Iran-Israel-America War Photograph: (OTV)
ଆମେରିକା ଇସ୍ରାଏଲ ଓ ଇରାନ ଯୁଦ୍ଧର ଆଜି ଅଷ୍ଟମ ଦିନ। ଗତ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିଲା ଏ ଯୁଦ୍ଧ। ଯୁଦ୍ଧରେ ଇରାନର ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆଗକୁ ଯୁଦ୍ଧ ଥମିବାର କୌଣସି ସଙ୍କେତ ମିଳୁନାହିଁ।
ଇରାନରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ସମେତ ଏହାର ଅଧିକାଂଶ ନେତା ଓ ସାମରିକ ଅଧିକାରୀଙ୍କୁ ନିପାତ କରିଦେଇଛି ଆମେରିକା ଓ ଇସ୍ରାଏଲ ସେନା। ମଧ୍ୟପ୍ରାଚ୍ୟକୁ ଦଶନ୍ଧି ମଧ୍ୟରେ ସବୁଠାରୁ ଗମ୍ଭୀର ସଙ୍କଟ ମଧ୍ୟକୁ ଠେଲି ଦେଇଛି ଏହି ଯୁଦ୍ଧ।
ପରମାଣୁ ଭିତ୍ତିଭୂମି ଏବଂ କ୍ଷେପଣାସ୍ତ୍ର ଲଞ୍ଚପ୍ୟାଡକୁ ଟାର୍ଗେଟ କରିବା ଆରମ୍ଭ ହୋଇଥିବା ଏହି ଯୁଦ୍ଧ ତୀବ୍ରଭାବେ ଉପସାଗରୀୟ ଦେଶଗୁଡ଼ିକୁ କବଳିତ କରିଛି। ଇରାନ ପ୍ରତିଶୋଧର ଶିକାର ହୋଇଛନ୍ତି ପଡ଼ୋଶୀ ଦେଶ। ହିଜବୋଲ୍ଲା ଓ ହାଉଥି ଭଳି ଇରାନୀ ସମର୍ଥକ ଗୋଷ୍ଠୀ ମଧ୍ୟ ଇସ୍ରାଏଲକୁ ଟାର୍ଗେଟ କରିଛନ୍ତି। ଇରାନରେ ୧୬୫ ଜଣ ସ୍କୁଲ ଛାତ୍ରୀଙ୍କ ଯୁଦ୍ଧରେ ମୃତ୍ୟୁ ହୋଇଛି।
ହରମୁଜ୍ ଷ୍ଟ୍ରେଟ୍ ବନ୍ଦ ହେବା ପରେ ତୈଳ ପରିବହନ ବାଧାପ୍ରାପ୍ତ ହୋଇଛି। ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ପାଇଛି। ଯୁଦ୍ଧ ଯୋଗୁଁ ଉପସାଗରୀୟ ସେମାନଙ୍କର ଆକାଶ ସୀମା ବନ୍ଦ କରିବା ପରେ ଏହି ଅଞ୍ଚଳରେ ୧୧ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି। ଅଶୋଧିତ ତେଲ ମୂଲ୍ୟ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ଏହି ଯୁଦ୍ଧ ୧୪ଟି ଦେଶକୁ ପ୍ରଭାବିତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/07/iran-israel-america-war-2026-03-07-09-28-25.jpg)