Advertisment

Bangladesh Burns: ବାଂଲାଦେଶରେ ପୁଣି ଉତ୍ତେଜନା, ହାଇଆଲର୍ଟରେ ପୂରା ଦେଶ; ତୁରନ୍ତ ଗୁଳି ଚଳାଇବାକୁ ସରକାରଙ୍କ ନିର୍ଦ୍ଦେଶ

ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲଙ୍କ ପକ୍ଷରୁ ଆଜି ଆସିବ ରାୟ। ହାଇଆଲର୍ଟରେ ପୂରା ଦେଶ। ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ।

Bangladesh

Bangladesh Photograph: (OTV)

Advertisment

ବାଂଲାଦେଶରେ ପୁଣି ଉତ୍ତେଜନା । ବିଭିନ୍ନ ସ୍ଥାନରେ ହିଂସା, ବିସ୍ଫୋରଣ। ହାଇଆଲର୍ଟରେ ପୂରା ଦେଶ । ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲଙ୍କ ରାୟ ପୂର୍ବରୁ ପୂରା ଦେଶରେ ହାଇଆଲର୍ଟ ।

Advertisment

ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ କରାଯାଉଛି। ରାସ୍ତାକୁ ଆସି ଆନ୍ଦୋଳନକୁ ତୀବ୍ର କରିବାକୁ ଶେଖ୍ ହସିନାଙ୍କ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଅଡିଓ ବାର୍ତ୍ତା ଜାରି କରିଛି । 

ଏପଟେ ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବର୍ତ୍ତମାନର ୟୁନୁସ୍ ସରକାର। ୨୦୨୪ ବାଂଲାଦେଶ ହିଂସା ମାମଲାରେ ରାୟ ଶୁଣାଇବେ ବାଂଲାଦେଶ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବୁନାଲ।

Advertisment

ଏହି ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠୁ ୨୦୨୪ ଅଗଷ୍ଟରୁ ଭାରତରେ ଶରଣ ନେଇଛନ୍ତି ଶେଖ ହସିନା। ତାଙ୍କୁ ପଳାତକ ଘୋଷଣା କରିଥିଲେ ବାଂଲାଦେଶ କୋର୍ଟ।

ଏହାର ଦିନକ ପୂର୍ବରୁ ରାଜଧାନୀ ଢାକାର ଶାହବାଗ ଅଞ୍ଚଳରେ ମସାଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ଶୋଭାଯାତ୍ରାରେ ଏନସିପି ଛାତ୍ର ସଙ୍ଗଠନ ଓ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ହୋଇଥିଲେ। କୋର୍ଟ ହସିନାଙ୍କୁ ଅଧିକରୁ ଅଧିକତମ ସଜା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Advertisment

•    ବାଂଲାଦେଶରେ ହାଇଆଲର୍ଟ
•    ବାଂଲାଦେଶରେ ପୁଣି ଉତ୍ତେଜନା, ବିଭିନ୍ନ ସ୍ଥାନରେ ହିଂସା
•    ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ
•    ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲଙ୍କ ରାୟ ପୂର୍ବରୁ ହାଇଆଲର୍ଟ
•    ରାୟ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବିସ୍ଫୋରଣ ସୂଚନା
•    ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ
•    ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ସରକାରଙ୍କ ନିର୍ଦ୍ଦେଶ
•    ଶେଖ ହସିନାଙ୍କୁ ମିଳିବ କି ଦଣ୍ଡ?
•    ଆଜି ୨୦୨୪ ବାଂଲାଦେଶ ହିଂସାର ରାୟ ଶୁଣାଣି
•    ରାୟ ଶୁଣାଇବେ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବୁନାଲ
•    ଅଧିକରୁ ଅଧିକତମ ସଜା ଦାବି କଲା ଏନସିପି
•    ବାଂଲାଦେଶରେ ହାଇଆଲର୍ଟ
•    ମାଆଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବେ: ସାଜିବ ୱାଜେଦ
•    ୨୦୨୪ ବାଂଲାଦେଶ ହିଂସାରେ ୧୪୦୦ଙ୍କ ମୃତ୍ୟୁ ହୋଇଥିଲା
•    ୨୦୨୪ ଅଗଷ୍ଟରୁ ଭାରତରେ ଶରଣ ନେଇଛନ୍ତି ଶେଖ ହସିନା

Bangladesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ