Advertisment

CISF Hero: ଜୀବନ ବଞ୍ଚାଇଲେ CISF ଯବାନ, ଅସୁସ୍ଥ କର୍ମଚାରୀଙ୍କୁ ଠିକଣା ସମୟରେ ପ୍ରୟୋଗ କରିଥିଲେ CPR

ବିମାନ ବନ୍ଦର ସ୍କ୍ରିନିଂ ପଏଣ୍ଟରେ ନିୟୋଜିତ ଜଣେ ILHBS କର୍ମଚାରୀ ହଠାତ ମୂର୍ଚ୍ଛା ହୋଇଯାଇଥିଲେ । ଏହି ସମୟରେ ନିୟୋଜିତ ସିଆଇଏସଏଫ ଯବାନ ଅସୁସ୍ଥଙ୍କୁ CPR ପ୍ରୟୋଗ କରି ତାଙ୍କୁ ହୋସକୁ ଆଣିଥିଲେ ।

author-image
Tapan Swain
CISF

CISF Photograph: (OTV)

ଜଣଙ୍କ ଜୀବନ ବଞ୍ଚାଇଲେ CISF ଯବାନ। ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିମାନ ବନ୍ଦରରେ ଡ୍ୟୁଟିରେ ଥିବା ଦୁଇ ଜଣ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା CISF ଯବାନଙ୍କ କାର୍ଯ୍ୟକୁ ନେଇ ଏବେ ଛୁଟିଛି ପ୍ରଶଂସାର ସୁଅ ।

Advertisment

ସୂଚନା ଅନୁଯାୟୀ, ବିମାନ ବନ୍ଦର ସ୍କ୍ରିନିଂ ପଏଣ୍ଟରେ ନିୟୋଜିତ ଜଣେ ILHBS କର୍ମଚାରୀ ହଠାତ ମୂର୍ଚ୍ଛା ହୋଇଯାଇଥିଲେ । ଏହି ସମୟରେ ନିୟୋଜିତ ସିଆଇଏସଏଫ ଯବାନ ଅସୁସ୍ଥଙ୍କୁ CPR ପ୍ରୟୋଗ କରି ତାଙ୍କୁ ହୋସକୁ ଆଣିଥିଲେ । ପରେ ଅସୁସ୍ଥ କର୍ମଚାରୀ ଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୀବନ ବଞ୍ଚାଇଥିବା ଯବାନ ହେଲେ ଡିମ୍ପଲ କୁମାର । ଡିମ୍ପଲଙ୍କୁ ସହଯୋଗ କରିଥିଲେ ଡି.ପି ଗୁପ୍ତା । ଏ

ଏହି ଦୁଇ ଜଣଙ୍କ ଏପରି ସାହସିକତା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର । ଏ ନେଇ ସିଆଇଏସଏଫ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

Advertisment

ବିମାନ ବନ୍ଦରରେ ନିୟୋଜିତ କର୍ମଚାରୀଙ୍କ ଜୀବନ ବଞ୍ଚାଇଲେ

ଭୁବନେଶ୍ୱର ବିମାନବନ୍ଦର ପରିସରରେ କାର୍ଯ୍ୟରତ CISF ଯବାନ
ମୂର୍ଚ୍ଛା ଯାଇଥିବା କର୍ମଚାରୀଙ୍କୁ ଦେଲେ CPR
CISF ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର

CISF Jawan CISF Jawan Saves Precious Life
Advertisment
Related Articles
Advertisment