Advertisment

Sunita Williams Retires: କାହିଁକି ମହାକାଶରେ ପହଞ୍ଚି ପ୍ରଥମେ ଭାରତକୁ ଖୋଜିଥିଲେ ସୁନୀତା ୱିଲିୟମ୍ସ ?

ଭାରତୀୟ ବଂଶୋଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରୁ ଅବସର ନେଇଛନ୍ତି । ୨୭ ବର୍ଷର ଲମ୍ବା ଓ ଐତିହାସିକ ଯାତ୍ରାରେ ସେ ୩ ଥର ମହାକାଶ ଯାତ୍ରା କରିଛନ୍ତି ଓ ମୋଟ ୬୦୮ ଦିନ ବିତାଇଛନ୍ତି ।

Sunita-Williams-Retirement

Sunita Photograph: (OTV)

Advertisment

ଭାରତୀୟ ବଂଶୋଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରୁ ଅବସର ନେଇଛନ୍ତି । ୨୭ ବର୍ଷର ଲମ୍ବା ଓ ଐତିହାସିକ ଯାତ୍ରାରେ ସେ ୩ ଥର ତିନୋଟି ମିଶନରେ ମହାକାଶ ଯାତ୍ରା କରିଛନ୍ତି ଓ ମୋଟ ୬୦୮ ଦିନ ବିତାଇଛନ୍ତି । ଯାହାକି ନାସା ମହାକାଶଚାରୀ ଭାବେ ଦ୍ୱିତୀୟ ସର୍ବାଧିକ ରେକର୍ଡ ।  ସେହିପରି ସୁନୀତା ପ୍ରଥମ ମହିଳା ମହାକାଶଚାରୀ ଯିଏକି ମୋଟ ୬୨ ଘଣ୍ଟା ୬ ମିନିଟ୍‌ ମହାକାଶରେ ଚାଲିବାର ୱାର୍ଲ୍ଡ ରେକର୍ଡ କରିଛନ୍ତି ।  ମହାକାଶରେ ମାରାଥନ୍ ଦୌଡ଼ିବାରେ ମଧ୍ୟ ସେ ପ୍ରଥମ ମହାକାଶଚାରୀ ।  

Advertisment

ମହାକାଶରୁ ଭାରତକୁ ଖୋଜିଥିଲେ ସୁନୀତା:

ଦିଲ୍ଲୀ ଆସିଥିବାବେଳେ ସୁନୀତା ୱିଲିୟମ୍ସ ଏକ ବଡ଼ କଥା କହିଛନ୍ତି । ସେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ପ୍ରଥମେ ପୃଥିବୀରେ ଭାରତକୁ ଖୋଜିଥିଲେ । ମହାକାଶରୁ ଭାରତ କୋଉଠି ଅଛି ଦେଖିବାକୁ ଚେଷ୍ଟା କରିଥିଲେ । କାରଣ ତାଙ୍କ ବାପା ଜଣେ ଭାରତୀୟ । ବାପାଙ୍କ ଘର ଭାରତରେ ହୋଇଥିବାରୁ ସେ ମହାକାଶରୁ ଆଗେ ନିଜ ଘର ଭାରତକୁ ଖୋଜିଥିଲେ ବୋଲି କହିଛନ୍ତି ।

ସୁନୀତା ୱିଲିୟମ୍ସଙ୍କ ନେତୃତ୍ୱରେ ମହାକାଶ ବିଜ୍ଞାନରେ ଅନେକ ଗବେଷଣା କରାଯାଇଛି । ତାଙ୍କ ଅବସର ସମ୍ପର୍କରେ ନାସା ପ୍ରଶାସକ ଜାରେଡ୍ ଆଇଜାକମ୍ୟାନ୍ କହିଛନ୍ତି, ସୁନୀତା ଅନ୍ତଜାର୍ତୀୟ ଷ୍ଟେସନରେ ଭବିଷ୍ୟତର ମିଶନ ପାଇଁ ମୂଳଦୁଆ ପକାଇଛନ୍ତି । ତାଙ୍କର ଯୋଗଦାନ ଚନ୍ଦ୍ରର ଆର୍ଟିମିସ୍ ମିଶନ ଓ ମଙ୍ଗଳ ଗ୍ରହକୁ ଯିବାର ରାସ୍ତା ପ୍ରଶସ୍ତ କରିଛି ।
୧୯୯୮ରେ ନାସାରେ ଯୋଗ ଦେଇଥିଲେ ସୁନିତା । ୨୦୦୬ରେ ସେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ । ତା' ପରେ ୨୦୧୨ ଓ ୨୦୨୪ ଜୁନରେ ବୋଇଂ ଷ୍ଟାରଲାଇନର ମିଶନରେ ମହାକାଶକୁ ଯାଇଥିଲେ ।

Advertisment

ସୁନୀତା ୱିଲିୟମ୍ସଙ୍କ ପାରିବାରିକ ପୃଷ୍ଠଭୂମି:

ସୁନୀତାଙ୍କ ବାପା ଦୀପକ ପାଣ୍ଡ୍ୟା ଜଣେ ନ୍ୟୁରୋଆନାଟୋମିଷ୍ଟ ଥିଲେ । ତାଙ୍କ ଘର ଗୁଜରାଟ ମେହସାଣା ଜିଲ୍ଲାର ଝୁଲାସନ ଗାଁରେ । ପରେ ସେ ଆମେରିକା ଚାଲିଯାଇଥିଲେ ଓ ସ୍ଲୋଭେନିଆର ବୋନି ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ। ଆମେରିକାରେ ଜନ୍ମଗ୍ରହଣ କରିଥିଲେ ସୁନିତା । ପିଲାଦିନେ ଡାକ୍ତର ହେବାକୁ ଚାହୁଁଥିବା ସୁନୀତା ୱିଲିୟମ୍ସ ବନିଯାଇଥିଲେ ନାସା ମହାକାଶଚାରୀ ।

ବ୍ୟୁରୋ ରିପୋର୍ଟ, ଓଟିଭି

NASA Indian-origin Sunita Williams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ