Advertisment

ଶରୀରରୁ ଓଜନ ହ୍ରାସ କରିବାର ସହଜ ଉପାୟ

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଫିଟ୍‌ ରହିବାକୁ ସମସ୍ତଙ୍କର ଇଛା। ଆମେ ସମସ୍ତେ ଜାଣିଛେ, ଭାତ ଖାଇବା ଦ୍ୱାରା ଶରୀରରେ ମେଦବହୁଳତା ବଢ଼ିଥାଏ। ଏହା ହେଉଛି ଆମ ଦୈନନ୍ଦିନ ଖାଦ୍ୟର ଏକ ଅଂଶ। କାରଣ ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ। ଅନ୍ୟପଟେ ଆପଣ ଜାଣିଲେ ଆଶ୍ଚର୍ଯ୍ୟହେବେ ଯେ ରନ୍ଧା ହୋଇଥିବା ଭାତର ପାଣି(ପେଜ) ଓଜନ ହ୍ରାସ ପାଇଁ ଲାଭଦାୟକ ହୋଇଥାଏ। ଭାତର ପାଣି ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ। […]

author-image
Mahasweta Baral
ଶରୀରରୁ ଓଜନ ହ୍ରାସ କରିବାର ସହଜ ଉପାୟ

bhata

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଫିଟ୍‌ ରହିବାକୁ ସମସ୍ତଙ୍କର ଇଛା। ଆମେ ସମସ୍ତେ ଜାଣିଛେ, ଭାତ ଖାଇବା ଦ୍ୱାରା ଶରୀରରେ ମେଦବହୁଳତା ବଢ଼ିଥାଏ। ଏହା ହେଉଛି ଆମ ଦୈନନ୍ଦିନ ଖାଦ୍ୟର ଏକ ଅଂଶ। କାରଣ ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ।

Advertisment

ଅନ୍ୟପଟେ ଆପଣ ଜାଣିଲେ ଆଶ୍ଚର୍ଯ୍ୟହେବେ ଯେ ରନ୍ଧା ହୋଇଥିବା ଭାତର ପାଣି(ପେଜ) ଓଜନ ହ୍ରାସ ପାଇଁ ଲାଭଦାୟକ ହୋଇଥାଏ। ଭାତର ପାଣି ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ। କାରଣ ଏଥିରୁ ଶରୀରକୁ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇଥାଏ। ଫଳରେ ଶରୀରର ଅଧିକ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଶରୀରରୁ ଓଜନ ହ୍ରାସ କରିବାର ସହଜ ଉପାୟ:-

  • ପ୍ରଥମେ ୩ରୁ ୪କପ୍‌ ପାଣିରେ ମୁଠାଏ ଚାଉଳ ପକାଇ ଫୁଟାନ୍ତୁ। ପରେ ଚାଉଳ ଅଧା ରାନ୍ଧି ହୋଇଯିବା ପରେ ଏହାକୁ ବନ୍ଦ କରି ରଖିଦିଅନ୍ତୁ। କିଛି ସମୟ ପରେ ଏକ ଚାମଚରେ ଭାତକୁ ପାଣିରୁ ଅଲଗା କରି ଭଲ ଭାବରେ ଛାଣି ଦିଅନ୍ତୁ। ତା’ପରେ ଅଳ୍ପ ଉଷୁମ ଥିବା ସେହି ପାଣିରେ କିଛି ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ।
  • ମଧ୍ୟାହ୍ନ ଭୋଜନର ଏକ ଘଣ୍ଟା ପୂର୍ବରୁ କିମ୍ୱା ପରେ ଚାଉଳର ଏହି ଉଷୁମ ପାଣି ପିଅନ୍ତୁ। ଖାଇବା ପୂର୍ବରୁ ଏହି ପାଣିକୁ ପିଇଲେ ପେଟ ଭରିଯାଏ। ଏହାଦ୍ୱାରା ଶରୀରର କ୍ୟାଲୋରୀ ସ୍ତରକୁ ବହୁ ପରିମାଣରେ ହ୍ରାସ କରିଥାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
  •  ଶରୀରର ଓଜନ ହ୍ରାସ ବ୍ୟତୀତ ଏହି ପାଣି ଅନ୍ୟ ଉପାୟରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ କୋଷ୍ଠକାଠିନ୍ୟ ଓ ଡିହାଇଡ୍ରେସନକୁ ରୋକିଥାଏ।
  • ଏହା ବ୍ୟତୀତ ଶରୀରରେ ହେଉଥିବା ଭାଇରାଲ ସଂକ୍ରମଣ ଓ ଡାଇରିଆକୁ ମଧ୍ୟ ଦୂର କରିଥାଏ। କେବଳ ଏତିକି ନୁହେଁ, ଏହି ପାଣି କେଶକୁ ସୁନ୍ଦର ଓ ଶକ୍ତିଶାଳୀ କରିଥାଏ। ଜାପାନ ଓ ଅନ୍ୟାନ୍ୟ ଦେଶରେ ଏହି ରନ୍ଧା ପାଣିକୁ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ବ୍ୟବହାର କରିଥାନ୍ତି।
  • ଶରୀରରୁ ଓଜନ ହ୍ରାସ କରିବା ପାଇଁ ଏହା ହେଉଛି ଅତି ସହଜ ଉପାୟ। ଏହି ପାଣିକୁ ପିଇବା ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ। ଶରୀରର ଚର୍ବି କମାଇବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ ପ୍ରତିଦିନ ବ୍ୟାୟମ, ଖାଦ୍ୟରେ କମ୍‌ ପରିମାଣର କ୍ୟାଲୋରୀ, ସୁସ୍ଥ ଖାଦ୍ୟ ଶରୀର ପ୍ରତି ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
Advertisment
Advertisment
Advertisment