Advertisment

Zomato CEO Resigns: ଇସ୍ତଫା ଦେଲେ ଜୋମାଟୋ ସିଇଓ, ବିବାଦୀୟ ଢଙ୍ଗରେ ପଦ ଛାଡ଼ିଲେ

ଇସ୍ତଫା ଦେଲେ ଜୋମାଟୋ ସିଇଓ। ବିବାଦୀୟ ଢଙ୍ଗରେ ପଦ ଛାଡ଼ିଲେ ଦୀପେନ୍ଦର ଗୋଏଲ୍। ଜୋମାଟୋକୁ ବାଏ ବାଏ କଲେ ଦୀପେନ୍ଦର। କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ‘ଗିଗ୍ ଇଣ୍ଡଷ୍ଟ୍ରି’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

author-image
Pramod Behera
Zomato CEO Resigns

ଇସ୍ତଫା ଦେଲେ ଜୋମାଟୋ ସିଇଓ Photograph: (OTV)

ଇସ୍ତଫା ଦେଲେ ଜୋମାଟୋ ସିଇଓ ଦୀପେନ୍ଦର ଗୋଏଲ୍। ଗତ କିଛି ଦିନ ଧରି ସେ ପଦ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା। ଆଜି ସେ ବିଧିବଦ୍ଧ ଭାବେ ପଦବୀ ଛାଡ଼ିଛନ୍ତି। ଦୀପେନ୍ଦର କମ୍ପାନୀର ଦୈନନ୍ଦିନ ପରିଚାଳନାରୁ ସ୍ୱଇଚ୍ଛାରେ ଦୂରେଇ ଯାଇଛନ୍ତି। ସେୟାର ହୋଲ୍ଡରମାନଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ଏହି ନିଷ୍ପତ୍ତି କୌଣସି ବ୍ୟବସାୟିକ ଚାପ ନୁହେଁ, ବରଂ ନିଜସ୍ୱ ଆତ୍ମବିଶ୍ୱାସ ଓ ଦୀର୍ଘ ମିଆଦୀ ଚିନ୍ତାଧାରାର ଫଳ। 

Advertisment

ଗଲା କିଛି ଦିନ ଧରି ‘ଗିଗ୍ ଇଣ୍ଡଷ୍ଟ୍ରି’କୁ ନେଇ ବିବାଦ ଦେଖାଦେଇଥିଲା। ଏଥିରେ କାମ କରୁଥିବା ବ୍ୟକ୍ତି ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଶ୍ରମ ଅଧିକାର ବଳରେ ସବୁ ପ୍ରକାର ସୁବିଧା ପାଇଁ ଦାବି କରିଥିଲେ। ଏହି ଆନ୍ଦୋଳନକୁ ସମାଲୋଚନା କରିବା ସହ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ ଦୀପେନ୍ଦର।

Indian Startups Zomato Deepinder Goyal
Advertisment
Advertisment