Israel Iran War Photograph: (OTV)
ଇରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ। ଥରିଲା ଇରାନ୍ ରାଜଧାନୀ ତେହରାନ୍। ବିଭିନ୍ନ ସ୍ଥାନରେ ଶୁଭିଲା ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ। ଆଜି ସକାଳେ ଇରାନ ରାଜଧାନୀ ତେହେରାନର ମଧ୍ୟଭାଗରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରୁ ପ୍ରବଳ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ୩୦ରୁ ଅଧିକ ସ୍ଥାନରେ ହମଲା ହୋଇଥିବା ସୂଚନା ମିଳିଛି।
ସେପଟେ ଇସ୍ରାଏଲରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି। ତେଲ୍ ଆଭିଭ୍ ଏବଂ ଜେରୁଜେଲମ ସମେତ ବିଭିନ୍ନ ସହରରେ ଏୟାର-ରେଡ୍ ସାଇରନ୍ ବାଜି ଉଠିଛି। ଇରାନ ପକ୍ଷରୁ ପାଲଟା ମିସାଇଲ୍ ଆକ୍ରମଣ ହେବାର ଆଶଙ୍କା କରି ଇସ୍ରାଏଲ ସେନା ନିଜ ନାଗରିକମାନଙ୍କୁ ସୁରକ୍ଷିତ ବଙ୍କର କିମ୍ବା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ ସତର୍କ କରାଇ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/israel-iran-war-2026-02-28-13-03-40.jpg)