Advertisment

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ , ପାଖ ମାଡ଼ିନଥାଏ ଏହିସବୁ ସମସ୍ୟା

ଆଜିକାଲିର ନିତିଦିନିଆ ସମସ୍ୟା ହୋଇଗଲାଣି ହୃଦରୋଗ , ଉଚ୍ଚ ରକ୍ତଚାପ ,ବାତ , କଫ ଇତ୍ୟାଦି । କାରଣ ଆମର ଆଡମ୍ୱରପୂର୍ଣ୍ଣ ଦୈନିକ ଜୀବନ ଶୈଳୀ ଏଥିପାଇଁ ଦାୟୀ । ଆମେ ଏମିତି ଅଭ୍ୟାସରେ ପଡିଗଲେଣି ଯେ, ସ୍ୱାସ୍ଥ୍ୟ ପାଇଁ ବି ସମୟ ଦେଉନେ । ଆପଣଙ୍କୁ ଏମିତି ଏକ ପ୍ରାଣାୟମ ବିଷୟରେ କହୁଛୁ , ଯାହା କି ବେଶୀ ସମୟ ଦେବାରେ ଆବଶ୍ୟକତା ନାହିଁ । ଏହାକୁ କେବଳ ପ୍ରତିଦିନ ୧୫ ମିନିଟ୍‌ ଅଭ୍ୟାସ କରିବାର […]

author-image
Mahasweta Baral
୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ , ପାଖ ମାଡ଼ିନଥାଏ ଏହିସବୁ ସମସ୍ୟା

jogo

ଆଜିକାଲିର ନିତିଦିନିଆ ସମସ୍ୟା ହୋଇଗଲାଣି ହୃଦରୋଗ , ଉଚ୍ଚ ରକ୍ତଚାପ ,ବାତ , କଫ ଇତ୍ୟାଦି । କାରଣ ଆମର ଆଡମ୍ୱରପୂର୍ଣ୍ଣ ଦୈନିକ ଜୀବନ ଶୈଳୀ ଏଥିପାଇଁ ଦାୟୀ । ଆମେ ଏମିତି ଅଭ୍ୟାସରେ ପଡିଗଲେଣି ଯେ, ସ୍ୱାସ୍ଥ୍ୟ ପାଇଁ ବି ସମୟ ଦେଉନେ ।

Advertisment

ଆପଣଙ୍କୁ ଏମିତି ଏକ ପ୍ରାଣାୟମ ବିଷୟରେ କହୁଛୁ , ଯାହା କି ବେଶୀ ସମୟ ଦେବାରେ ଆବଶ୍ୟକତା ନାହିଁ । ଏହାକୁ କେବଳ ପ୍ରତିଦିନ ୧୫ ମିନିଟ୍‌ ଅଭ୍ୟାସ କରିବାର ଅଛି । ଆଉ ତାପରେ ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ । ଏହା ପ୍ରମାଣିତ , ଆପଣ କଲେହିଁ ଏହାର ଫାଇଦା ଜାଣିପାରିବେ । ଏହା ହେଉଛି ଅନୁଲୋମ-ବିଲୋମ ପ୍ରାଣାୟମ।

ଅନୁଲୋମ-ବିଲୋମ ପ୍ରାଣାୟମ କରିବାରେ ଲାଭ –

୧ -ଏହି ପ୍ରାଣାୟମ ଦ୍ୱାରା ଶରୀରରେ ଥିବା ସମସ୍ତ ନାଡ଼ୀର ଶୋଧନ ହୋଇଥାଏ ।  ଏହାସହ ଶରୀର ସୁସ୍ଥ, କାନ୍ତିମୟ ଓ ବଳିଷ୍ଠ ହୁଏ।

Advertisment

୨ – ସମସ୍ତ ପ୍ରକାର ବାତରୋଗ, ମୁତ୍ର ରୋଗ , ଧାତୁ ରୋଗ , ପିତ୍ତରୋଗ , ଧାତୁ କ୍ଷୟ , ଥଣ୍ଡା, ସର୍ଦ୍ଦି , ଶ୍ୱାସ ଓ କଫ ରୋଗର ସମାଧାନ ହୁଏ ।

୩ –ହୃଦୟ ମଧ୍ୟରୁ ବାହାରି ଥିବା ଶିରାମାନଙ୍କ ଅବରୋଧ ଦୂର ହୁଏ।

୪ – କୋଲେଷ୍ଟ୍ରଲ, ଟ୍ରାଇଗ୍ଲସାଇଡ୍‌ ପ୍ରଭୃତିର ଅନିୟମିତତା ଦୂର ହୁଏ ।

୫- ମନ ମଧ୍ୟରୁ  ସମସ୍ତ ନକରାତ୍ମକ ଚିନ୍ତା ଦୂରହୋଇ ସକରାତ୍ମକ ଚିନ୍ତାର ବିକାଶ ହେବା ସହ ତନ-ମନ-ବିଚାର ଓ ସଂସ୍କାରର ଶୁଦ୍ଧି ହୋଇଥାଏ ।

ଅନୁଲୋମ-ବିଲୋମ ପ୍ରାଣାୟମ କରିବାର ବିଧି –

ପ୍ରଥମେ ଡାହାଣ ହାତର ବୃଦ୍ଧାଙ୍ଗୁଠି ଦ୍ୱାରା ନାକର  ଡାହାଣ ପୁଡ଼ାକୁ ବନ୍ଦ କରି ବାମପୁଡ଼ା ଦ୍ୱାରା ଧୀରେ ଧୀରେ ପୂର୍ଣ୍ଣ ରୂପେ ଶ୍ୱାସ ନେଇ  ଅନାମିକା ଓ ମଧ୍ୟମା ଦୁଇ ଆଙ୍ଗୁଠି ଦ୍ୱାରା ବାମପୁଡ଼ାକୁ ବନ୍ଦ କରି ଡ଼ାହାଣ ପୁଡ଼ା ଦେଇ ଫୁସ୍‌ଫୁସ୍‌ରୁ ସମସ୍ତ ବାୟୁ ଛାଡ଼ି ପୁନଶ୍ଚ ସେହି (ଡ଼ାହାଣ) ପୁଡ଼ା ଦ୍ୱାରା ଶ୍ୱାସ ପୂର୍ଣ୍ଣ  ରୂପେ ଭରନ୍ତୁ।

ପୁଣି ଡାହାଣ ପୁଡ଼ାକୁ ବୁଢ଼ା ଆଙ୍ଗୁଠି  ଦ୍ୱାରା ବନ୍ଦ କରି ବାମପୁଡ଼ାରେ  ଶ୍ୱାସ ଛାଡ଼ି ପୁଣି  ସେହି ବାମ ପୁଡ଼ାରେ ଭରନ୍ତୁ ।

ଏହି ପ୍ରକିୟାକୁ ୫-୧୫ମିନିଟ୍‌ ପର୍ଯ୍ୟନ୍ତ ଲଗାତାର କରନ୍ତୁ। ଶ୍ୱାସ ନେବା ଓ ଛାଡ଼ିବା ପାଇଁ ୨ରୁ ୩ ସେକେଣ୍ଡ ସମୟ ନିଅନ୍ତୁ। ଏହି ସମୟରେ  ହାତର ପାପୁଲି  ଯେପରି ନାକର ଅଗ କିମ୍ବା ତଳେ ନରଖି  ନାକର ଟିକେ ଉପରେ ରହିବା ଦରକାର । ଯଦି ଆପଣ ଅଭ୍ୟାସ କରିବା ଭିତରେ ଥକିଯାଉଛନ୍ତି ତ ଅନ୍ୟ ହାତ( ବାମ) ରେ କରିପାରିବେ ।

ବିଶେଷକରି ହୃଦରୋଗ , ଉଚ୍ଚ ତଥା ନିମ୍ନ ରକ୍ତଚାପ , ମନ ଅସ୍ଥିର ଥିଲେ  , ଏହି ପ୍ରାଣାୟମକୁ ସକାଳେ ସନ୍ଧ୍ୟାରେ ୩୦ ମିନିଟ୍‌ ପର୍ଯ୍ୟନ୍ତ କରାଯିବା ଉଚିତ୍‌ ।

Yoga Yoga Day 2020 International Yoga Day
Advertisment
Advertisment