New Year Celebration Photograph: (OTV)
ପୁରା ବିଶ୍ବରେ ନୂଆବର୍ଷ ୨୦୨୬କୁ ଜୋର୍ ଦାର ସ୍ବାଗତ। ନ୍ୟୁଜିଲାଣ୍ଡରେ ନୂଆବର୍ଷର ପ୍ରଥମ ଝଲକଠାରୁ ଆରମ୍ଭ କରି ଆମେରିକାରେ ଚମକଦାର ସମାପ୍ତି ପର୍ଯ୍ୟନ୍ତ, ବିଶ୍ୱର କୋଟି କୋଟି ଲୋକ ପୁରୁଣା ବର୍ଷକୁ ବିଦାୟ ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ଚୀନ୍ ଏବଂ ଜାପାନ ନୂତନ ବର୍ଷକୁ ବେସ୍ ଧୁମଧାମରେ ସ୍ୱାଗତ କରିଛନ୍ତି।
ପ୍ରଥମ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡରେ ପାଦ ଦେଇଛି ନୂଆବର୍ଷ। ଅକଲ୍ୟାଣ୍ଡରେ ପ୍ରତିଷ୍ଠିତ ସ୍କାଏ ଟାୱାର ଉପରେ ଫୁଟିଥିଲା ଆତସବାଜି। ୨୪୦ ମିଟର ଉଚ୍ଚ ଟାୱାରର ବିଭିନ୍ନ ସ୍ତରରୁ ପ୍ରାୟ ୩୫୦୦ ଆତସବାଜି ପ୍ରଦର୍ଶିତ ହୋଇଥିଲା। ଦେଶର ସବୁଠାରୁ ଉଚ୍ଚ ସ୍କାଏ ଟାୱାର ପୁଣି ଥରେ ଉତ୍ସବର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ଏହାକୁ ଦେଖିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଅଷ୍ଟ୍ରେଲିଆରେ ସିଡନି ହାର୍ବର ବ୍ରିଜ୍ ଓ ଅପେରା ହାଉସ୍ ଉପରେ ପାରମ୍ପରିକ ଆତସବାଜି ପ୍ରଦର୍ଶନ ସମସ୍ତଙ୍କୁ ମୁଗଧ କରିଦେଇଥିଲା। ଦୁବାଇର ବୁର୍ଜ ଖଲିଫାରେ ବିଶାଳ ଲେଜର୍ ପ୍ରଦର୍ଶନ ଏଥର ବେଶ୍ ଆକର୍ଷଣୀୟ ଥିଲା।
ନ୍ୟୁୟର୍କ ସିଟିର ଟାଇମ୍ସ ସ୍କୋୟାରରେ ୨୦୨୬କୁ ସ୍ବାଗତ କରି ବଡ଼ଧରଣର ଉତ୍ସବ ଅନୁଷ୍ଠିତ ହୋଇଛି। ରିଓ-ଦି-ଜେନେରିଓ ଏଥର ଆତସବାଜି ରେକର୍ଡ ଭାଙ୍ଗିଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମରେ ବିଚ୍ ଉତ୍ସବ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଚୀନରେ ମଧ୍ୟ ଅତି ଚିତାକର୍ଷକ ଥିଲା ନୂଆ ବର୍ଷକୁ ୱେଲକମ୍।
ନ୍ୟୁଜିଲାଣ୍ଡରେ ନୂଆବର୍ଷର ପ୍ରଥମ ଝଲକଠାରୁ ନୂଆବର୍ଷ ଆରମ୍ଭ
ଅଷ୍ଟ୍ରେଲିଆ, ଚୀନ୍, ଜାପାନରେ ନୂତନ ବର୍ଷକୁ ବେସ୍ ଧୁମଧାମରେ ସ୍ୱାଗତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/new-year-celebration-2026-01-01-10-20-24.jpg)