Advertisment

Bloodbath in Iran: ଇରାନରେ ରକ୍ତର ନଈ, ୧୨ ହଜାର ଲୋକଙ୍କୁ ଗୁଳି କରି ମାରିଦେଲେ !

ରକ୍ତମୁଖା ହୋଇଛି ଇରାନର ଖାମେନି ସରକାର । ମୁହଁ ଖୋଲିବାରୁ ଚାଲିଛି ନରସଂହାର । ବିକ୍ଷୋଭକାରୀଙ୍କୁ ଆଖିବୁଜା ଗୁଳି କରି ମାରୁଛି ପୋଲିସ୍ । ଏବେ ସୁଦ୍ଧା ପ୍ରାୟ ୧୨ ହଜାର ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି ।

Iran-Violence-1200-dead

Iran Violence Photograph: (OTV)

Advertisment

୧୨ ହଜାର ଲୋକଙ୍କୁ ଗୁଳି କରି ହତ୍ୟା ! ରାସ୍ତାରେ ଲାସ୍‌ର ପାହାଡ଼, ରକ୍ତର ନଈ । ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ଅର୍ଡର । ରକ୍ତମୁଖା ହୋଇଛି ଇରାନର ଖାମେନି ସରକାର । ମୁହଁ ଖୋଲିବାରୁ ଚାଲିଛି ନରସଂହାର । ଦେଶରେ ଭୁଶୁଡି ପଡିଥିବା ଅର୍ଥନୀତିକୁ ନେଇ ସାଧାରଣ ଲୋକେ ବିକ୍ଷୋଭ କରୁଛନ୍ତି । ଆଉ ବିକ୍ଷୋଭକାରୀଙ୍କୁ ଆଖିବୁଜା ଗୁଳି କରି ମାରୁଛି ପୋଲିସ୍ ।

Advertisment

ଇରାନରେ ନରସଂହାର:

ଏବେ ସୁଦ୍ଧା ଇରାନରେ ପ୍ରାୟ ୧୨ ହଜାର ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବିଭିନ୍ନ ଇରାନ ଇଣ୍ଟରନ୍ୟାସନାଲ ସୂତ୍ରରୁ ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ବୟସ ୩୦ରୁ ବର୍ଷରୁ କମ୍ । ଗତ ଜାନୁଆରୀ ୮ ଓ ୯ ତାରିଖ ରାତିରେ ଏହି ହତ୍ୟା ଘଟିଥିବା ଜଣାପଡିଛି । ଇରାନ ଇତିହାସର ଏହା ସବୁଠୁ ବଡ଼ ନରସଂହାର ବୋଲି କୁହାଯାଉଛି । 

ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ:

ଆନ୍ଦୋଳନକାରୀଙ୍କୁ ଦୟା ନ ଦେଖାଇ ସିଧା ଗୁଳି କରିବାକୁ ଇରାନ ସୁପ୍ରିମ ଲିଡର ଆୟୋତଲ୍ଲା ଅଲ୍ଲୀ ଖାମେନି ନିର୍ଦ୍ଦେଶ ଦେଇଛନ୍ତି । ସରକାର ସେଠି ଇଣ୍ଟରନେଟ୍ ବନ୍ଦ, ଯୋଗାଯୋଗ ବିଛିନ୍ନ, ଶତାଧିକ ଖବରକାଗଜର ସ୍ୱରକୁ ଦବାଇ ଏହି ଅପରାଧ ଲୁଚାଇବାକୁ ଚେଷ୍ଟା କରୁଥିବା ଦାବି ହୋଇଛି । ଅନ୍ୟପଟେ ସୁରକ୍ଷା ଆବଶ୍ୟକତା ଦୃଷ୍ଟିରୁ ଇଣ୍ଟରନେଟ୍ ପ୍ରତିବନ୍ଧକ ଲାଗିଥିବା କହିଛି ଇରାନ । ଏହାସହ ହିଂସାତ୍ମକ ଆନ୍ଦୋଳନରେ ମାତ୍ର ୨୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଇରାନ ଅଧିକାରୀ କହିଛନ୍ତି ।

Advertisment

ଡିସେମ୍ବର ୨୮ ତାରିଖରେ ଦେଶର ଆର୍ଥିକ ସଙ୍କଟର ପ୍ରତିବାଦରୁ ଆରମ୍ଭ ହୋଇଥିଲା ଏହି ଆନ୍ଦୋଳନ, ଯାହାକି ସରକାର ବିରୋଧୀ ଆନ୍ଦୋଳନରେ ବଦଳିଥିଲା ।  ଆନ୍ଦୋଳନକୁ ଦୃଢ ଭାବରେ ଦମନ କରିବାକୁ କରିବାକୁ ଚେଷ୍ଟା କରି ବିଫଳ ହୋଇଛି ଇରାନ ସରକାର। 

ବ୍ୟୁରୋ ରିପୋର୍ଟ, ଓଟିଭି

Iran Ayatollah Ali Khamenei iran violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ