Middle East Tensions Photograph: (OTV)
ରକ୍ତମୁଖା ଇରାନ୍। ଜୋରଦାର ପ୍ରତିଆକ୍ରମଣ କରୁଛି। ଆମେରିକାର ବଡ଼ ଏୟାରକ୍ରାଫ୍ଟ କ୍ୟାରିୟର ଆବ୍ରାହମ ଲିଙ୍କନ ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ହମଲା କରିଥିବା ଦାବି କରିଛି ଇରାନ୍। ଚାରିଟି ବାଲିଷ୍ଟିକ୍ ମିସାଇଲ୍ ଆଟାକ୍ କରିଥିବା ସୂଚନା ମିଳିଛି । ଆବ୍ରାହମ ଲିଙ୍କନ ଏୟାରକ୍ରାଫ୍ଟ କ୍ୟାରିୟର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଏହା ଭାସମାନ ବିମାନବନ୍ଦର ଭଳି କାର୍ଯ୍ୟ କରିଥାଏ ।
ପ୍ରାୟ ୬୦-୯୦ଟି ଯୁଦ୍ଧ ବିମାନ ବହନ କରିବାର କ୍ଷମତା ରଖିଛି ଏହି ଏୟାରକ୍ରାଫ୍ଟ କ୍ୟାରିୟର। ବିମାନଘାଟି ନଥିବା ସ୍ଥାନରେ ଦୀର୍ଘକାଳୀନ ବାୟୁ ଆକ୍ରମଣ ଚଳାଇବାକୁ ଏହା ସାମର୍ଥ୍ୟ ଯୋଗାଇଥାଏ। ଏହି ଏୟାରକ୍ରାଫ୍ଟ କ୍ୟାରିୟର ମାଧ୍ୟମରେ ଆମେରିକା ଇରାନକୁ ସବୁବେଳେ ଚେତାବନୀ ଦେବା ସହିତ ବନ୍ଧୁ ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ରଣନୀତି କରିଥାଏ ।
ସେପଟେ ଇରାନର ଅଣ୍ଡରଗ୍ରାଉଣ୍ଡ ମିସାଇଲ୍ ଆଡ୍ଡା ଉପରେ ଆମେରିକା ଭୟଙ୍କର ହମଲା କରିଛି। ୪ଟି B-2 ବମ୍ବରରୁ ବର୍ଷିଲା ବୋମା। ଇରାନ ପକ୍ଷରୁ ଆବ୍ରାହମ୍ ଲିଙ୍ଗନ୍ ଯୁଦ୍ଧ ଜାହାଜ ଉପରେ ଆକ୍ରମଣ ଦାବି ପରେ ଆମେରିକା ଏହାର କଡ଼ା ଜବାବ ଦେଇଛି। ଆମେରିକା ବାୟୁସେନାର ସବୁଠାରୁ ଶକ୍ତିଶାଳୀ B-2 ଷ୍ଟେଲଥ୍ ବମ୍ବର B-2 ମାଧ୍ୟମରେ ଇରାନର ଭୂତଳ ମିସାଇଲ୍ ଘାଟିଗୁଡ଼ିକୁ ଟାର୍ଗେଟ୍ କରାଯାଇଛି।
ଆମେରିକା ଏହି ଅପରେସନ ପାଇଁ ୪ଟି B-2 ସ୍ପିରିଟ୍ ବମ୍ବର ବ୍ୟବହାର କରିଛି। ମିସାଇଲ ଘାଟି ଉପରେ ପ୍ରାୟ ୨୦୦୦ ପାଉଣ୍ଡ ଓଜନର ବଙ୍କର ବଷ୍ଟର ବୋମା ବର୍ଷଣ ହୋଇଛି। ଇରାନର ଯେଉଁ ସ୍ଥାନଗୁଡ଼ିକରୁ ବାଲିଷ୍ଟିକ୍ ମିସାଇଲ୍ ପ୍ରସ୍ତୁତି ଓ ନିକ୍ଷେପ କରାଯାଉଥିଲା, ସେହି 'ଇଗଲ୍ ୪୪' ପରି ଗୁପ୍ତ ଅଣ୍ଡରଗ୍ରାଉଣ୍ଡ ବେସଗୁଡ଼ିକୁ ଆମେରିକା ନଷ୍ଟ କରିଥିବା ଦାବି କରିଛି।
B-2 ବମ୍ବର ପ୍ରାୟ ୨୦୦ ଫୁଟ୍ ଗଭୀର କଂକ୍ରିଟ୍ ଓ ମାଟି ତଳେ ଥିବା ଲକ୍ଷ୍ୟକୁ ଭେଦି ପାରେ। ଶତ୍ରୁର ରାଡାର୍ ଆଖିରେ ନପଡ଼ି ଗଭୀର ମାଟି ତଳେ ଥିବା ବଙ୍କରକୁ ଧ୍ୱଂସ କରିବାରେ ସକ୍ଷମ। ଏହା ଆମେରିକାରୁ ଉଡ଼ାଣ ଭରି ବିନା କୌଣସି ସ୍ଥାନରେ ଓହ୍ଲାଇ ବିଶ୍ୱର ଯେକୌଣସି କୋଣରେ ଆକ୍ରମଣ କରିପାରିବାର କ୍ଷମତା ବି ରଖିଛି।
Tension In Middle East
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/02/middle-east-tensions-2026-03-02-09-19-39.jpg)