Advertisment

Hindu Teacher's Home Torched: ହିନ୍ଦୁ ଶିକ୍ଷକଙ୍କ ଘର ପୋଡିଦେଲେ, ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା

ବାଂଲାଦେଶର ସିଲହଟ ଜିଲ୍ଲାରେ ଜଣେ ହିନ୍ଦୁ ସ୍କୁଲ ଶିକ୍ଷକଙ୍କ ଘର ପୋଡ଼ି ଦିଆଯାଇଛି। ଫେବୃଆରୀ ୧୨ରେ ଦେଶରେ ସଂସଦୀୟ ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ଜାରି ରହିଛି।

Bangladesh

Bangladesh Photograph: (OTV)

Advertisment

ବାଂଲାଦେଶର ସିଲହଟ ଜିଲ୍ଲାରେ ଜଣେ ହିନ୍ଦୁ ସ୍କୁଲ ଶିକ୍ଷକଙ୍କ ଘର ପୋଡ଼ି ଦିଆଯାଇଛି। ଫେବୃଆରୀ ୧୨ରେ ଦେଶରେ ସଂସଦୀୟ ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ଜାରି ରହିଛି। ବାହୋର ଗାଁର ବାସିନ୍ଦା ବୀରେନ୍ଦ୍ର କୁମାର ଦେ ଏବଂ ତାଙ୍କ ପରିବାର ସଦସ୍ୟମାନେ ଅଳ୍ପକେ ରକ୍ଷା ପାଇଛନ୍ତି। ବୁଧବାର ଅପରାହ୍ନରେ ଘଟିଥିବା ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି ବୋଲି ଅଧିକାରୀମାନେ କହିଛନ୍ତି। 

Advertisment

ଡିସେମ୍ବର ୧୮ ତାରିଖରେ ପୋଷାକ କାରଖାନା କର୍ମଚାରୀ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯିବା ପରଠାରୁ, ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୮ ଜଣ ଅତ୍ୟାଚାର ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଏପରିକି କେତେକଙ୍କ ଘର ଉପରେ ଆକ୍ରମଣ, ହଡ଼ପ କିମ୍ବା ନିଆଁ ଲଗାଯାଇଛି। ହିନ୍ଦୁମାନଙ୍କ ବିରୁଦ୍ଧରେ ଅତି କମରେ ୫୧ଟି ହିଂସାକାଣ୍ଡ ଘଟଣା ଘଟିଲାଣି।

ସେପଟେ ବାହୋର ଗାଁ ଲୋକେ କହିଛନ୍ତି ଯେ ଘରଟି ପୋଡ଼ିଯିବା ସମୟରେ ଦେ ପରିବାରର ବୟସ୍କ ଲୋକଙ୍କ ସମେତ ସମସ୍ତ ସଦସ୍ୟ ଘର ଭିତରେ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେ ଖସି ପଳାଇଥିଲେ ବୋଲି ଗାଁ ଲୋକେ କହିଛନ୍ତି। ବୀରେନ୍ଦ୍ର ଜଣେ ଲୋକପ୍ରିୟ ଶିକ୍ଷକ ଥିଲେ ଏବଂ ଲୋକମାନେ ତାଙ୍କୁ 'ଝୁନୁ ସାର୍' ବୋଲି ଡାକୁଥିଲେ।

Advertisment

ଏହି ସମୟରେ ୟୁକେ ସଂସଦରେ, ସାଂସଦ ବବ୍ ବ୍ଲାକମ୍ୟାନ୍ ଗୁରୁବାର ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ବିରୁଦ୍ଧରେ ବୃଦ୍ଧି ପାଉଥିବା ହିଂସା ଉପରେ ଚିନ୍ତା ପ୍ରକାଶ କରିଥିଲେ। ସଂଖ୍ୟାଲଘୁମାନଙ୍କୁ ହତ୍ୟା କରାଯାଉଛି, ସେମାନଙ୍କ ଘର ଏବଂ ମନ୍ଦିର ପୋଡ଼ି ଦିଆଯାଉଛି। ପରିସ୍ଥିତିକୁ "ବିପର୍ଯ୍ୟୟ" ବୋଲି କହିଛନ୍ତି।

Bangladesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ