/odishatv-khabar/media/media_files/2026/02/08/india-us-trade-deal-2026-02-08-12-18-34.jpg)
‘ଆମେରିକା ସହ ଭାରତର ଟ୍ରେଡ୍ ଡିଲ୍ ପରେ ଆସିବ ବଡ଼ ବୈପ୍ଲବିକ ପରିବର୍ତ୍ତନ’ Photograph: (OTV)
ବଢ଼ିବ ରପ୍ତାନୀ, ବଢ଼ିବ ବ୍ୟବସାୟ। ଆମେରିକା ସହ ଭାରତର ଟ୍ରେଡ୍ ଡିଲ୍ ପରେ ଭାରତୀୟ ବାଣିଜ୍ୟ କ୍ଷେତ୍ରରେ ଆସିବ ବଡ଼ ବୈପ୍ଲବିକ ପରିବର୍ତ୍ତନ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ। ଭାରତ-ଆମେରିକା ମଧ୍ୟରେ ବ୍ୟବସାୟ ବୃଦ୍ଧି ସହ ଦୁଇ ଦେଶର ଅର୍ଥନୈତିକ ସହଯୋଗକୁ ଉତ୍ସାହିତ କରିବ।
ଏହି ଡିଲ୍ ଦ୍ବାରା ବିଶ୍ୱ ବଜାରରେ ପ୍ରବେଶ କରିବ ଭାରତ। ବିଶେଷ ଭାବେ ଏହାର ସିଧା ଫାଇଦା ବ୍ୟବସାୟ, MSME, କୃଷକ ଓ ମତ୍ସ୍ୟ ବଜାର ଉପରେ ପଡ଼ିବ। ଭାରତୀୟ ଉତ୍ପାଦ ଉପରେ ଶୁଳ୍କ କମିବାରୁ ଟେକ୍ସଟାଇଲ୍, ପ୍ଲାଷ୍ଟିକ୍, ଯନ୍ତ୍ରାଂଶ ଇତ୍ୟାଦି ପାଇଁ ବଜାର ସୁଯୋଗ ସୃଷ୍ଟି ହେବ। ବାଣିଜ୍ୟ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଡିଲ୍ ଭାରତୀୟ କୃଷକ ଓ MSME ଉପରେ କୌଣସି ଖରାପ ପ୍ରଭାବ ପଡ଼ିବେ ନାହିଁ, ଏବଂ ସେମାନଙ୍କର ହିତରେ ବ୍ୟବସ୍ଥା ରଖାଯିବ।
ଏହି ଡିଲ୍ ଭାରତ-ୟୁଏସ୍ ବ୍ୟବସାୟକୁ ଯୋଡ଼ିବା ସହ ଦୁଇ ଦେଶର ଟେକ୍ନୋଲୋଜି ଓ ବଜାର ସହଯୋଗ ମଧ୍ୟ ବଢ଼ାଇପାରେ।...ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଟାରିଫ୍ କମାଇ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ଖାଲି ଏତିକି ନୁହେଁ କିଛି ସାମଗ୍ରୀ ଉପରେ ଶୂନ୍ୟ ଟାରିଫ୍ ବି ଘୋଷଣା ହୋଇଛି। ସେ ସବୁ ହେଲା ରତ୍ନପଥର ଓ ହୀରା, ଫାର୍ମା ସାମଗ୍ରୀ, ଏୟାରକ୍ରାଫ୍ଟ ସାମଗ୍ରୀ, ସ୍ମାର୍ଟ ଫୋନ୍, ଚା, କଫି, ମସଲା କଦଳୀ, କାଜୁ ଏବଂ ଅନେକ ବେକେରୀ ଜାତୀୟ ସାମଗ୍ରୀ।
- ‘ବଢ଼ିବ ରପ୍ତାନୀ, ବଢ଼ିବ ବ୍ୟବସାୟ’
- ‘ଆମେରିକା-ଭାରତ ଟ୍ରେଡ୍ ଡିଲ’ ଫାଇଦା ଗଣାଇଲେ ମନ୍ତ୍ରୀ
- କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସୂଚନା
- ‘ବାଣିଜ୍ୟ କ୍ଷେତ୍ରରେ ଆସିବ ବଡ଼ ବୈପ୍ଲବିକ ପରିବର୍ତ୍ତନ’
- ‘ଭାରତ-ଆମେରିକା ମଧ୍ୟରେ ବ୍ୟବସାୟ ବୃଦ୍ଧି ହେବ’
- ‘ଦୁଇ ଦେଶର ଅର୍ଥନୈତିକ ସହଯୋଗକୁ ଉତ୍ସାହିତ କରିବ’
- ‘ଡିଲ୍ ଦ୍ବାରା ବିଶ୍ୱ ବଜାରରେ ପ୍ରବେଶ କରିବ ଭାରତ’
- ‘MSME, କୃଷକ ଓ ମତ୍ସ୍ୟ ବଜାର ଉପରେ ସିଧା ଫାଇଦା’
- ‘ଟେକ୍ସଟାଇଲ୍, ପ୍ଲାଷ୍ଟିକ୍, ଯନ୍ତ୍ରାଂଶ ଶିଳ୍ପ ପାଇଁ ବଜାର ସୃଷ୍ଟି’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)