Advertisment

Massive explosion: ଭୟଙ୍କର ବିସ୍ଫୋରଣରେ ଛିନଛତ୍ର ଆମେରିକାର କାରଖାନା, ଏକାଧିକଙ୍କ ମୃତ୍ୟୁ ଆଶଙ୍କା

ଆମେରିକାର ଆକ୍ୟୁରେଟ୍ ଏନର୍ଜେଟିକ୍ ସିଷ୍ଟମ୍ସ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ସାମରିକ ଯୁଦ୍ଧାସ୍ତ୍ର କାରଖାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୧୮ ଜଣ ନିଖୋଜ ହୋଇ ଯାଇଛନ୍ତି।

Massive explosion

Massive explosion Photograph: (OTV)

Advertisment

ଆମେରିକାରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଆମେରିକାର ଟେନେସି ରାଜ୍ୟରେ ଏକ ଗାଁରେ ଏକ ସାମରିକ ଯୁଦ୍ଧାସ୍ତ୍ର କାରଖାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୧୮ ଜଣ ନିଖୋଜ ହୋଇ ଯାଇଛନ୍ତି।

Advertisment

ଆଠଟି ବିଲ୍ଡିଂ ବିଶିଷ୍ଟ ଆକ୍ୟୁରେଟ୍ ଏନର୍ଜେଟିକ୍ ସିଷ୍ଟମ୍ସ କାରଖାନାରେ ଏହି ବିସ୍ଫୋରଣ (Explosion In Factory) ଘଟିଥିଲା। ଯାହା ଆମେରିକୀୟ ସେନା ପାଇଁ ବିସ୍ଫୋରକ ଏବଂ ଗୁଳିଗୋଳା ତିଆରି ଏବଂ ପରୀକ୍ଷା କରିଥାଏ। ଏହି କାରଖାନା ନାଶଭିଲେରୁ ପ୍ରାୟ ୬୦ ମାଇଲ୍ ଦକ୍ଷିଣ-ପଶ୍ଚିମରେ ବକ୍ସନୋର୍ଟ ଅଞ୍ଚଳର ଏକ ଦୂର ପାହାଡ଼ ଉପରେ ଅବସ୍ଥିତ। ଏ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ପ୍ରାୟ ୧୫ ମାଇଲ ପର୍ଯ୍ୟନ୍ତ ଲୋକମାନେ ଅନୁଭବ କରି ପାରିଥିଲେ।

ପ୍ରାରମ୍ଭିକ ରିପୋର୍ଟରେ ୧୯ ଜଣ ନିଖୋଜ ଥିବା ସୂଚିତ କରାଯାଇଥିଲା, କିନ୍ତୁ ଘଟଣାସ୍ଥଳରେ ଥିବା ଜଣେ ବ୍ୟକ୍ତି ଉକ୍ତ ବିଲ୍ଡିଂ ଭିତରୁ ସୁରକ୍ଷିତ ଭାବେ ମିଳିବା ପରେ ୧୮ ଜଣ ନିଖୋଜ ଥିବେ ଜଣା ପଡିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଥିଲେ, କିନ୍ତୁ କ୍ରମାଗତ ଛୋଟ ଛୋଟ ବିସ୍ଫୋରଣ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା।

Advertisment

ବିସ୍ଫୋରଣ ହୋଇଥିବା ନିକଟବର୍ତ୍ତୀ ଗାଁଗୁଡିକର ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ବିସ୍ଫୋରଣର ପ୍ରଭାବରେ ସେମାନଙ୍କ ଘରର ଝରକା ଭାଙ୍ଗି ଯାଇଥିଲା। ଭୟଭୀତ ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଲେ।

ସେନା ପାଇଁ ବିସ୍ଫୋରକ ତିଆରି କରାଯାଇଥିଲା

ଆକ୍ୟୁରେଟ୍ ଏନର୍ଜେଟିକ୍ ସିଷ୍ଟମ୍ସ ହେଉଛି ଏକ କମ୍ପାନୀ ଯାହା ଆମେରିକୀୟ ସେନାକୁ ବିସ୍ଫୋରକ ଏବଂ ଗୋଳାବାରୁଦ ଯୋଗାଣ କରେ। ଏହି ପ୍ଲାଣ୍ଟରେ ଆଠଟି କୋଠା ଥିଲା, ଯେଉଁଥିରେ ଗବେଷଣା ଏବଂ ଉତ୍ପାଦନ ଉଭୟ ହେଉଥିଲା। ପାହାଡ ଏବଂ ଜଙ୍ଗଲ ଘେରି ରହିଥିବା ଏହି ଅଞ୍ଚଳକୁ ସୁରକ୍ଷା କାରଣରୁ ଏଠାରେ ବିସ୍ଫୋରକ ତିଆରି କାରଖାନା ପାଇଁ ଉପଯୁକ୍ତ ସ୍ଥାନ ଭାବେ ବଛା ଯାଇଥିଲା। ତେବେ ବିସ୍ଫୋରଣ ସମୟରେ ପ୍ଲାଣ୍ଟ ଭିତରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରେ ତଦନ୍ତ ଚାଲିଛି, କିନ୍ତୁ ବାରମ୍ବାର ଛୋଟ ବିସ୍ଫୋରଣ ହେବା ଯୋଗୁଁ ତଦନ୍ତ ବଢି ପାରୁନାହିଁ। 

Advertisment
Explosion In Factory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ