Bus Fire Accident Photograph: (OTV)
ସାଉଦି ଆରବରେ ଦୁର୍ଘଟଣାରେ ଜଳିଗଲା ବସ୍। ଦୁର୍ଘଟଣାରେ ଚାଲିଗଲା ୪୨ ଭାରତୀୟଙ୍କ ଜୀବନ। ବସ୍-ଟ୍ୟାଙ୍କର ଭିତରେ ଧକ୍କାରୁ ୪୨ ହଜ୍ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି।
ସାଉଦି ଆରବର ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ମଦିନା ନିକଟରେ ହଜ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ସେମାନେ ମକ୍କାରୁ ମଦିନାକୁ ଯାଉଥିବା ବସ୍ଟି ଡିଜେଲ୍ ଟ୍ୟାଙ୍କର ସହ ପିଟି ହୋଇଥିଲା। ଏହାପରେ ବସରେ ଲାଗିଥିଲା ନିଆଁ। ସମସ୍ତ ମୃତକମାନେ ତେଲେଙ୍ଗାନାର ବାସିନ୍ଦା। ତେଲେଙ୍ଗାନା ସରକାର କହିଛନ୍ତି, ରିୟାଦରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛନ୍ତି।
• ସାଉଦିରେ ଜଳିଗଲା ବସ୍: ୪୨ ଭାରତୀୟ ମୃତ
• ସାଉଦି ଆରବ ମଦିନା ନିକଟରେ ଦୁର୍ଘଟଣା
• ଡିଜେଲ୍ ଟ୍ୟାଙ୍କର ସହ ଧକ୍କା ପରେ ଜଳିଗଲା ବସ୍
• ୪୨ ହଜ୍ ଯାତ୍ରୀଙ୍କର ମୃତ୍ୟୁ, ସମସ୍ତେ ଭାରତୀୟ ହୋଇଥିବା ସୂଚନା
• ସମସ୍ତ ମୃତକ ତେଲେଙ୍ଗାନାର ବାସିନ୍ଦା
• ମକ୍କାରୁ ମଦିନା ଯିବା ବାଟରେ ଦୁର୍ଘଟଣା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/bus-fire-accident-2025-11-17-10-30-30.jpg)