/odishatv-khabar/media/post_attachments/uploadimage/library/16_9/16_9_0/joo5555_1626697004.jpg)
joo5555
ତାଡ଼ାସନ ହେଉଛି ଯୋଗର ଏକ ମୌଳିକ ଆସନ । ଏହି ଆସନଟି ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଲାଭଦାୟକ । ଏହା ମହିଳାଙ୍କ ଶରୀରରେ ସନ୍ତୁଳନ ରକ୍ଷା କରିଥାଏ । ଏହା ଶରୀରର ହାଡ଼କୁ ମଜବୁତ କରିବା ସହ ପିଠି ବିନ୍ଧାରୁ ମୁକ୍ତି ଦେଇଥାଏ। ଏହି ଆସନ ଗର୍ଭଧାରଣର ୬ମାସ ଯାଏଁ କରିବା ଉଚିତ୍।
ଯେଉଁମାନଙ୍କର ହୃଦ୍ରୋଗ, ମୁଣ୍ଡ ବିନ୍ଧା କିମ୍ବା ଗୋଡ଼ରେ ଶିରାପ୍ରଶିରା ବିନ୍ଧା ରୋଗ ଥିବ ସେମାନେ ଏହି ଆସନ କରିବା ଉଚିତ୍ ନୁହେଁ।
ତାଡ଼ାସନ କରିବା ବିଧି :
ପ୍ରଥମେ ସିଧା ଭାବରେ ଠିଆ ହୁଅନ୍ତୁ । ଦୁଇ ହାତକୁ ଶରୀରର ଦୁଇ ପାର୍ଶ୍ୱରେ ରହିବ । ଏହାପରେ ହାତ ଦୁଇଟିକୁ ଧିରେ ଧିରେ ଶରୀରର ଦୁଇ ପାର୍ଶ୍ୱରେ ପ୍ରସାରିତ କରି ଉପରକୁ ଉଠାନ୍ତୁ । ଦୁଇ ହାତର ପାପୁଲିକୁ ଛନ୍ଦି ମୁଣ୍ଡ ଉପରେ ରଖନ୍ତୁ । ନିଃଶ୍ୱାସ ଭରି ପାପୁଲିକୁ ଉର୍ଦ୍ଧ୍ୱ ମୁଖି କରି ଉପରକୁ ଉଠାନ୍ତୁ । ଯେପରି ହାତ ଦୁଇ ପାର୍ଶ୍ୱରେ କାନକୁ ଲାଗି ରହିବ । ନିଜର ଦୁଇ ଗୋଡ଼ର ପାଦର ଟିପ ଉପରେ ଠିଆ ହୋଇ ଉପରକୁ ଶରୀରକୁ ଟାଣନ୍ତୁ । ସହଜ ଏବଂ ଶାନ୍ତ ଭାବେ ଏହି ଅଭ୍ୟାସ କରନ୍ତୁ । ଶରୀରକୁ ଅଧିକ ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ । ମନରେ ଏକାଗ୍ରତା ରଖନ୍ତୁ ।
ଏମିତି ଭାବେ ଏହି ଅଭ୍ୟାସକୁ ୧ରୁ ୫ଥର ଏବଂ ୫ମିନିଟ୍ ଯାଏ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)