Advertisment

Middle East Tensions: ଆମେରିକା ଆଗରେ ମୁଣ୍ଡ ନୁଆଉଁନି ଇରାନ୍, ମଧ୍ୟପ୍ରାଚ୍ୟ ୱାରଜୋନରେ ମହାବିନାଶ ତାଣ୍ଡବ

ଇରାନର ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନେଇ। ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କଲେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ପରେ ମଧ୍ୟ ନେଲେ ଦାୟିତ୍ୱ। ଆମେରିକା ଆଗରେ ମୁଣ୍ଡ ନୁଆଉଁନି ଇରାନ୍।

Iran-Israel-America War

Iran-Israel-America War Photograph: (OTV)

Advertisment

ଇରାନର ସୁପ୍ରିମ ଲିଡର ଭାବେ ଦାୟିତ୍ବ ନେଲେ ଖାମେନେଇଙ୍କ ପୁଅ ମୋଜତାବା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀର କିଛି ଘଣ୍ଟା ପରେ ଖାମେନେଇଙ୍କ ପୁଅ ମୋଜତାବା ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ନିଯୁକ୍ତ ହୋଇଛନ୍ତି। ଇରାନ ମୋଜତାବା ଖାମେନେଇଙ୍କୁ ତାଙ୍କ ବାପା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଉତ୍ତରାଧିକାରୀ ଭାବେ ମନୋନୀତ କରିଛି। 

Advertisment

ଦାୟିତ୍ୱ ନେବା ପରେ ଇରାନ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଛି। ଏହି ପଦବୀ ମୋଜତାବାଙ୍କୁ ଇରାନର ସମସ୍ତ ରାଷ୍ଟ୍ର ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅଧିକାର ଦେଇଛି।  ଗତକାଲି ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, ଇରାନରେ ନେତା ଚୟନରେ ଓ୍ୱାଶିଂଟନର ମତାମତ ରହିବା ଉଚିତ। 

ଯଦି ସେ ଆମେରିକାର ଅନୁମୋଦନ ନ ପାଆନ୍ତି ତେବେ ସେ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବେ ନାହିଁ। ସେପଟେ ସର୍ବୋଚ୍ଚ ନେତା ଘୋଷଣା ପୂର୍ବରୁ ଇସ୍ରାଏଲ ମଧ୍ୟ ଧମକ ଦେଇ କହିଥିଲା ଯେ, ଇରାନ ଯାହାକୁ ମନୋନୀତ କରିବ ତାଙ୍କୁ ଟାର୍ଗେଟ କରାଯିବ। ବର୍ତ୍ତମାନ ସୁଦ୍ଧା ଇରାନ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ସପ୍ତମ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

Advertisment

ସେପଟେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ୧୩୩୨ ଜଣ ଇରାନୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ଇରାନ ଇସ୍ରାଏଲ ଆମେରିକା ଯୁଦ୍ଧ ଆଜି ଦଶମ ଦିନରେ ପହଞ୍ଚିଛି। ଏବେବି ଇରାନ ପଡୋଶୀ ଉପସାଗରୀୟ ଦେଶମାନଙ୍କ ଉପରେ ମିସାଇଲ ଆକ୍ରମଣ ଜାରି ରଖିଛି। 

ସେପଟେ ତେହେରାନର ତୈଳ ଡିପୋ ଗୁଡିକୁ ଟାର୍ଗେଟ କରିଛି ଇସ୍ରାଏଲ। ରାଜଧାନୀ ତେହେରାନ ଉପରେ କଳା ଧୂଆର ଆସ୍ତରଣ ଛାଇ ଯାଇଛି। ଆଗକୁ ମଧ୍ୟ ଭୟଙ୍କର ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

Advertisment

Tension In Middle East
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ