Advertisment

Nicolas Maduro Appears in New York Court: 'ମୁଁ ନିର୍ଦ୍ଦୋଷ, ଅପହରଣ କରାଯାଇଛି'; ନ୍ୟୁୟର୍କ କୋର୍ଟରେ ମାଦୁରୋ ହାଜର

ନ୍ୟୁୟର୍କ କୋର୍ଟରେ ପ୍ରଥମ ଥର ହାଜର ହେଲେ ଭେନେଜୁଏଲା ବହିଷ୍କୃତ ରାଷ୍ଟ୍ରପତି ମାଦୁରୋ। ବିଚାରପତିଙ୍କ ଆଗରେ ନିଜକୁ ନିର୍ଦ୍ଦୋଷ କହିଲେ। ମୋ ଦେଶ ଭେନେଜୁଏଲାର ରାଷ୍ଟ୍ରପତି କହିଲେ।

Nicolas Maduro

Nicolas Maduro Photograph: (OTV)

Advertisment

ନ୍ୟୁୟର୍କ କୋର୍ଟରେ ହାଜର ହେଲେ ଭେନେଜୁଏଲାର ବହିଷ୍କୃତ ରାଷ୍ଟ୍ରପତି ନିକୋଲାସ ମାଦୁରୋ। କୋର୍ଟରେ ପ୍ରଥମ ହାଜିରା ବେଳେ ନିଜକୁ ନିର୍ଦ୍ଦୋଷ କହିଛନ୍ତି। 

Advertisment

ନ୍ୟୁୟର୍କ କୋର୍ଟ ବିଚାରପତିଙ୍କୁ ମାଦୁରୋ କହିଥିଲେ, ମୁଁ ଦୋଷୀ ନୁହେଁ। ଏବେ ବି ମୁଁ ଭେନେଜୁଏଲାର ରାଷ୍ଟ୍ରପତି। ମୁଁ ଜଣେ ଭଦ୍ର ଲୋକ। ମୋତେ ଅପହରଣ କରାଯାଇଛି। ଜୋରଜବରଦସ୍ତି ଗିରଫ କରାଯାଇଛି। ଭେନେଜୁଏଲା ଉପରେ ନାର୍କୋ ଟେରୋରିଜମର ଅଭିଯୋଗ ଲଗାଇଛି ଆମେରିକା। ଯାହାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି ମାଦୁରୋ। 

ଗତ ଶନିବାର ଦିନ ଭେନେଜୁଏଲାରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା ଆମେରିକା। ସେମାନଙ୍କୁ ଆଣି ବ୍ରୁକଲିନ୍ ଜେଲରେ ରଖାଯାଇଥିଲା। ଗତକାଲି ପ୍ରଥମ ଥର ମାନହଟ୍ଟନସ୍ଥିତ ଫେଡେରାଲ୍ କୋର୍ଟରେ ହାତକଡ଼ି ସହ କଡ଼ା ସୁରକ୍ଷାରେ ହାଜର କରାଯାଇଥିଲା। 

Advertisment

ପାଖାପାଖି ଅଧଘଣ୍ଟା ଚାଲିଥିଲା ଶୁଣାଣି। ମାର୍ଚ୍ଚ ୧୭ରେ ପରବର୍ତ୍ତୀ ଶୁଣାଣି ରହିଛି। ମାଦୁରୋ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅଭିଯୋଗ ରହିଛି। ଆମେରିକା କହିଛି ସେମାନେ ଭେନେଜୁଏଲାର ସାମରିକ ବାହିନୀ, ଗୁଇନ୍ଦା ସଂସ୍ଥାର ସହାୟତାରେ ଗୁପ୍ତ ବିମାନଘାଟିକୁ ବ୍ୟବହାର କରି ଆମେରିକାକୁ କୋକେନ୍ ଚାଲାଣ କରିଥିଲେ। 

ସେପଟେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକାର ଆକ୍ରମଣକୁ ବିପଜ୍ଜନକ ଉଦାହରଣ ବୋଲି କହିଛନ୍ତି ଜାତିସଂଘ ମହାସଚିବ ।

Advertisment

'ମୁଁ ନିର୍ଦ୍ଦୋଷ, ଅପହରଣ କରାଯାଇଛି'
ନ୍ୟୁୟର୍କ କୋର୍ଟରେ ମାଦୁରୋ ହାଜର
କୋର୍ଟରେ ଭେନେଜୁଏଲା ବହିଷ୍କୃତ ରାଷ୍ଟ୍ରପତି ମାଦୁରୋ ହାଜର 
ନ୍ୟୁୟର୍କ କୋର୍ଟରେ ପ୍ରଥମ ଥର ହାଜର ହେଲେ ମାଦୁରୋ
ବିଚାରପତିଙ୍କ ଆଗରେ ନିଜକୁ ନିର୍ଦ୍ଦୋଷ କହିଲେ
ମୋ ଦେଶ ଭେନେଜୁଏଲାର ରାଷ୍ଟ୍ରପତି କହିଲେ
ଅପହରଣ କରାଯାଇଥିବା କହିଲେ ମାଦୁରୋ
ନାର୍କୋ ଟେରୋରିଜମ୍ ଅଭିଯୋଗକୁ ଖଣ୍ଡନ କଲେ
ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଆମେରିକା

New York Venezuela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ