Advertisment

Iran Targets Oil Refinery: ଇରାନ ଟାର୍ଗେଟରେ ମଧ୍ୟପ୍ରାଚ୍ୟ ତୈଳକ୍ଷେତ୍ର, ଘନଘନ ବାଲିଷ୍ଟିକ୍ ମିସାଇଲ୍ ମାଡ଼

ଇରାନ ଟାର୍ଗେଟରେ ମଧ୍ୟପ୍ରାଚ୍ୟ ତୈଳକ୍ଷେତ୍ର। ବାହାରିନର ସର୍ବବୃହତ ଅଏଲ୍ ରିଫାଇନାରୀକୁ ଆଟାକ୍। ଅଏଲ୍ ରିଫାଇନାରୀ ଉପରେ ବାଲିଷ୍ଟିକ୍ ମିସାଇଲ୍ ମାଡ଼। ଅଏଲ୍ ରିଫାଇନାରୀର ଗୋଟିଏ ୟୁନିଟ୍ ଉପରେ ଆକ୍ରମଣ।

Iran targets Oil-Refinery

Iran targets Oil-Refinery Photograph: (OTV)

Advertisment

ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ । ଟାର୍ଗେଟରେ ତୈଳକ୍ଷେତ୍ର । ବାହାରିନର ସର୍ବବୃହତ ଅଏଲ୍ ରିଫାଇନାରୀକୁ ଆଟାକ୍ କରିଛି ଇରାନ୍ । ଏକ ବାଲିଷ୍ଟିକ୍ ମିସାଇଲ୍ ଦ୍ୱାରା ବାହାରିନର ଅଏଲ୍ ରିଫାଇନାରୀ ଉପରେ ଆକ୍ରମଣ ହୋଇଥିବା ସୂଚନା ସୂଚନା ମିଳିଛି । ମିସାଇଲ୍ ମାଡ଼ ପରେ ରିଫାଇନାରୀରେ ଭୟଙ୍କର ନିଆଁ ଦେଖିବାକୁ ମିଳିଛି । 

Advertisment

ଏହାର ଗୋଟିଏ ୟୁନିଟକୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବା ବାହାରିନ୍ ସ୍ବୀକାର କରିଛି। ତେବେ ନିଆଁଙ୍କୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି । ଏହି ରିଫାଇନାରୀ ବାହାରିନ୍ ର ସର୍ବବୃହତ ତେଲ ଶୋଧନାଳୟ । ଦିନକୁ ପ୍ରାୟ ୪ ଲକ୍ଷ ବ୍ୟାରେଲ୍ ତେଲ ଏଠାରେ ପ୍ରୋସେସ୍ କରାଯାଇଥାଏ । 

ଏହା ବାହାରିନ୍ ର ଅର୍ଥନୀତିର ଏକ ମୁଖ୍ୟ ଅଂଶ। ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ ଏବେ ଆମେରିକା ଓ ଇସ୍ରାଏଲ ସହଯୋଗୀ ରାଷ୍ଟ୍ରର ଅଏଲ୍ ଓ ଏନର୍ଜି ସେକ୍ଟର ଉପରେ ବଡ଼ଧର ଆକ୍ରମଣ କରୁଛି । ଏହାଦ୍ବାରା ବିଶ୍ୱ ତୈଳ ବଜାରରେ ବଡ଼ ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି ।

Advertisment

ଗତକାଲି ଇରାନ ୟୁଏଇର ରିଫାଇନାରୀ ଉପରେ ବି ମିସାଇଲ୍ ମାଡ଼ କରିଥିଲା । ଯଦି ଆମେରିକା ଓ ଇସ୍ରାଏଲ ଆକ୍ରମଣ ନ ରୋକିବେ, ତେବେ ସମଗ୍ର ମଧ୍ୟପ୍ରାଚ୍ୟର ତୈଳ କ୍ଷେତ୍ର ଓ ଗ୍ୟାସ୍ ପାଇପଲାଇନକୁ ଧ୍ୱଂସ କରିଦିଆଯିବ ବୋଲି ଇରାନ ଚେତାବନୀ ଦେଇଛି। ଏପଟେ ୭ ଦିନର ଯୁଦ୍ଧରେ କେବଳ ଇରାନରେ ୧୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏପଟେ ଅପରେସନ୍ ଏପିକ୍ ଫ୍ୟୁରିର ଭୟଙ୍କର ରୂପ । ଇରାନ୍ ନୌସେନାକୁ ଧ୍ବଂସ କରୁଛି ଆମେରିକା । ତିନି ଦିନରେ ଇରାନର ୨୪ଟି ଜାହାଜ ଧ୍ବଂସ କରିଥିବାବେଳେ ଦାବି କଲେ ଟ୍ରମ୍ପ୍ । ଇରାନକୁ ଧମକ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯିଏ ଅସ୍ତ୍ର ନଛାଡ଼ିବ ସିଏ ମୃତ୍ୟୁ ମୁଖରେ ପଡ଼ିବ । ଏପରିକି ଇରାନର ଶୀର୍ଷ କମାଣ୍ଡରମାନଙ୍କୁ ଚେତାବନୀ ଶୁଣାଇଛନ୍ତି ଟ୍ରମ୍ପ୍ । 

Advertisment

ସେ କହିଛନ୍ତି, କେବେ କେହି ଦେଖିନଥିବା ଧ୍ବଂସ ଏବେ ଆମେରିକା କରୁଛି । ପ୍ରତି ଘଣ୍ଟାରେ ଇରାନର ମିସାଇଲକୁ ଧ୍ବଂସ କରାଯାଉଛି । ଆକାଶରେ ଆଟାକ୍ କରିବାକୁ ଇରାନ ପାଖରେ ସୁରକ୍ଷା ନଥିବାବେଳେ ବିମାନ ମଧ୍ୟ ନଷ୍ଟ ହୋଇଯାଇଛି । ଏଣୁ ଇରାନ ଯୁଦ୍ଧ ବନ୍ଦ ନକଲେ ଆଗକୁ ଭୟାବହ ପରିସ୍ଥିତି ହେବ ବୋଲି ଚେତାଇଦେଇଛନ୍ତି ଟ୍ରମ୍ପ୍ ।  

Missile Attack Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ