Advertisment

Massive fire engulfs: ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୫୦ରୁ ଊର୍ଦ୍ଧ୍ୱ ଆବାସିକ ବିଲଡିଂ

ଜାପାନର ଓଇଟା ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳିଯାଇଛି ୧୫୦ରୁ ଊର୍ଦ୍ଧ୍ୱ ଆବାସିକ ବିଲଡିଂ। ୧୭୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।

Massive fire engulfs

Massive fire engulfs Photograph: (OTV)

Advertisment

ଜାପାନର ଓଇଟା ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳିଗଲା ୧୫୦ରୁ ଊର୍ଦ୍ଧ୍ୱ ଆବାସିକ ବିଲଡିଂ । ୧୭୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ପରେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ଟିମ ଉଦ୍ୟମ ଜାରି ରଖିଛନ୍ତି।

Advertisment

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୪୩ରେ ଓଇଟା ସହରର ଏକ ଘନ ଜନବହୁଳ ଉପକୂଳବର୍ତ୍ତୀ ଜିଲ୍ଲାରେ ସାଗାନୋସେକି ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଳା। ସନ୍ଧ୍ୟା ୭ଟା ପରେ ଘଣ୍ଟା ପ୍ରତି ସର୍ବାଧିକ ୪୩ କିଲୋମିଟର ବେଗରେ ପ୍ରବଳ ପବନ ବହିବା ଫଳରେ ନିଆଁ ଆହୁରି ଦ୍ରୁତ ଗତିରେ ବ୍ୟାପି ଯାଇଥିଲା।

ଏଥିରେ ପାଖାପାଖି ୧୭୦ଟି ଘର ଏବଂ ଦୋକାନ ଜଳି ପୋଡି ଛାରଖାର ହୋଇଯାଇଥିଲା। ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ସେହି ଅଞ୍ଚଳରୁ ଏକ ମୃତଦେହ ମିଳିଥିବା ବେଳେ ତାହା ସେହି ବ୍ୟକ୍ତିଙ୍କର କି ନୁହେଁ, ତାହା ଯାଞ୍ଚ କରାଯାଉଛି।

Advertisment

ସାଗାନୋସେକି କମ୍ୟୁନିଟି ହଲରେ ଏକ ଆଶ୍ରୟସ୍ଥଳ ଖୋଲାଯାଇଛି। ଯେଉଁଠାରେ ମଙ୍ଗଳବାର ରାତି ୧୦ଟା ୪୫ ସୁଦ୍ଧା ୧୨୫ ପରିବାରରୁ ୧୮୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା।

•    ଜାପାନର ଓଇଟା ସହରରେ ଭୟଙ୍କର ଅଗ୍ନିକାଣ୍ଡ
•    ନିଆଁ ଲାଗି ଜଳିଗଲା ୧୫୦ରୁ ଊର୍ଦ୍ଧ୍ୱ ଆବାସିକ ବିଲଡିଂ
•    ୧୭୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର
•    ଅଗ୍ନିକାଣ୍ଡ ପରେ ଜଣେ ବ୍ୟକ୍ତି ନିଖୋଜ ସୂଚନା
•    ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ
•    ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ଟିମର ଉଦ୍ୟମ ଜାରି

Advertisment
Japan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ