Advertisment

India, US Trade Deal: ଆଗକୁ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ନେଇ ଟ୍ରମ୍ପଙ୍କ ସଙ୍କେତ

ଆସନ୍ତା ସପ୍ତାହରେ ମାଲେସିଆରେ ଆସିଆନ୍ ମିଟ୍। ମୋଦିଙ୍କ ସହ ଆଲୋଚନା କରିପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଟ୍ରମ୍ପ କହିଲେ ମୋଦିଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛି।

Trade Deal

Trade Deal Photograph: (OTV)

Advertisment

ଭାରତ-ଆମେରିକା ଟ୍ରେଡ୍ ଡିଲ୍ ନେଇ ଟ୍ରଂପ୍ଙ୍କ ସଙ୍କେତ। ଆସନ୍ତା ସପ୍ତାହରେ ମାଲେସିଆରେ ହେବାକୁ ଥିବା ଆସିଆନ୍ ମିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ତା ପୂର୍ବରୁ ଟ୍ରମ୍ପ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀଙ୍କ ସହ  ସେ ଫୋନ୍ ଯୋଗେ ଆଲୋଚନା କରିଛନ୍ତି। 
ଭାରତ ରୁଷ୍ ଠାରୁ ଆଉ ଅଧିକ ତେଲ କିଣିବ ନାହିଁ। ଏଥିପାଇଁ ନୂଆଦିଲ୍ଲୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ଟ୍ରମ୍ପ୍। ଭାରତ ଆଗକୁ ରୁଷଠାରୁ ତେଲ ଆମଦାନୀକୁ ସମ୍ପୂର୍ଣ୍ଣ ବନ୍ଦ ନକରି, ତୈଳ ଆମଦାନୀ କମାଇବାକୁ ରାଜି ହୋଇଥିବା କହିଛନ୍ତି ଟ୍ରମ୍ପ୍। ଟ୍ରମ୍ପ ନିକଟରେ ଫୋନ୍ କରି ମୋଦିଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ। 
ତା ସହ ଓଭାଲ ଅଫିସରେ ଦୀପ ଜାଳି ଭାରତୀୟମାନଙ୍କୁ ଦୀପାବଳିର ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଏଥିରେ ଟ୍ରମ୍ପଙ୍କର ଭାରତ ପ୍ରତି ଆଭିମୁଖ୍ୟ ବଦଳିଥିବା ଚର୍ଚ୍ଚା ହେଉଛି। ତେବେ ମାଲେସିଆ ଆସିଆନ୍ ମିଟକୁ ମୋଦି ଯିବେ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଯଦି ଯାଆନ୍ତି, ତେବେ ଦୁଇ ନେତାଙ୍କ ଭିତରେ କିଭଳି ଆଲୋଚନା ହେଉଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment
India-US
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ