Iran Photograph: (OTV)
ସରକାର ବିରୋଧୀ ବିକ୍ଷୋଭ ଭିତରେ ଆନ୍ଦୋଳନକାରୀଙ୍କ ପ୍ରତି ଆହୁରି କଠୋର ହେଲେ ଇରାନ ସରକାର। ଖାମନେଇ ସରକାର ବିରୋଧରେ ଯେଉଁମାନେ ରାସ୍ତାକୁ ଓହ୍ଲାଇ ଗିରଫ ହୋଇଛନ୍ତି, ସେମାନଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଆଉ ହତ୍ୟା କରିଥିବା ବିକ୍ଷୋଭକାରୀଙ୍କୁ ମୃତ୍ୟଦଣ୍ଡ ପାଇଁ ବି ଚେତାବନୀ ଦିଆଯାଇଛି।
ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଜଳୁଛି ଇରାନ୍। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ବିକ୍ଷୋଭକାରୀ। ଦେଶବ୍ୟାପୀ ଲାଗି ରହିଛି ହିଂସା ଓ ବିକ୍ଷୋଭ। ଏହି ଆନ୍ଦୋଳନରେ ଏବେସୁଦ୍ଧା ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
ସେପଟେ ଇରାନରେ ଦେଖାଦେଇଥିବା ଅଶାନ୍ତି ଓ ଅସ୍ଥିରତା ପଛରେ ଆମେରିକା ଓ ଇସ୍ରାଏଲର ହାତ ଥିବା କହିଛନ୍ତି ଇରାନ୍ ସରକାର। ଆତଙ୍କବାଦୀମାନେ ଆନ୍ଦୋଳନ ଓ ଆନ୍ଦୋଳନକାରୀଙ୍କୁ ହାଇଜାକ୍ କରିନେଇଥିବା ମଧ୍ୟ ଇରାନ ଅଭିଯୋଗ କରିଛି। ଏଣେ ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରୀ ଜାରି ହୋଇଛି।
ବିକ୍ଷୋଭ, ଆନ୍ଦୋଳନ ଓ ଆକ୍ରମଣ ଆଶଙ୍କା ପାଇଁ ତୁରନ୍ତ ଇରାନ ଛାଡ଼ିଦେବାକୁ ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷକରି ଇରାନରେ ରହୁଥିବା ଛାତ୍ର, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ବ୍ୟବସାୟୀମାନଙ୍କୁ ଯେ କୌଣସି ଯାତାୟତ ମାଧ୍ୟମ ଏପରିକି ବାଣିଜ୍ୟିକ ବିମାନରେ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପ୍ରତି ଇରାନ ହିଂସାରେ ୨୫ ଶହ ଲୋକଙ୍କର ଜୀବନ ଗଲାଣି।
ଅସ୍ଥିର ଇରାନ, କଠୋର ହେଲେ ସରକାର
ଇରାନରେ ଥମିବାର ନାଁ ନେଉନି ସରକାର ବିରୋଧୀ ବିକ୍ଷୋଭ
ଆନ୍ଦୋଳନକାରୀଙ୍କ ପ୍ରତି ଆହୁରି କଠୋର ହେଲେ ଇରାନ ସରକାର
ଗିରଫ ବିକ୍ଷୋଭକାରୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ନିର୍ଦ୍ଦେଶ
ହତ୍ୟା ଅଭିଯୁକ୍ତ ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ଚେତାବନୀ
ଦୁଇ ସପ୍ତାହରୁ ଅଧିକ ସମୟ ଧରି ଜଳୁଛି ଇରାନ୍
ଆମେରିକାର ସମ୍ଭାବ୍ୟ ଆକ୍ରମଣ ଦୃଷ୍ଟିରୁ ଆଡଭାଇଜରୀ
ତେହେରାନ ଦୂତାବାସ ପକ୍ଷରୁ ଭାରତୀୟଙ୍କ ଲାଗି ଆଡଭାଇଜରୀ
ତୁରନ୍ତ ଇରାନ ଛାଡ଼ି ଚାଲିଯିବାକୁ ଭାରତୀୟ ନାଗରିକଙ୍କୁ ନିର୍ଦ୍ଦେଶ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/iran-2026-01-15-08-41-42.jpg)