Advertisment

The Country That Is Living In 2017: ଏହି ଦେଶରେ ଚାଲିଛି ଏବେ ୨୦୧୭ ମସିହା... କ୍ୟାଲେଣ୍ଡରରେ ବର୍ଷକ ୧୩ ମାସ

ଦୁନିଆରେ ଏମିତି ଏକ ଦେଶ ଅଛି, ଯେଉଁଠି ବର୍ଷକ ୧୨ ମାସ ନୁହେଁ, ୧୩ ମାସ। ଆଉ ସେଠାରେ ପ୍ରାଚୀନ କ୍ୟାଲେଣ୍ଡର ଅନୁସାରେ ଏବେ ଚାଲିଛି ୨୦୧୭ ମସିହା। ସେହି ଦେଶ ବିଷୟରେ ପଢନ୍ତୁ।

Ethiopia

Ethiopia Photograph: (OTV)

Advertisment

ବର୍ଷକ ୧୨ ମାସ, ଏ କଥା ସମସ୍ତେ ତ ଜାଣନ୍ତି, କିନ୍ତୁ ଦୁନିଆରେ ଏମିତି ଏକ ଦେଶ ଅଛି, ଯେଉଁଠି ବର୍ଷକ ୧୨ ନୁହେଁ, ୧୩ ମାସ । ଆଉ ଏହି ଦେଶ ଦୁନିଆଠାରୁ ୭ ବର୍ଷ ପଛରେ ଚାଲୁଛି । ସେଠି ଏବେ ୨୦୨୫ ନୁହେଁ ଚାଲିଛି ୨୦୧୭ ମସିହା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏହି ଦେଶ ହେଉଛି ଇଥିଓପିଆ ।
ପୂର୍ବ ଆଫ୍ରିକାରେ ରହିଛି ଇଥିଓପିଆ ଦେଶ । ଇଥିଓପିଆରେ ୧୩ ମାସରେ ଗୋଟିଏ ବର୍ଷ ହୁଏ । ଆଉ ଏହି ୧୩ ନମ୍ବର ମାସର ନାଁ ହେଲା ପଗୁମେ । ଏହି ମାସରେ କେବଳ ୫ କିମ୍ବା ୬ ଦିନ ହୋଇଥାଏ । ୧୩ ମାସ ହେବା ଯୋଗୁଁ ସାରା ଦୁନିଆଠୁ ୭ ବର୍ଷ ପଛରେ ଚାଲେ ଏହି ଦେଶ । ଏହାର କାରଣ ହେଲା ଇଥିଓପିଆ ନିଜର ଏକ ପ୍ରାଚୀନ କ୍ୟାଲେଣ୍ଡରକୁ ଅନୁସରଣ କରେ । ଯାହାର ନାଁ ଜି-ଇଜ୍ (Geʽez) । ଯେଉଁଥିରେ ବର୍ଷକ ୧୨ ମାସ ନୁହେଁ ବରଂ ୧୩ ମାସ ।  

Advertisment


ଆମେ ଯେଉଁ ଇଂରାଜୀ କ୍ୟାଲେଣ୍ଡର ବ୍ୟବହାର କରୁ, ତାହାକୁ ଗେଗ୍ରୋରିଆନ କ୍ୟାଲେଣ୍ଡର କହନ୍ତି । ସେଥିରେ ୧୨ ମାସ ହୋଇଥାଏ ଓ କେବଳ ଫେବୃୟାରୀକୁ ଛାଡି ପ୍ରତି ମାସରେ ୩୦ ଦିନ କିମ୍ବା ୩୧ ଦିନ ଥାଏ । କିନ୍ତୁ ଆମ କ୍ୟାଲେଣ୍ଡରର ସେପ୍ଟେମ୍ବର ୧୧ ତାରିଖରୁ ଇଥୋପିଆ କ୍ୟାଲେଣ୍ଡରରେ ଆରମ୍ଭ ହୁଏ ନୂଆ ବର୍ଷ । 
ଇଥିଓପିଆ କ୍ୟାଲେଣ୍ଡରରେ ମାସଗୁଡିକ ନାଁ ଏମିତି- ମସ୍କରମ୍, ଟିକମ୍‌ଟି, ହିଦର, ତେହସାସ୍, ଟିର୍, ୟେକତାତିତ୍, ମଗବିତ୍, ମିୟାଜିଆ, ଗିନବୁଟ୍, ସେନେ, ହାମ୍‌ଲି, ନେହାସା ଓ ପଗୁମେ । ଇଥିଓପିଆରେ କେବଳ ମାସ ନୁହେଁ, ସମୟ ବି ଅଲଗା ପ୍ରକାରେ ଗଣାଯାଏ । ଆମେ ରାତି ୧୨ଟାକୁ ଅଧ ରାତି ଓ ଦିନ ୧୨ଟାକୁ ଅଧା ଦିନ କହୁ, ସେଠି ୬ଟାରୁ ଅଧା ଦିନ ରାତି ଗଣାଯାଏ । ଯେଉଁଥିପାଇଁ ଇଥିଓପିଆ ଅନ୍ୟ ଦେଶଗୁଡିକଠୁ ନିଆରା ଓ ଭିନ୍ନ ।

Ethiopia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ