Advertisment

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଙ୍କେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା କରାଇଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍‌ରେ ଆପଣ ଆକ୍ରାନ୍ତ ତେବେ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ। ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ୍ୟ। ଏଣୁ […]

author-image
Rajalaxmi Sahoo
ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

asana999

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଙ୍କେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା କରାଇଲେ ରୋଗ ନିୟନ୍ତ୍ରଣରେ ରହିପାରିବ।

Advertisment

ଯଦି ଡାଇବେଟିସ୍‌ରେ ଆପଣ ଆକ୍ରାନ୍ତ ତେବେ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ। ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ୍ୟ। ଏଣୁ ପୂର୍ଣ୍ଣ ବିଶ୍ୱାସ ଓ ଧୈର୍ଯ୍ୟର ସହ ଏହି ଆସନଟିର ଅଭ୍ୟାସ ଜାରି ରଖନ୍ତୁ।

‘ମଣ୍ଡୁକାସନ’ କରିବା ବିଧି –

ବଜ୍ରାସନରେ ବସି  ଦୁଇ ହାତର ମୁଠାକୁ ବନ୍ଧ କରନ୍ତୁ। ଦୁଇଟି  ମୁଠାକୁ  ନାଭିର  ଦୁଇ ଆଡକୁ  ଲଗାଇକରି  ଶ୍ୱାସ ବାହାରକୁ  ଛାଡିବା ସମୟରେ ଦୃଷ୍ଟି ଶକ୍ତିକୁ ସାମ୍ନାକୁ ରଖନ୍ତୁ।  ଅଳ୍ପ ସମୟ ସ୍ଥିର ରହିବା ପରେ  ବଜ୍ରାସନରେ ବସନ୍ତୁ।  ଏହି ପ୍ରକାର ୩ରୁ ୫ଥର ଅଭ୍ୟାସ କରନ୍ତୁ। ଏହି କ୍ରିୟାକୁ ‘ମଣ୍ଡୁକାସନ’ କୁହାଯାଏ।

Advertisment

ଆଉ କେଉଁଥି ପାଇଁ ଉପଯୋଗୀ –

ମୋଟାପଣ ଓ ଉଦର ସମ୍ୱନ୍ଧିତ ରୋଗ-କବ୍‌ଜ ,ଏସିଡିଟି ଆଦି ପାଇଁ ମଣ୍ଡୁକାସନ ଖୁବ୍‌ ଉପଯୋଗୀ ଅଟେ।

ଡାଇବେଟିସ ହେବାର ପ୍ରାଥମିକ ଲକ୍ଷଣ – ଥକ୍କା ଅନୁଭବ ହେବା, ବାରମ୍ବାର ପରିସ୍ରା ଲାଗିବା, ବାରମ୍ବାର ଶୋଷ ଲାଗିବା , ଆଖି ଦୁର୍ବଳ ହେବା, ଓଜନ କମିଯିବା , ଭୋକ ଅଧିକ ଲାଗିବା , କ୍ଷତ ନ ଶୁଖିବା, ହାତ ଓ ଗୋଡ଼ ପୋଡ଼ିବା, କାନକୁ କମ୍ ଶୁଭିବା, ତ୍ଵଚା ଅସୁସ୍ଥ ହେବା ଓ ବ୍ରଣ ଓ ଦାଗ ।

Yoga Yoga Day 2020 International Yoga Day
Advertisment
Advertisment