Advertisment

Louvre Heist: ଚୋରି କରିନେଲେ ନେପୋଲିୟନଙ୍କ ମୂଲ୍ୟବାନ ଅଳଙ୍କାର, ୭ ମିନିଟରେ ବଡ ଡକାୟତି

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଲୁଭ୍ର ସଂଗ୍ରହାଳୟରୁ ଅନେକ ମୂଲ୍ୟବାନ ଅଳଙ୍କାର ଚୋରି ହୋଇ ଯାଇଛି। ଚୋରମାନେ କ୍ରାଉନ୍ ଜୁଏଲସ୍ ସଂଗ୍ରହରୁ ନଅଟି ଅଳଙ୍କାର ଚୋରି କରି ନେଇଥିଲେ।

Napoleon

Napoleon Photograph: (OTV)

Advertisment

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ସ୍ପଷ୍ଟ ଦିବାଲୋକରେ ହୋଇଛି ବଡ ଧରଣର ଡକାୟତି। ମାତ୍ର ସାତ ମିନିଟ୍ ମଧ୍ୟରେ ଏହି ଡକାୟତି ଘଟଣା ସାମନାକୁ ଆସିଛି। ପ୍ରାୟ ତିନି ଜଣ ମୁଖାପିନ୍ଧା ଚୋର ଅକ୍ଟୋବର ୧୯ ତାରିଖରେ ପ୍ୟାରିସର ଲୁଭ୍ର ସଂଗ୍ରହାଳୟରେ ପଶି ଅନେକ ମୂଲ୍ୟବାନ ଗହଣା ଚୋରି କରି ନେଇ ଯାଇଥିଲେ। ଚୋରମାନେ କ୍ରାଉନ୍ ଜୁଏଲସ୍ ସଂଗ୍ରହରୁ ନଅଟି ମୂଲ୍ୟବାନ ଜିନିଷ ଚୋରି କରି ନେଇଥିଲେ। 
ଫ୍ରାନ୍ସର ପୂର୍ବତନ ଶାସକ ନେପୋଲିୟନ ବୋନାପାର୍ଟ ଓ ମହାରାଣୀ ଜୋସିଫିନଙ୍କ ଅଳଙ୍କାର ଚୋରି ହୋଇ ଯାଇଥିବା କହିଛନ୍ତି ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରଶୀଦା ଦାତୀ। ରଶୀଦା ଦାତୀ X ରେ ପୋଷ୍ଟ କରି କହିଛନ୍ତି ଯେ, ଲୁଭ୍ର ସଂଗ୍ରହାଳୟ ଖୋଲିବା ପରେ ହିଁ ଏଥିରେ ଏକ ଡକାୟତି ହୋଇଥିଲା। ମ୍ୟୁଜିୟମ ଖୋଲିବା କ୍ଷଣି ହିଁ ସକାଳ ପ୍ରାୟ ୯ଟାରେ ଏହି ଘଟଣା ଘଟିଥିଲା। 
ଗୃହମନ୍ତ୍ରୀ ଲରେଣ୍ଟ ନୁନେଜ୍ କହିଛନ୍ତି ଯେ ମାତ୍ର ୪ରୁ ୭ ମିନିଟ୍ ମଧ୍ୟରେ ଏହି ଚୋରି ହୋଇଥିଲା। ଡକାୟତିରେ ତିନି କିମ୍ବା ଚାରି ଜଣ ଚୋର ସାମିଲ ଥିଲେ। ପ୍ରବେଶ କରିବା ପରେ ସେମାନେ ନଅଟି ଅଳଙ୍କାର ଚୋରି କରି ନେଇଥିଲେ, ଯେଉଁଥିରେ ନେପୋଲିଅନ ବୋନାପାର୍ଟଙ୍କ ଏକ ଟିଆରା, ଏକ ବ୍ରୋଚ୍ ଏବଂ ମହାରାଣୀ ୟୁଜେନିଙ୍କ ଅଳଙ୍କାର ନେଇ ଯାଇଥିଲେ। ଏଥିମଧ୍ୟରୁ, ରାଣୀଙ୍କ ମୁକୁଟ ସମେତ ଦୁଇଟି ଜିନିଷ ପୂର୍ବରୁ ଉଦ୍ଧାର କରାଯାଇଛି। କିନ୍ତୁ ବାକି ଜିନିଷଗୁଡ଼ିକ, ଯେଉଁଥିରେ ଏକ ହାର, କାନଫୁଲ, ଏକ ବ୍ରୋଚ୍ ଏବଂ ଅନ୍ୟ ଏକ ମୁକୁଟ ଥିଲା, ତାହା ଏବେ ବି ମିଳିନାହିଁ। 
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ୟାରିସ ପୋଲିସ ମୁଖ୍ୟାଳୟରୁ ମାତ୍ର ୮୦୦ ମିଟର ଦୂରରେ ଏହା ଘଟିଥିଲା। ଚୋରି ହୋଇଥିବା ଜିନିଷଗୁଡ଼ିକର ମୂଲ୍ୟ ୧୫୦ ରୁ ୨୦୦ କୋଟି ଟଙ୍କା ମଧ୍ୟରେ ବୋଲି ଅନୁମାନ କରାଯାଉଛି।
ଚୋର ମାନେ ସୀନ୍ ନଦୀର ସାମନା ପଟେ ଥିବା ବାଟ ଦେଇ ଦୁର୍ବୃତ୍ତମାନେ ମ୍ୟୁଜିୟମ ଭିତରେ ପଶିଥିଲେ। ସେଠାରେ ଥିବା ଏକ ଟ୍ରକରେ ଲାଗିଥିବା ସିଡିକୁ ମ୍ୟୁଜିୟମ କାନ୍ଥରେ ଲଗାଇଥିଲେ। ପରେ ଡିସ୍କ କଟର ଦ୍ବାରା କାଚ କାଟି ଭିତରକୁ ଯାଇଥିଲେ। ସେମାନେ ସଂଗ୍ରହାଳୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମାଲବାହୀ ଲିଫ୍ଟ ବ୍ୟବହାର କରିଥିଲେ। ଦୁଇ ଜଣ ଗ୍ୟାଲେରୀକୁ ଯାଇଥିବା ବେଳେ ଆଉ ଜଣେ ବାହାରେ ଜଗିଥିଲେ। ଚୋରି କରିବା ପରେ ଦୁର୍ବୃତ୍ତ ମାନେ ଏକ ଟି-ମାକ୍ସ ସ୍କୁଟର ଯୋଗେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେମାନେ ଯିବା ବେଳେ କିଛି ଅଳଙ୍କାର ଖସି ପଡିଥିଲା, ଯାହାକୁ ଉଦ୍ଧାର କରାଯାଇଛି। ତେବେ ଏହି ଘଟଣା ପରେ ଦିନତମାମ ମ୍ୟୁଜିୟମକୁ ବନ୍ଦ କରାଯାଇଥିଲା।

Advertisment
France
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ