Advertisment

Massive Explosion: ବିଶାଳ ବିସ୍ଫୋରଣରେ ଥରିଲା ଆମେରିକା

ବିଶାଳ ବିସ୍ଫୋରଣରେ ଥରିଲା ଆମେରିକା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୨୫ କି.ମି ଦୂରକୁ ଶୁଭିଲା ଶବ୍ଦ । ଭାଙ୍ଗିଲା ଝରକା କବାଟ ଭୟରେ ଘରୁ ବାରକୁ ଦୌଡ଼ିଲେ ଲୋକେ ।

America-Blast

America-Blast Photograph: (OTV)

Advertisment

ଆମେରିକା (America) ରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି। USA ଟେନେସି ରାଜ୍ୟର ଏକ ଗାଁରେ ଏକ ସାମରିକ ଯୁଦ୍ଧାସ୍ତ୍ର କାରଖାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୧୮ ଜଣ ନିଖୋଜ ହୋଇ ଯାଇଛନ୍ତି। ଆଠଟି ବିଲ୍ଡିଂ ବିଶିଷ୍ଟ ଆକ୍ୟୁରେଟ୍ ଏନର୍ଜେଟିକ୍ ସିଷ୍ଟମ୍ସ କାରଖାନାରେ ଏହି ବିସ୍ଫୋରଣ ଘଟିଥିଲା। ଯାହା ଆମେରିକୀୟ ସେନା ପାଇଁ ବିସ୍ଫୋରକ ଏବଂ ଗୁଳିଗୋଳା ତିଆରି ଏବଂ ପରୀକ୍ଷା କରିଥାଏ। ଏହି କାରଖାନା ନାଶଭିଲେରୁ ପ୍ରାୟ ୬୦ ମାଇଲ୍ ଦକ୍ଷିଣ-ପଶ୍ଚିମରେ ବକ୍ସନୋର୍ଟ ଅଞ୍ଚଳର ଏକ ଦୂର ପାହାଡ଼ ଉପରେ ଅବସ୍ଥିତ। ଏ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ପ୍ରାୟ ୨୫ କି.ମି ପର୍ଯ୍ୟନ୍ତ ଲୋକମାନେ ଅନୁଭବ କରି ପାରିଥିଲେ। ନିକଟବର୍ତ୍ତୀ ଗାଁଗୁଡିକର ଲୋକମାନେ କହିଛନ୍ତି ଯେ, ବିସ୍ଫୋରଣର ପ୍ରଭାବରେ ସେମାନଙ୍କ ଘରର ଝରକା ଭାଙ୍ଗି ଯାଇଥିଲା। ଭୟଭୀତ ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଲେ।
ପ୍ରାରମ୍ଭିକ ରିପୋର୍ଟର ଅନୁଯାଇଁ ଏହି ବିସ୍ଫୋରଣରେ ୧୮ ଜଣଙ୍କ ଅତା ପତ୍ତା ମିଳୁନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଥିଲେ, କିନ୍ତୁ କ୍ରମାଗତ ଛୋଟ ଛୋଟ ବିସ୍ଫୋରଣ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା। 
ଆକ୍ୟୁରେଟ୍ ଏନର୍ଜେଟିକ୍ ସିଷ୍ଟମ୍ସ ହେଉଛି ଏକ କମ୍ପାନୀ ଯାହା ଆମେରିକୀୟ ସେନାକୁ ବିସ୍ଫୋରକ ଏବଂ ଗୋଳାବାରୁଦ ଯୋଗାଣ କରେ। ଏହି ପ୍ଲାଣ୍ଟରେ ଆଠଟି କୋଠା ଥିଲା, ଯେଉଁଥିରେ ଗବେଷଣା ଏବଂ ଉତ୍ପାଦନ ଉଭୟ ହେଉଥିଲା। ପାହାଡ ଏବଂ ଜଙ୍ଗଲ ଘେରି ରହିଥିବା ଏହି ଅଞ୍ଚଳକୁ ସୁରକ୍ଷା କାରଣରୁ ଏଠାରେ ବିସ୍ଫୋରକ ତିଆରି କାରଖାନା ପାଇଁ ଉପଯୁକ୍ତ ସ୍ଥାନ ଭାବେ ବଛା ଯାଇଥିଲା। 
ତେବେ ବ୍ଲାଷ୍ଟ ପରର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେଏଁଥିରେ ଚାରିଆଡ଼େ ଛିନଛତ୍ର ହୋଇ ପଡ଼ିଥିବା ଫ୍ୟାକ୍ଟ୍ରିର ଭଗ୍ନାବଶେଷ ଦେଖିବାକୁ ମିଳିଛି। ଯାହା ପ୍ରାୟ ୧ କିମି ପର୍ଯ୍ୟନ୍ତ ପଡ଼ିଥିବା ସୂଚନା ମିଳିଛି । ବିସ୍ଫୋରଣ ସମୟରେ ପ୍ଲାଣ୍ଟ ଭିତରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରେ ତଦନ୍ତ ଚାଲିଛି, କିନ୍ତୁ ବାରମ୍ବାର ଛୋଟ ବିସ୍ଫୋରଣ ହେବା ଯୋଗୁଁ ତଦନ୍ତ ବଢି ପାରୁନାହିଁ।

Advertisment

ଅଧିକ ଦେଖନ୍ତୁ:

America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ