Advertisment

Missing Odia Sailor Sarthak Mohapatra: ନାବିକ ପୁଅକୁ ଖୋଜି ନ ପାଇବା ପରେ ମାଆ ଓ ମାମୁ ନିରାଶ, ଭାରତୀୟ ହାଇ କମିଶନଙ୍କୁ ଭେଟିବେ

ନାବିକ ପୁଅକୁ ଖୋଜି ନ ପାଇବା ପରେ ମାଆ ଓ ମାମୁ ନିରାଶ । ନିଖୋଜ ଥିବା ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ।

Odia Sailor Sarthak Mohapatra

Odia Sailor Sarthak Mohapatra Photograph: (OTV)

Advertisment

ନାବିକ ପୁଅକୁ ଖୋଜି ନ ପାଇବା ପରେ ମାଆ ଓ ମାମୁ ନିରାଶ । ନିଖୋଜ ଥିବା ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ ଯେଉଁ ଜାହାଜରେ ରହସ୍ୟମୟ ଭାବେ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ସୂଚନା ଆସିଥିଲା ସେହି ଜାହାଜରେ ମାଆ ଏବଂ ମାମୁଙ୍କ ସମେତ ଭାରତ ସରକାରଙ୍କ ପକ୍ଷରୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ମିଶି ବିଭିନ୍ନ ସ୍ଥାନ ବୁଲି ଖୋଜିଥିଲେ। ହେଲେ ସାର୍ଥକଙ୍କ ପତ୍ତା ମିଳିନାହିଁ। 

Advertisment

ଜାହାଜରେ ଥିବା ଅନ୍ୟ କ୍ରିଉ ମେମ୍ବର ମାନଙ୍କୁ DG ସିପିଙ୍ଗର ଦୁଇ ଜଣ ବରିଷ୍ଠ ଅଧିକାରୀ ପଚରାଉଚରା କରିଥିଲେ। ସେମାନଙ୍କ କଥାରେ ତାଳ ମେଳ ରହୁ ନଥିବା ଶୁଣିବାକୁ ମିଳିଛି। ସେହି ଜାହାଜଟି ବର୍ତ୍ତମାନ ଚୀନ ଅଭିମୁଖେ ବାହାରି ସାରିଲାଣି। ମାଆ ଓ ମାମୁ ଉପାୟ ଶୂନ୍ୟ ହୋଇ ରହିଛନ୍ତି। ଆଜି ସିଙ୍ଗାପୁରରେ ଥିବା ଭାରତୀୟ ହାଇ କମିଶନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ନେଇ ସଂପୃକ୍ତ ଜାହାଜ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । 

Missing Odia Sailor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ