Advertisment

Protests In Iran: ଜଳୁଛି ଇରାନ, ଦେଶରେ ଗୃହଯୁଦ୍ଧ ସ୍ଥିତି

ଜଳୁଛି ଇରାନ, ଦେଶରେ ଗୃହଯୁଦ୍ଧ ସ୍ଥିତି। ୧୩ ଦିନର ପ୍ରଦର୍ଶନରେ ୬୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ। ଇରାନରେ ଶାସନ ବିରୋଧରେ ଖୋଲା ବିଦ୍ରୋହ।

Iran

Iran Photograph: (OTV)

Advertisment

ଜଳୁଛି ଇରାନ। ଦେଶରେ ଗୃହଯୁଦ୍ଧ ସ୍ଥିତି । ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇଛନ୍ତି ହଜାର ହଜାର ବିକ୍ଷୋଭକାରୀ। ଇରାନରେ ଆର୍ଥିକ ସଙ୍କଟ ବିରୋଧରେ ଚାଲିଥିବା ପ୍ରତିବାଦ ଦେଶର ବିଭିନ୍ନ ସହରକୁ ବ୍ୟାପିଛି। ଏବେ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୬୦ରୁ ଅଧିକ ନାଗରିକ ପ୍ରାଣ ହରାଇଲେଣି। 

Advertisment

ଇରାନରେ ଶାସନ ବିରୋଧରେ ଖୋଲା ବିଦ୍ରୋହ ଜାରି ରହିଛି। ଏପଟେ ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଖାମେନି ଚେତାବନୀ ଦେଇଥିବା ବେଳେ ଇରାନ ନେତୃତ୍ବଙ୍କୁ ଧମକ ଦେଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯଦି ଇରାନ ନୀରିହ ନାଗରିକଙ୍କ ବିରାଧରେ ଦମନଲୀଳା ବନ୍ଦ ନକରେ ତାହାଲେ ପରିଣାମ ଭୟଙ୍କର ହେବ। 

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଆମେରିକା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରି କହିଛନ୍ତି, ଇତିହାସ ସାକ୍ଷୀ ଯେତେବେଳେ ଅହଂକାରୀ ଶାସକମାନେ କ୍ଷମତାର ଶୀର୍ଷରେ ପହଞ୍ଚନ୍ତି। ତା’ପରେ ସେମାନଙ୍କର ପତନ ଆରମ୍ଭ ହୁଏ।

Advertisment

ଏପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନ ଲାଣ୍ଡ୍ ଅକ୍ତିଆର ଧମକ ଭିତରେ ଡେନମାର୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଡେନମାର୍କ ପ୍ରତିରକ୍ଷା ମନ୍ତ୍ରାଳୟ କଡ଼ା ପ୍ରତିକ୍ରିୟାରେ କହିଛି ଯଦି ଆମେରିକା ଗ୍ରୀନ୍ ଲାଣ୍ଡ୍ ଆକ୍ରମଣ କରେ ତେବେ ସୈନିକମାନେ ନିର୍ଦ୍ଦେଶର ଅପେକ୍ଷା ନକରି ‘ପ୍ରଥମେ ଗୁଳି ଚଳାଇବେ ଏବଂ ପରେ ପ୍ରଶ୍ନ ପଚାରିବେ।

ଜଳୁଛି ଇରାନ, ଦେଶରେ ଗୃହଯୁଦ୍ଧ ସ୍ଥିତି
୧୩ ଦିନର ପ୍ରଦର୍ଶନରେ ୬୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ
ଇରାନରେ ଶାସନ ବିରୋଧରେ ଖୋଲା ବିଦ୍ରୋହ 
ଟ୍ରମ୍ପଙ୍କ ଧମକ ପରେ ଆୟାତୋଲ୍ଲା ଖାମେନିଙ୍କ ସମାଲୋଚନା
'ଅହଂକାରୀ ଶାସକ କ୍ଷମତାର ଶୀର୍ଷରେ ପହଞ୍ଚିଲେ ପତନ ହୁଏ'
ଟ୍ରମ୍ପଙ୍କ ଗ୍ରୀନ ଲାଣ୍ଡ୍ ଅକ୍ତିଆର ଧମକ ଭିତରେ ଡେନମାର୍କର କଡ଼ା ଜବାବ

Advertisment
Protests Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ