନଙ୍କ ମୃତ୍ୟୁ ପାଇଁ ACB ଗଭୀର ଶୋକ ପ୍ରକାଶ କରୁଛି। ଏହି ଖେଳାଳିମାନଙ୍କ ସହିତ ଆଉ ପାଞ୍ଚ ଜଣ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିଲେ, ଏଥିସହ ସାତ ଜଣ ଆହତ ହୋଇଥିଲେ। ଖେଳାଳିମାନେ ମ୍ୟାଚ ଖେଳିବା ପାଇଁ ଶାରନା ଯାଇଥିଲେ। ସେଠାରୁ ଉର୍ଗୁନ୍ ଫେରିବା ପରେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା।
ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏକ ତ୍ରିରାଷ୍ଟ୍ରୀୟ T20 ସିରିଜ୍‌ ରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ପାକିସ୍ତାନର ଏକ ମିଳିତ ସିରିଜ୍ ଖେଳିବାର ଥିଲା। ତ୍ରିରାଷ୍ଟ୍ରୀୟ T20 ସିରିଜ୍‌ ର ପ୍ରଥମ ଦୁଇଟି ମ୍ୟାଚ୍ ରାୱଲପିଣ୍ଡିରେ ଅନୁଷ୍ଠିତ ହେବାର ଥିଲା ଏବଂ ଫାଇନାଲ୍ ସମେତ ବାକି ମ୍ୟାଚ୍ ସବୁ ଲାହୋରରେ ଅନୁଷ୍ଠିତ ହେବାର ଥିଲା।
ଆଫଗାନିସ୍ତାନ କ୍ରିକେଟ ଦଳର ଅଧିନାୟକ ରସିଦ ଖାନ ବିମାନ ଆକ୍ରମଣକୁ "ବର୍ବର" ବୋଲି କହିଛନ୍ତି। 
ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି, ଯେତେବେଳେ ଆଫଗାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିବା ରିପୋର୍ଟ ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ଯୁଦ୍ଧ ତୀବ୍ର ରୂପ ନେବା ପରେ ଦୁଇ ଦେଶର ସହମତିରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ୪୮ ଘଣ୍ଟା ନ ପୂରୁଣୁ ପୁଣି ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ। 

Advertisment

ଅଧିକ ଦେଖନ୍ତୁ:

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ