Advertisment

Earthquake: ଶକ୍ତିଶାଳୀ ଭୂମିକମ୍ପ, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ; ସୁନାମୀ ଆଲର୍ଟ

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ପରେ ଭୂମିକମ୍ପ ବିଜ୍ଞାନ ସଂସ୍ଥା ପକ୍ଷରୁ ସୁନାମୀ ଆଲର୍ଟ କରାଯାଇଛି। ରିକ୍ଟର ସ୍କେଲ୍ ରେ ଭୂକମ୍ପର ତୀବ୍ରତା ୭.୬ ରେକର୍ଡ କରାଯାଇଛି।

Earthquake

Earthquake Photograph: (OTV)

Advertisment

ଫିଲିପାଇନ୍ସରେ ବଡ଼ ଧରଣର ଭୂକମ୍ପ(Earthquake)। ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଛି ଫିଲିପାଇନ୍ସ। ରିକ୍ଟର ସ୍କେଲ୍ ରେ ଭୂକମ୍ପ ତୀବ୍ରତା ୭.୬ ରେକର୍ଡ କରାଯାଇଛି। ଭୂକମ୍ପ ଅନୁଭୂତ ପରେ ଲୋକମାନେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏହାପରେ ଭୂମିକମ୍ପ ବିଜ୍ଞାନ ସଂସ୍ଥା ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି। 
ସେପଟେ ମାଣ୍ଡାନିଓ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରେ ବି ସୁନାମୀ ଆଲର୍ଟ ଜାରି କରାଯାଇଛି। ତେବେ ଫିଲିପାଇନସରେ କ୍ଷୟକ୍ଷତି ନେଇ କିଛି ରିପୋର୍ଟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

Advertisment
Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ