/odishatv-khabar/media/media_files/2026/02/13/tarique-rahman-wins-2026-02-13-17-16-10.jpg)
ବାଂଲାଦେଶ ରାଜନୈତିକ ଇତିହାସରେ ବଡ଼ ପରିବର୍ତ୍ତନ Photograph: (OTV)
ବାଂଲାଦେଶ ରାଜନୈତିକ ଇତିହାସରେ ବଡ଼ ପରିବର୍ତ୍ତନ । ବିପୁଳ ବିଜୟ ଅଭିମୁଖେ BNP। ୨୯୯ ଆସନରୁ ୨୦୦ଟିରେ ତାରିକ ରହମାନଙ୍କ ନେତୃତ୍ୱଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା BNP ଆଗୁଆ ରହି ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି । ବିଏନପି ନେତା ତାରିକ ରେହମାନ ଦୁଇଟି ଆସନରେ ନିର୍ବାଚନ ଲଢୁଥିବାବେଳେ ଉଭୟ ଆସନରେ ବିଜୟୀ ହୋଇଥିବା ଜଣାପଡିଛି ।
BNP ନୂଆ ସରକାର ଗଠନ ନେଇ ଏକ ପ୍ରକାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁଛି । ଅନ୍ୟ ଦିଗରେ ଜମାତ-ଏ-ଇସଲାମି ୬୮ଟି ଆସନରେ ଜିତିଥିବା ସୂଚନା ମିଳିଛି । ଏବେବି ଭୋଟ୍ ଗଣତି ଜାରି ରହିଛି । ରେଜଲ୍ଟ ଆସିବା ପରେ ବିଏନପି ଖୁସି ବ୍ୟକ୍ତ କରିବା ସହ ଜନତାଙ୍କୁ ଧନ୍ୟବାଦ ଦେଇଛି । ଏହାସହ ଦଳ ନିଜ ସମର୍ଥକଙ୍କୁ ଶାନ୍ତି ପ୍ରତିଷ୍ଠା କରିବାକୁ ଅପିଲ କରିଛି ।
BNP ଅଧ୍ୟକ୍ଷ ତଥା ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ଆଶା କରାଯାଉଛି । ଲଣ୍ଡନରୁ ୧୭ ବର୍ଷ ପରେ ଫେରି ସେ ଦଳକୁ ମଜଭୁତ କରିବା ସହିତ ପ୍ରଧାନମନ୍ତ୍ରୀ ଆସନରେ ବସିବା ଏକପ୍ରକାରର ସ୍ପଷ୍ଟ ହୋଇଛି । ତେବେ ଆଇନଗତ ଅସୁବିଧା ଦେଖାଗଲା ତାଙ୍କ ସ୍ଥାନରେ ମିର୍ଜା ଫାରୁକ ଇସଲାମ ପିଏମ ହୋଇପାରନ୍ତି ।
ଏପଟେ ବାଂଲାଦେଶ ଫଳାଫଳ ଉପରେ ରହିଛି ଭାରତର କଡ଼ା ନଜର । ଗତବର୍ଷ ବାଂଲାଦେଶ ବିଦ୍ରୋହ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାରକୁ ପରାଜିତ କରିଥିଲା । ସେବେଠାରୁ ହସିନା ଭାରତରେ ଆଶ୍ରୟ ନେଇଛନ୍ତି । ହସିନାଙ୍କ ଆୱାମୀ ଲିଗକୁ ନିଷିଦ୍ଧ କରାଯାଇଛି । ଏହି ନିର୍ବାଚନ କେବଳ ବାଂଲାଦେଶ ପାଇଁ ନୁହେଁ ବରଂ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏପଟେ ବିଏନପିର ବିଜୟ ପରେ ତାରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି।
- ବାଂଲାଦେଶ ରାଜନୈତିକ ଇତିହାସରେ ବଡ଼ ପରିବର୍ତ୍ତନ
- ବିଜୟ ମୁହାଁ BNP, ତାରିକ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ !
- ୨୦୦ ଆନସରେ ତାରିକ ରହମାନଙ୍କ ନେତୃତ୍ୱଧୀନ
- BNP ୨୦୦ ଆସନରେ ଆଗୁଆ ରହି ବଡ଼ ବିଜୟ ଆଡ଼କୁ ଅଗ୍ରସରଦୁଇଟି ଆସନରୁ ବିଜୟୀ ହେଲେ ବିଏନପି ନେତା ତାରିକ ରେହମାନ
- ଜମାତ-ଏ-ଇସଲାମି ୬୮ଟି ଆସନରେ ଜିତିଥିବା ସୂଚନା
- ମଧ୍ୟାହ୍ନ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ ରେଜଲ୍ଟ
- ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ନୂଆ ପ୍ରଧାନମନ୍ତ୍ରୀ ହେବା ଆଶା
- ଲଣ୍ଡନରୁ ୧୭ ବର୍ଷ ପରେ ଫେରି ଦଳକୁ ମଜଭୁତ କରିଥିଲେ
- ବାଂଲାଦେଶ ଫଳାଫଳ ଉପରେ ଭାରତର କଡ଼ା ନଜର
- ଦକ୍ଷିଣ ଏସୀୟ ଦେଶଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ବାଂଲାଦେଶ ଫଳ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)