Advertisment

Claudia Sheinbaum: ରାଷ୍ଟ୍ରପତିଙ୍କୁ ଅସଦାଚରଣ: ମଦ୍ୟପ ଯୁବକଙ୍କ ଅଶୋଭନୀୟ ଆଚରଣ

ଉରିଏଲ୍ ରିଭେରା ମାର୍ଟିନେଜ୍ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କୁ ପଛରୁ ଆଲିଙ୍ଗନ କରିବା ସହ ତାଙ୍କର ବିନା ସମ୍ମତିରେ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିଲେ।

Mexican President

Mexican President Photograph: (OTV)

Advertisment

ନଭେମ୍ବର ୪ ତାରିଖରେ ମେକ୍ସିକାନ ରାଷ୍ଟ୍ରପତିଙ୍କ ସହ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ରାଷ୍ଟ୍ରପତି ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ଏକ କାର୍ଯ୍ୟକ୍ରମରେ ଥିବା ବେଳେ ତାଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯୁବକ। ତାଙ୍କୁ ପଛପଟୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। ସେହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ, ମାର୍ଟିନେଜ୍ କ୍ଲାଉଡିଆ ସେନବାଉମଙ୍କୁ ପଛରୁ ଆଲିଙ୍ଗନ କରୁଛନ୍ତି ଏବଂ ବିନା ସମ୍ମତିରେ ତାଙ୍କୁ ଚୁମ୍ବନ କରିବାକୁ ଚେଷ୍ଟା କରୁଛନ୍ତି ଉରିଏଲ୍ ରିଭେରା ମାର୍ଟିନେଜ୍‌। ଯାହା ମେକ୍ସିକୋ ରାଷ୍ଟ୍ରପତିଙ୍କ ପାଇଁ ଏକ ଅତ୍ୟନ୍ତ ଅସହଜ ମୁହୂର୍ତ୍ତ ଥିଲା।

ଏହି ଘଟଣାକୁ ସେଠାରେ ଥିବା ଅନେକ ଲୋକ ମୋବାଇଲରେ ରେକର୍ଡ କରିଥିଲେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରେ ତାହା ବିଶ୍ୱବ୍ୟାପୀ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା ଏବଂ ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠିଥିଲା।

Advertisment

ରିପୋର୍ଟ ଅନୁଯାୟୀ ମାର୍ଟିନେଜଙ୍କୁ ତୁରନ୍ତ ଗିରଫ କରାଯାଇ ନଥିଲେ ମଧ୍ୟ, ତାଙ୍କୁ କିଛି ଘଣ୍ଟା ପରେ ଗିରଫ କରାଯାଇଥିଲା ଏବଂ ଯୌନ ଅପରାଧ ପାଇଁ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟରେ ହାଜର କରାଯାଇଥିଲା।

ଉରିଏଲ୍ ରିଭର୍ ମାର୍ଟିନେଜଙ୍କ ଏଭଳି ବ୍ୟବହାରର କାରଣ ଜଣା ପଡିନଥିବା ବେଳେ ସେ କୌଣସି ମାନସିକ ରୋଗରେ ପୀଡିତ କି ନାହିଁ ତାହା ମଧ୍ୟ ନିଶ୍ଚିତ ହୋଇନାହିଁ। ଏହି ଘଟଣା ପାଇଁ ମାର୍ଟିନେଜ୍‌ଙ୍କୁ ଛଅ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।

Advertisment

ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ କହିଛନ୍ତି ଯେ ଘଟଣା ଘଟିବା ସମୟରେ ମାର୍ଟିନେଜ୍ ମଦ୍ୟପାନ କରିଥିଲେ, ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଅଞ୍ଚଳର ଅନ୍ୟ ମହିଳାଙ୍କୁ ହଇରାଣ କରୁଥିଲେ, ଯାହା ତାଙ୍କ ଦଣ୍ଡକୁ ଆହୁରି ବଢ଼ାଇପାରେ।

କ୍ଲାଉଡିଆ ସେନବାଉମ ତାଙ୍କର ଦୈନିକ ପ୍ରେସ ବ୍ରିଫିଂ ସମୟରେ କହିଥିଲେ ଯେ, "ମୁଁ ମାର୍ଟିନେଜଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି କାରଣ ଏହା ମୁଁ ଜଣେ ମହିଳା ଭାବରେ ଏହାକୁ ନେଇ ଅସହଜ ଅନୁଭବ କରିଛି। ଯଦି ରାଷ୍ଟ୍ରପତିଙ୍କ ସହିତ ଏହା ଘଟୁଛି, ତେବେ ଆମ ଦେଶର ସମସ୍ତ ଯୁବତୀଙ୍କ ଅବସ୍ଥା କ'ଣ ହେବ? ଯଦି ମୁଁ ଅଭିଯୋଗ ଦାୟର କରିବି ନାହିଁ, ତାହାଲେ ମେକ୍ସିକାନ୍ ମହିଳାଙ୍କୁ କେଉଁ ସ୍ଥିତିରେ ରଖିବ?

Mexico
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ