Advertisment

Job In Facebook: ଘରେ ବସି ମିଳିବ କାମ, ଫେସବୁକ ଦେବ ଚାକିରି; ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜିବାକୁ ପଡିବ ନାହିଁ; ନିଜ ଅଞ୍ଚଳରେ ମିଳିଯିବ କାମ। ୟୁଜରମାନେ ଫେସବୁକର Marketplace, Groups ଏବଂ Pages ମାଧ୍ୟମରେ ସେମାନଙ୍କ ପାଖାପାଖି ଚାକିରି ଖୋଜି ଆବେଦନ କରିପାରିବେ।

Job-in-Facebook

Job-in-Facebook Photograph: (OTV)

Advertisment

ଫେସ୍‌ବୁକ୍‌ରେ ମିଳିବ ଚାକିରି। କୁଆଡେ ଯିବାକୁ ପଡିବ ନାହିଁ। କି ଚାକିରି ଖୋଜିବାକୁ ପଡିବ ନାହିଁ। ସହଜରେ ନିଜ ଅଞ୍ଚଳରେ ମିଳିଯିବ କାମ। ୟୁଜରମାନେ ଫେସବୁକର Marketplace, Groups ଏବଂ Pages ମାଧ୍ୟମରେ ସେମାନଙ୍କ ପାଖାପାଖି ଚାକିରି ଖୋଜିପାରିବେ ଏବଂ ଆବେଦନ କରିପାରିବେ। ଏହା ସହିତ ନିଯୁକ୍ତିଦାତାଙ୍କ ସହ ମେସେଞ୍ଜର ମାଧ୍ୟମରେ ସିଧାସଳଖ ଯୋଗାଯୋଗ ମଧ୍ୟ କରିପାରିବେ।
ଏହା କ୍ଷୁଦ୍ର ବେପାରୀ ଏବଂ ସ୍ଥାନୀୟ ବ୍ୟବସାୟୀ ମାଲିକମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ କାରଣ ସେମାନେ ନିଜ ଅଞ୍ଚଳରେ ହିଁ ଉଚିତ ବ୍ୟକ୍ତି ପାଇପାରିବେ। ତେବେ Meta ର ଏହି ପଦକ୍ଷେପ କର୍ପୋରେଟ୍ କିମ୍ବା ହାଇ-ପ୍ରଫେସନାଲ୍ ଚାକିରି ଅପେକ୍ଷା ଏଣ୍ଟ୍ରୀ ଲେବଲ୍, ଟ୍ରେଡ୍ ଏବଂ ସର୍ଭିସ୍ କ୍ଷେତ୍ରରେ କାମ ଖୋଜୁଥିବା ଲୋକଙ୍କ ଉପରେ।
ଏବେ ଛୋଟ ଛୋଟ ବ୍ୟବସାୟ ମାଲିକମାନେ ଫେସ୍‌ବୁକ୍‌ରେ ସହଜରେ ଚାକିରି ପୋଷ୍ଟ କରିପାରିବେ। ସେମାନଙ୍କୁ କେବଳ ଚାକିରି ସହିତ ଜଡିତ ସୂଚନା ଯେପରିକି ଦରମା, ସମୟ, ଯୋଗ୍ୟତା ଏବଂ ଦାୟିତ୍ୱ ଆଦିକୁ ଏଣ୍ଟ୍ରୀ କରିବାକୁ ପଡିବ।
ଏହି ଚାକିରି ପୋଷ୍ଟଗୁଡ଼ିକ ଆପେଆପେ ଆଖପାଖ ସମସ୍ତ ଫେସବୁକ୍ ୟୁଜରଙ୍କ ପାଖରେ ପହଞ୍ଚିଯିବ। ଯାହା ନିଯୁକ୍ତିଦାତା ଏବଂ ପ୍ରାର୍ଥୀ ଉଭୟଙ୍କ ପାଇଁ ସମୟ ବଞ୍ଚାଇବ।
ତେବେ Facebook ରେ ଚାକିରି ଖୋଜିବାକୁ ହେଲେ କ’ଣ କରିବାକୁ ହେବ ଜାଣନ୍ତୁ:
Facebook ଆପ୍ କିମ୍ବା ୱେବସାଇଟରେ Marketplace ର Jobs ସେକ୍ସନକୁ ଯାଆନ୍ତୁ। 
ଏଠାରେ ଚାକିରିର ପ୍ରକାର, ବର୍ଗ କିମ୍ବା ଦୂରତା ଭଳି ଫିଲ୍ଟର କରି ଚାକିରି ଖୋଜିପାରିବେ।
ଏହା ପରେ ଆପଣ ଚାହୁଁଥିବା ଖାଲି ପଦବୀ ମିଳିଗଲେ, ସିଧାସଳଖ ଆବେଦନ କରିପାରିବେ କିମ୍ବା Messengerରେ ନିଯୁକ୍ତିଦାତାଙ୍କ ସହିତ ଯୋଗାଯୋଗ କରିପାରିବେ।
ତେବେ ଏହି ଫିଚରକୁ ୨୦୨୨ ମସିହାରେ ବନ୍ଦ କରିଦିଆଯାଇଥିଲା। ମେଟା ତିନି ବର୍ଷ ପରେ ଏହାର Local Job Listings ଫିଚରକୁ ପୁଣି ଥରେ ଲଞ୍ଚ୍‌ କରିଛି। ଏବ ଆମେରିକାରେ ଆରମ୍ଭ ହୋଇଛି। ପରେ ବିଶ୍ୱ ସ୍ତରରେ ଲୋକାଲ୍ ନିଯୁକ୍ତିକୁ ବୃଦ୍ଧି କରିବା ପାଇଁ ଖୁବ୍ ଶୀଘ୍ର ଏହାକୁ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଆରମ୍ଭ କରାଯିବ ବୋଲି କୁହାଯାଇଛି।

Advertisment

ଅଧିକ ଦେଖନ୍ତୁ:

Facebook
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ