Advertisment

Pak-Afghan Border: ତାଲିବାନ-ପାକିସ୍ତାନ ମଧ୍ୟରେ ଜୋରଦାର ସଂଘର୍ଷ, ଅନେକ ସାଧାରଣ ନାଗରିକ ଓ ସୈନିକଙ୍କ ମୃତ୍ୟୁ

ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପଟୁ ଆକ୍ରମଣରେ ୧୫ ଜଣ ଆଫଗାନିସ୍ତାନ ନାଗରିକ ଏବଂ ୬ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି।

Afghan Border

Afghan Border Photograph: (OTV)

Advertisment

ମଙ୍ଗଳବାର ରାତିରେ ପାକିସ୍ତାନ-ଆଫଗାନିସ୍ତାନର ଆଫଗାନ ସୀମା (Pak-Afghan Border) ରେ ପୁଣି ନୂଆ ସଂଘର୍ଷ ଦେଖାଦେଇଛି। କିଛି ଦିନର ନୀରବତା ପରେ ପୁଣି ଦେଖା ଦେଇଛି ତୀବ୍ର ଉତ୍ତେଚନା। ଏଥିରେ ଅତି କମରେ ୧୫ ଜଣ ଆଫଗାନିସ୍ତାନ ନାଗରିକ ଏବଂ ୬ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ସ୍ପିନ୍ ବୋଲଡାକ୍ ଜିଲ୍ଲା ହସ୍ପିଟାଲର ଜଣେ ଅଧିକାରୀ ଅବଦୁଲ୍ ଜାନ୍ ବାରାକ୍ ମୃତକଙ୍କ ସଂଖ୍ୟାକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ୮୦ ରୁ ଅଧିକ ମହିଳା ଏବଂ ଶିଶୁ ଆହତ ହୋଇଛନ୍ତି।
ପାକିସ୍ତାନ କହିଛି ଯେ ମଙ୍ଗଳବାର ରାତିରେ ଆଫଗାନିସ୍ତାନ ସେନା ଏବଂ ସ୍ଥାନୀୟ ଆତଙ୍କବାଦୀଙ୍କ ସୀମାପାର ଗୁଳିଚାଳନା କରିବା ପରେ ଏହାର ପ୍ରତିଶୋଧ ନେଇଛି ପାକ୍ ସେନା।
ଗତ ସପ୍ତାହରେ ଆଫଗାନିସ୍ତାନ ପାକିସ୍ତାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିବା ପରେ ଦୁଇ ଦେଶ ମୁହାଁମୁହିଁ ହେବାର କିଛି ଦିନ ପରେ ପୁଣି ଏହା ଘଟିଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଥିବା ଆକ୍ରମଣର ଜବାବରେ ପାକିସ୍ତାନ ଉପରେ ପ୍ରତିଶୋଧ ନେଇଥିଲା ତାଲିବାନ। ଏହି ଆକ୍ରମଣ ପାଇଁ ଆଫଗାନିସ୍ତାନ ପାକିସ୍ତାନକୁ ଦାୟୀ କରିଥିଲା।
ପାକିସ୍ତାନ କହିଛି ଯେ ଉତ୍ତର-ପଶ୍ଚିମ କୁର୍ମ ଅଞ୍ଚଳରେ ବିନା ପ୍ରରୋଚନାରେ ବି ଆଫଗାନିସ୍ତାନ ପଟୁ ପ୍ରବଳ ଗୁଳିଗୋଳା ବର୍ଷଣ ହୋଇଥିଲା। ଏହାର ଜବାବ ଦେଇ ପାକ୍ ସେନା ଅନେକ ତାଲିବାନଙ୍କୁ ହତ୍ୟା କରିଛି ଏବଂ ସେମାନଙ୍କର ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଛି।
ଅନ୍ୟପଟେ ଆଫଗାନିସ୍ତାନର ତାଲିବାନ ଶାସନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ତାଲିବାନ ସେନା ପାକିସ୍ତାନର ଅନେକ ସୈନିକଙ୍କୁ ହତ୍ୟା କରିଛି ଏବଂ ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କ ଜବତ କରି ସେମାନଙ୍କ ପୋଷ୍ଟଗୁଡ଼ିକୁ କବଜା କରିଛି।

Advertisment

ଗତ ସପ୍ତାହରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ କ’ଣ ଘଟିଥିଲା:-

ଅକ୍ଟୋବର ୭ ତାରିଖ ରାତିରେ କାବୁଲରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଆଫଗାନିସ୍ତାନ ଶନିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟରେ ପାକିସ୍ତାନୀ ସୈନିକଙ୍କ ଉପରେ ଆକ୍ରମଣ କରିଥିଲା। ଆଫଗାନିସ୍ତାନ ଦାବି କରିଥିଲା ଯେ ଏହାର ଆକ୍ରମଣରେ ୫୮ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି। ଯଦିଓ ପାକିସ୍ତାନ କହିଥିଲା ଯେ ମୃତ୍ୟୁ ସଂଖ୍ୟା ୨୩, ଏବଂ ପାଲଟା ଗୁଳିରେ ଏହା ୨୦୦ ରୁ ଅଧିକ ତାଲିବାନ ଏବଂ ସମ୍ପୃକ୍ତ ସୈନିକଙ୍କୁ ହତ୍ୟା କରିବାରେ ସଫଳ ହୋଇଛି। ଉତ୍ତେଜନା ମଧ୍ୟରେ ରବିବାର, ଅକ୍ଟୋବର ୧୨ ରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସୀମା କ୍ରସିଂଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଥିଲା।
ଏହା ପରେ କତାର ଏବଂ ସାଉଦି ଆରବ ହସ୍ତକ୍ଷେପ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବନ୍ଦ ହୋଇଥିଲା।

Pak-Afghan Border
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ