First Solar Eclipse of the Year Photograph: (OTV)
ପ୍ରତିବର୍ଷ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ନେଇ ଲୋକଙ୍କ ମନରେ ରହିଥାଏ ଉତ୍ସାହ। ମହାକାଶରେ ଘଟୁଥିବା ଏହି ମହାଜାଗତିକ ଘଟଣାକୁ ନେଇ ଧାର୍ମିକ ଓ ବୈଜ୍ଞାନିକ ଦୁଇ ପ୍ରକାର ଚର୍ଚ୍ଚା ଲାଗି ରହେ। କେତେବେଳେ ପାକ ନିଷେଧ ଓ କେତେବେଳେ ସର୍ବମୋକ୍ଷ ହେବ ? ତାକୁ ନେଇ ସଭିଙ୍କ ମନରେ ରହିଥାଏ ପ୍ରଶ୍ନ।
ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଦିନ ୩ଟା ୨୬ ମିନିଟରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୫୭ ମିନିଟରେ ସରିବ ସୂର୍ଯ୍ୟପରାଗ। ଏହାର ଅବଧି ପ୍ରାୟ ୪ ଘଣ୍ଟା ୩୨ ମିନିଟ ରହିବ। ତେବେ ଏହି ପରାଗ ଭାରତରେ ଦେଖାଯିବ ନାହିଁ। ସାଉଥ ଆଫ୍ରିକା, ତାଞ୍ଜାନିଆ, ମରିସସ ଆଦି ଦେଶରେ ଏହା ଦୃଶ୍ୟମାନ ହେବ।
ତେଣୁ ଭାରତ କିମ୍ୱା ଓଡ଼ିଶାରେ ପରାଗ ବିଧି ପାଳନ କରିବା ପାଇଁ ପାଞ୍ଜିରେ କୌଣସି ଉଲ୍ଲେଖ ନଥିବା କଥା କହିଛନ୍ତି ଜ୍ୟୋତିର୍ବିଦ। ଚଳିତବର୍ଷ ଦୁଇଟି ପରାଗ ଓ ଦୁଇଟି ଗ୍ରହଣ ପଡୁଛି। ଗତ ଆଶ୍ୱିନ ମାସରେ ପ୍ରଥମ ଗ୍ରହଣ ପଡ଼ିଥିଲା, ଅନ୍ୟଟି ଆସନ୍ତା ଫଗୁଣ ମାସ ପୂର୍ଣ୍ଣମୀ ଅର୍ଥାତ ମାର୍ଚ୍ଚ ୩ ଦିନ ପଡିବ।
ଏହା ଭାରତରେ ଦୃଶ୍ୟମାନ ହେବ। ସେହିପରି ଏ ବର୍ଷ ପଡ଼ୁଥିବା ୨ଟି ଯାକ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବାନାହିଁ ବୋଲି କହିଛନ୍ତି ଜ୍ୟୋତିର୍ବିଦ। ଆଜିର ସୂର୍ଯ୍ୟପରାଗର ପ୍ରଭାବ ଭାରତରେ ପଡୁ ନଥିବାରୁ କୌଣସି ଦେବ କାର୍ଯ୍ୟ କିମ୍ୱା ପାକ ପ୍ରଭାବିତ ହେବ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/17/first-solar-eclipse-of-the-year-2026-02-17-14-51-38.jpg)