Advertisment

Bharat Mela: ଭାରତ ମେଳା: ସମ୍ବଲପୁରୀ ନାଚରେ କମ୍ପିଲା କୁଏତ୍

ଭାରତର ପର୍ଯ୍ୟଟନ, ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର ପ୍ରସାର ପାଇଁ କୁଏତରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଭାରତ ମେଳା’। ୧ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ସାମିଲ ହୋଇଥିଲେ।

Bharat Mela

Bharat Mela Photograph: (OTV)

Advertisment

ଭାରତର ପର୍ଯ୍ୟଟନ, ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର ପ୍ରସାର ପାଇଁ କୁଏତରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଭାରତ ମେଳା’। କୁଏତରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପାରମିତା ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରବାସୀ ଭାରତୀୟଙ୍କ ଚମତ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନଛୁଆଁ ହୋଇଥିଲା। 

Advertisment

କୁଏତରେ ଥିବା ଓଡ଼ିଆ ସଂଗଠନର ସଦସ୍ୟ ମାନେ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ପିନ୍ଧିବା ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲେ। କାର୍ଯ୍ୟକ୍ରମରେ ୧ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସହ ସ୍ଥାନୀୟ କୁଏତ୍ ବାସିନ୍ଦା ବି ସାମିଲ ହୋଇଥିଲେ।

Kuwait Bharat Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ