Neapl Politics Photograph: (OTV)
ନେପାଳ ରାଜନୀତିରେ ନୂତନ ଯୁଗର ଆରମ୍ଭ। ସାଧାରଣ ନିର୍ବାଚନରେ ବାଲେନ୍ ଝଡ଼। ବର୍ଷ ବର୍ଷ ଧରି ଶାସନ ଗାଦି ମାଡି ବସିଥିବା ପାରମ୍ପରିକ ରାଜନୈତିକ ଦଳକୁ ପଛରେ ପକାଇଲେ ରାପରରୁ ରାଜନେତା ପାଲଟିଥିବା ବାଲେନ୍ଦ୍ର ଶାହ। ଐତିହାସିକ ବିଜୟ ଅଭିମୁଖେ ବାଲେନଙ୍କ ଦଳ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି-RSP।
ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ୩୫ ବର୍ଷୀୟ ବାଲେନ୍ଦ୍ର ଶାହ। ୧୬୫ଟି ନିର୍ବାଚନ ମଣ୍ଡଳୀରୁ ତାଙ୍କ ଦଳ ୧୧୦ରୁ ଅଧିକ ଆସନରେ ଆଗୁଆ ରହି ସଂଖ୍ୟାଗରିଷ୍ଠତା ଦିଗରେ ବଢୁଛି। ଚଳିତ ନିର୍ବାଚନରେ ବାଲେଙ୍କ କ୍ରେଜ ଆଗରେ ନେପାଳୀ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଭଳି ଶକ୍ତିଶାଳୀ ଦଳର ଗଡ଼ ଭୁଶୁଡ଼ି ପଡ଼ିଛି।
ନେପାଳରେ ରାଜନୈତିକ ଅସ୍ଥିରତା ଓ ଦୁର୍ନୀତି ବିରୋଧରେ Gen Z ଆନ୍ଦୋଳନର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ଦେଖିବାକୁ ମିଳିଛି। ଗତ ୧୮ ବର୍ଷରେ ନେପାଳରେ ୧୪ଟି ସରକାର ବଦଳିବା ପରେ ଲୋକମାନେ ଏକ ସ୍ଥିର ଓ ବିକାଶମୁଖୀ ସରକାର ଗଠନ ପାଇଁ RSPକୁ ବିପୁଳ ସମର୍ଥନ ଦେଇଛନ୍ତି।
ବାଲେନ୍ ଜଣେ ଷ୍ଟ୍ରକଚରାଲ୍ ଇଞ୍ଜିନିୟର ଓ ରାଜନୀତିକୁ ଆସିବା ପୂର୍ବରୁ ପ୍ରତିଷ୍ଠିତ ରାପର୍ ଭାବେ ଯୁବପିଢ଼ିଙ୍କ ମଧ୍ୟରେ ଅତି ପ୍ରିୟ ଥିଲେ। ୨୦୨୨ରେ କାଠମାଣ୍ଡୁ ମେୟର ଭାବେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ସହରର ସୌନ୍ଦର୍ଯ୍ୟକରଣ, ଜବରଦଖଲ ଉଚ୍ଛେଦ ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣି ଲୋକଙ୍କ ବିଶ୍ୱାସ ଜିତିଥିଲେ ବାଲେନ୍ ଶାହ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/neapl-politics-2026-03-08-13-23-58.jpg)