SUDAN-HOSPITAL-MASSACRE Photograph: (OTV)
ଅତି ବୀଭତ୍ସ, ଅମାନୁଷିକ, ଜଘନ୍ୟ କାଣ୍ଡ... ଉତ୍ତର ଆଫ୍ରିକୀୟ ଦେଶ ସୁଦାନର ଏକ ମାଟରନିଟି ହସ୍ପିଟାଲରେ ଘଟିଛି ନରସଂହାର । ସୁଦାନର ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସ ଉତ୍ତର ଡାର୍ଫୁର ରାଜଧାନୀର ଅଲ୍-ଫାଶେର୍ ଦଖଲ କରିବା ପରେ ବର୍ବରତା ଘଟାଇଛନ୍ତି । ସହରର ସାଉଦି ମାର୍ଟରନିଟି ହସ୍ପିଟାଲ ଭିତରେ ପଶି ରୋଗୀଙ୍କ ସମେତ ଶହ ଶହ ଲୋକଙ୍କୁ କରିଛନ୍ତି ହତ୍ୟା ।
ମଙ୍ଗଳବାର ଏଲ୍-ଫାଶେର ସହରର ରାପିଡ୍ ସପୋର୍ଟ ଫୋର୍ସ (RSF) ମେଡିକାଲରେ ପଶିଥିଲେ । ଆଉ ବିନା କାରଣରେ ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳି କରିଥିଲେ । ଏଥିରେ ୪୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଉ ଏହି ଆକ୍ରମଣ ବେଳର ଛାତିଥରା ଫୁଟେଜ ବି ଆସିଛି ସାମ୍ନାକୁ । ଏକ ମିନିଟ୍ର ଏହି ଭିଡିଓରେ ଶହ ଶହ ରକ୍ତ ଜୁଡୁବୁଡୁ ମୃତଦେହ ଚଟାଣରେ ପଡିଥିବାର ଦେଖିଯାଇଛି ।
ଖାଲି ହସ୍ପିଟାଲ ନୁହେଁ, RSF ଫୋର୍ସ ଘରେ ପଶି ମହିଳା ଓ ଶିଶୁଙ୍କୁ ମାଡ ମାରିବା ସହ ଗୁଳି କରିଥିଲେ । ରାସ୍ତା ଉପରେ ଆଖିବୁଜା ଗୁଳିମାଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ନିରୀହ ନାଗରିକଙ୍କ ଉପରେ ଏହି ବର୍ବରତାକୁ ନିନ୍ଦା କରିଛି ସମଗ୍ର ବିଶ୍ୱ ।
ସୁଦାନକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ବର୍ଷ ହେଲା ସୁଦାନ ସେନା (SAF) ଓ ଅର୍ଦ୍ଧସାମରିକ ବାହିନୀ (RSF) ଭିତରେ ଚାଲିଛି ଭୀଷଣ ସଂଘର୍ଷ । ଆଉ ଲଢେଇରେ ବଳି ପଡିଲାଣି ୪୦ ହଜାରରୁ ଅଧିକ ଜୀବନ । କୋଟିଏ ୪୦ ଲକ୍ଷରୁ ଅଧିକ ବିସ୍ଥାପିତ ହୋଇଛନ୍ତି । ଏହି ସଂଘର୍ଷ ଆରମ୍ଭ ଦିନରୁ ହସ୍ପିଟାଲ ଉପରେ ୨୮୦ରୁ ଅଧିକ ଥର ଆଟାକ୍ ହୋଇଛି । ଯେଉଁଥିରେ ମୋଟ ୧୨୦୪ ଜଣଙ୍କ ମୃତ୍ୟୁ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/02/sudan-hospital-massacre-2025-11-02-14-46-25.jpg)