Khamenei Wife Photograph: (OTV)
ଆକ୍ରମଣରେ ଆହତ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ପରେ ପତ୍ନୀଙ୍କ ମୃତ୍ୟୁ। ଆମେରିକା ଓ ଇସ୍ରାଏଲର ମିଳିତ ଅପରେସନରେ ଗୁରୁତର ହୋଇଥିଲେ ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ। ଟାର୍ଗେଟ ହିଟ୍ କରିଥିବା ସ୍ଥାନରେ ସେଦିନ ସେ ଉପସ୍ଥିତ ଥିଲେ। ଆକ୍ରମଣରେ ଗୁରୁତର ଭାବରେ ଆହତ ହୋଇଥିଲେ ମନସୁରେହ ଖୋଜାସ୍ତେହ।
ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ମନସୁରେହ ଖୋଜାସ୍ତେହ ଇରାନର ପ୍ରଥମ ମହିଳା ଭାବେ ପରିଚିତ ଥିଲେ। ଖାମେନେଇଙ୍କ ପରିବାରର ସେ ଜଣେ ମୁଖ୍ୟ ସଦସ୍ୟ ଥିଲେ। ତାଙ୍କ ମୃତ୍ୟୁ ପରେ ଇରାନର ସାଧାରଣ ଜନତା ଓ ପ୍ରଶାସନ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/03/khamenei-wife-2026-03-03-08-33-06.jpg)