Advertisment

Chemically Ripened Bananas: ପ୍ରତିଦିନ କଦଳୀ ଖାଉଛନ୍ତି କି… ସାବଧାନ ରୁହନ୍ତୁ, ହୋଇପାରେ ସ୍ନାୟୁ ସମସ୍ୟା

ରାସାୟନିକ ପଦାର୍ଥଗୁଡ଼ିକ କେବଳ କଦଳୀର ସ୍ୱାଦ ଏବଂ ଗୁଣବତ୍ତା ଉପରେ ପ୍ରଭାବ ପକାଇ ନ ଥାଏ, ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ। କ୍ୟାଲସିୟମ କାର୍ବାଇଡ୍ ପେଟ ଖରାପ, ବାନ୍ତି, ଝାଡ଼ା ଏବଂ ସ୍ନାୟୁଗତ ସମସ୍ୟା ମଧ୍ୟ ସୃଷ୍ଟି କରେ।

author-image
Pramod Behera
Chemically Ripened Bananas

ପ୍ରତିଦିନ କଦଳୀ ଖାଉଛନ୍ତି କି… ସାବଧାନ ରୁହନ୍ତୁ Photograph: (OTV)

ଆଜିକାଲି ବଜାରରେ କୃତ୍ରିମ ଭାବରେ ପାଚିଥିବା କଦଳୀ ଦେଖିବା ସାଧାରଣ ହୋଇଗଲାଣି। ବିଶେଷକରି କ୍ୟାଲସିୟମ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରି କଦଳି ପଚାଯାଉଛି। ଏହି ରାସାୟନିକ ପଦାର୍ଥଗୁଡ଼ିକ କେବଳ କଦଳୀର ସ୍ୱାଦ ଏବଂ ଗୁଣବତ୍ତା ଉପରେ ପ୍ରଭାବ ପକାଇ ନ ଥାଏ, ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ। କ୍ୟାଲସିୟମ କାର୍ବାଇଡ୍ ପେଟ ଖରାପ, ବାନ୍ତି, ଝାଡ଼ା ଏବଂ ସ୍ନାୟୁଗତ ସମସ୍ୟା ମଧ୍ୟ ସୃଷ୍ଟି କରେ।

Advertisment

ଜଣେ ସଚେତନ ଗ୍ରାହକ ଭାବରେ, ରାସାୟନିକ ଭାବରେ ପାଚିଥିବା କଦଳୀ ଏବଂ ପ୍ରାକୃତିକ ଭାବରେ ପାଚିଥିବା କଦଳୀ ମଧ୍ୟରେ ପାର୍ଥକ୍ୟ କିପରି କରିବେ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରବର୍ତ୍ତୀ ସମୟରେ ଆପଣ କଦଳୀ କିଣିବା ସମୟରେ ନିଜକୁ ଏବଂ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ପାଇଁ ଏଠାରେ କିଛି ଟିପ୍ସ ଦିଆଯାଇଛି, ପଢନ୍ତୁ।

କଦଳୀଏ ଡେମ୍ଫର ରଙ୍ଗକୁ ଭଲଭାବରେ ଦେଖନ୍ତୁ। ଏହା ହେଉଛି ରାସାୟନିକ ଭାବରେ ପାଚିଥିବା କଦଳୀକୁ ଚିହ୍ନିବାର ପ୍ରଥମ ଏବଂ ସହଜ ଉପାୟ। ଯଦି କଦଳୀର ଅବଶିଷ୍ଟ ଅଂଶ ଉଜ୍ଜ୍ୱଳ ହଳଦିଆ ରଙ୍ଗର ହୋଇଥାଏ, କିନ୍ତୁ ଡେମ୍ଫ ସବୁଜ ଏବଂ ଟାଣ ଥାଏ, ତେବେ ଏହା କ୍ୟାଲସିୟମ କାର୍ବାଇଡ ସାହାଯ୍ୟରେ ପାଚିଥାଏ। 

Advertisment

ପ୍ରାକୃତିକ ଭାବରେ ପାଚିଲା କଦଳୀର ସବୁଆଡ ସମାନ ରଙ୍ଗ ଥାଏ। ଏଗୁଡିକର ଡେମ୍ଫ ମଧ୍ୟ ହଳଦିଆ କିମ୍ବା ହାଲୁକା ମାଟିଆ ରଙ୍ଗର ହୋଇଯାଏ ଏବଂ ଏଗୁଡ଼ିକ ଟିକିଏ ନରମ ଲାଗେ। ଏଥିରେ କୌଣସି ଦାଗ କିମ୍ବା ଛିଟ ନଥାଏ, ଯାହା ଖୁବ୍ ସୁନ୍ଦର ଦେଖାଯାଏ।

ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ମଧ୍ୟରୁ ଗୋଟିଏ ଯେ ରାସାୟନିକ ଭାବରେ ପାଚିଥିବା କଦଳୀରେ ପ୍ରାୟତଃ ସାମାନ୍ୟ ରାସାୟନିକ ଗନ୍ଧ ଆସେ। ଏଗୁଡ଼ିକର ସ୍ୱାଦ ମଧ୍ୟ ସେତେ। ଏହି କଦଳୀ ଖାଇବା ବେଳେ ଚିକିତା କିମ୍ବା ପାଉଡର ଭଳି ଲାଗେ।

Banana Farming Health Tips Chemical
Advertisment
Advertisment