Advertisment

America Crisis: ଆମେରିକାରେ ହାହାକାର... ଖାଇବାକୁ ପାଉ ନାହାନ୍ତି ଲୋକେ, କାହିଁକି ହେଲା ଏମିତି ପରିସ୍ଥିତି

ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶାସନ ଅଧୀନରେ, ଆମେରିକା ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛି। ଅନେକ ସହରରେ, ମାଗଣା ଖାଦ୍ୟ ପାଇଁ ଲମ୍ବା ଧାଡ଼ି ଲାଗିଛି, ଯାହା ଆମେରିକା ଇତିହାସରେ ଅବିଶ୍ବସନୀୟ।

America

America Photograph: (OTV)

Advertisment

ସମଗ୍ର ବିଶ୍ୱରେ ନିଜର ସାମରିକ ଏବଂ ଆର୍ଥିକ ଶକ୍ତି ବିଷୟରେ ଗର୍ବ କରୁଥିବା ଆମେରିକାରେ, ପ୍ରତି ଆଠ ଜଣରେ ଜଣେ ବ୍ୟକ୍ତିଙ୍କୁ ନିଜ ପେଟ ପୋଷିବା ପାଇଁ ସରକାରୀ କୁପନ (ଫୁଡ୍ ଷ୍ଟାମ୍ପ) ଉପରେ ନିର୍ଭର କରିବାକୁ ପଡ଼େ। କିନ୍ତୁ ଦେଶର ହାହାକାର ପରିସ୍ଥିତି ଯୋଗୁଁ ତାକୁ ବନ୍ଦ କରି ଦେଇଛନ୍ତି ଆମେରିକାର ସଂଘୀୟ ସରକାର।

Advertisment

ପାକିସ୍ତାନ ଭଳି ଆମେରିକାରେ ଦେଖାଦେଲାଣି ପରିସ୍ଥିତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ଦେବାଳିଆ ହେବାକୁ ବସିଛି ଆମେରିକା। ପାକିସ୍ତାନ ପରି ହୋଇଯାଇଛି ହୋଇ ଯାଇଛି ପରିସ୍ଥିତି। ଆମେରିକାରେ ଏବେ ଲୋକମାନେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ପରିସ୍ଥିତି ଏପରି ନିମ୍ନ ସ୍ତରରେ ପହଞ୍ଚିଛି ଯେ ମାଗଣା ଖାଦ୍ୟ ପାଇବା ପାଇଁ ଦେଶର ବିଭିନ୍ନ ସହରଗୁଡ଼ିକର ଥିବା ମାଗଣା ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଏହା ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସମୟର ଦୃଶ୍ୟକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭାରତ ଏବଂ ଚୀନ୍ ସମେତ ବିଭିନ୍ନ ଦେଶରୁ ଟ୍ରମ୍ପଙ୍କ ଭାରୀ ଟିକସ ଆଦାୟ ସତ୍ତ୍ୱେ ଆମେରିକାରେ ଏହି ପରିସ୍ଥିତି ସୃଷ୍ଟି ହେଉଛି। 

ଆମେରିକା ହଠାତ୍ ଏତେ ଗରିବ କାହିଁକି ହୋଇଗଲା?

ଆମେରିକାରେ ସରକାରୀ ବନ୍ଦ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ପାଖରେ ବିଭିନ୍ନ ଜିନିଷ ପାଇଁ ଖର୍ଚ୍ଚ କରିବା ପାଇଁ ପାଣ୍ଠି ସରିଯାଉଛି। ଆମେରିକାରେ ଅକ୍ଟୋବର ୧ ତାରିଖରୁ ଏହି ବନ୍ଦ ଲାଗୁ ହୋଇଛି। ଯାହାକୁ ଆମେରିକା ସଟଡାଉନ ବୋଲି କୁହାଯାଉଛି। ଏହାର ଅର୍ଥ ହେଉଛି ବଜେଟ୍ ପାସ୍ ହୋଇନାହିଁ, ଯାହା ଫଳରେ ସରକାର କାର୍ଯ୍ୟ କରିବା ପାଇଁ ପାଣ୍ଠି ହରାଇ ବସିଛି। ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନେ ବିନା ଦରମାରେ କାମ କରୁଛନ୍ତି। ଯାହାଫଳରେ ସେମାନଙ୍କ ପାଖରେ ଖାଦ୍ୟ ଏବଂ ପାନୀୟ ପାଇଁ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ନାହିଁ। ଏପରି ପରିସ୍ଥିତିରେ ଆମେରିକାର ବିଭିନ୍ନ ଏନଜିଓ ଏବଂ ସାମାଜିକ କର୍ମୀ ଆଗେଇ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଓ ମାଗଣା ଖାଦ୍ୟ ଯୋଗାଇ ଦେଉଛନ୍ତି।

Advertisment

ଆମେରିକାର ସହରଗୁଡ଼ିକରେ ମାଗଣା ଖାଦ୍ୟ ପାଇଁ ଲମ୍ବା ଧାଡ଼ି

ଆମେରିକାର ପରିସ୍ଥିତି ଏତେ ଭୟଙ୍କର ହୋଇଯାଇଛି ଯେ ସରକାରୀ ବନ୍ଦ ଯୋଗୁଁ, ସଂଘୀୟ ସରକାର ସପ୍ଲିମେଣ୍ଟାଲ୍ ନ୍ୟୁଟ୍ରିସନ୍ ଆସିଷ୍ଟାନ୍ସ ପ୍ରୋଗ୍ରାମ୍ (SNAP) ସ୍ଥଗିତ ରଖିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଘୋଷଣା କରିଛି ଯେ ଶନିବାରଠାରୁ ଏହା ଆଉ SNAP ପାଇଁ ପାଣ୍ଠି ଯୋଗାଇ ପାରିବ ନାହିଁ। ଏହି କାର୍ଯ୍ୟକ୍ରମ ଛଅ ଦଶନ୍ଧି ପୂର୍ବରୁ ଆମେରିକାରେ ଆରମ୍ଭ ହୋଇଥିଲା, ଏବଂ ଏହା ପ୍ରଥମ ଥର ପାଇଁ ବିନା ପାଣ୍ଠିରେ ହେବ। ଯାହା ଫଳରେ ମାଗଣା ଖାଦ୍ୟ ଏବଂ ରାସନ ସାମଗ୍ରୀ ପାଇବା ପାଇଁ ଖାଦ୍ୟ ବଣ୍ଟନ କେନ୍ଦ୍ର ଏବଂ ଷ୍ଟୋରଗୁଡ଼ିକରେ ଲମ୍ବା ଧାଡି ଲାଗିଛି। ଏହି ଚିତ୍ରଗୁଡ଼ିକ ପାକିସ୍ତାନର ଦୁର୍ଦ୍ଦଶାକୁ ମନେ ପକାଇ ଦେଉଛି, ଯେଉଁଠାରେ ପ୍ରାୟ ବର୍ଷେ ପୂର୍ବେ, ଅଟା, ଚାଉଳ ଏବଂ ଲଙ୍କା ପାଇଁ ସମାନ ଲମ୍ବା ଧାଡି ଲାଗିଥିଲା।

ଶନିବାର ଦିନ ସାଧାରଣଠୁ ଅଧିକ ପ୍ରାୟ ୨୦୦ ଲୋକ ନ୍ୟୁୟର୍କର ବ୍ରୋଙ୍କସ୍ ଅଞ୍ଚଳରେ ଥିବା 'ୱାର୍ଲ୍ଡ ଅଫ୍ ଲାଇଫ୍ ଖ୍ରୀଷ୍ଟିଆନ୍ ଫେଲୋସିପ୍ ଇଣ୍ଟରନ୍ୟାସନାଲ୍ ପ୍ୟାଣ୍ଟ୍ରି'ରେ ଫଳ, ପନିପରିବା, ରୁଟି, କ୍ଷୀର, ଜୁସ୍, ସାଣ୍ଡୱିଚ୍ ପାଇବା ପାଇଁ ଭୋର ୪ଟାରୁ ଧାଡିରେ ଛିଡା ହୋଇଥିଲେ। 

Advertisment
America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ